ରାଜକନିକା ୨୫।୦୮ : କେନ୍ଦ୍ରାପଡ଼ା ଖରସ୍ରୋତା ନଦୀରେ ପୁଣି ଅଘଟଣ । ପୁଣି ଜଣଙ୍କୁ ଟାଣିନେଲା କୁମ୍ଭୀର । ଖରସ୍ରୋତା ନଦୀ ପାର୍‌ ହେବା ବେଳେ ଟାଣିନେଲା କୁମ୍ଭୀର । ଉଦ୍ଧାର ପାଇଁ ଚାଲିଛି ସର୍ଚ୍ଚ ଅପରେସନ । 

ଖବର ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଦୀପାଞ୍ଚଳ ଗଙ୍ଗାଧର ପ୍ରସାଦଡିଆ ଗାଁରେ ପାରେଶ୍ୱର ବେହେରା । ନଦୀ ପାର୍ ହେବା ପାଇଁ ଡଙ୍ଗା ନିକଟରୁ ଯାଉଥିଲେ । ଏହି ସମୟରେ ଏକ କୁମ୍ଭୀର ତାଙ୍କୁ ଟାଣି ନେଇଥିଲା । ତେବେ କୁମ୍ଭୀର ଟାଣି ନେଇଥିବା ବ୍ୟକ୍ତିଙ୍କ ଏବେ ଯାଏଁ କୌଣସି ପତ୍ତା ମିଳିନାହିଁ ।

Also Read:-ଆତଙ୍କବାଦୀଙ୍କୁ ରକ୍ଷା ନାହିଁ : ଖୋଲିଲା କାଶ୍ମୀର ପଣ୍ଡିତଙ୍କ ଫାଇଲ୍, ନରସଂହାର ମାମଲାର ତଦନ୍ତ ଆରମ୍ଭ

ସେପଟେ ଖରସ୍ରୋତା ନଦୀରେ ଚାଲିଛି ସର୍ଚ୍ଚ ଅପରେସନ । ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଟିମ୍ ପକ୍ଷରୁ ଚାଲିଛି ଅପରେସନ । ଏହି ଅପରେସନର ସ୍ଥାନୀୟ ଲୋକ ମଧ୍ୟ ସାମିଲ ହୋଇଛନ୍ତି ।