ବ୍ରହ୍ମପୁର ୨୧।୫ : ଅପରାଧୀଙ୍କୁ ଆଉ ମାଫ୍‌ ନାହିଁ । କ୍ରିମିନାଲଙ୍କୁ ଏଣିକି ସିଧା ଏନକାଉଣ୍ଟର । ବ୍ରହ୍ମପୁର ଗିରିରୋଡ୍‌ରେ ସର୍ବସମ୍ମୁଖରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ମୁକେଶକୁ ଏନକାଉଣ୍ଟର କରିଛି ପୋଲିସ । ମୁକେଶକୁ ଏନକାଉଣ୍ଟର ପରେ ଆପେ ଆପେ ଟାଉନ୍‌ ଥାନାକୁ ଆସି ସରେଣ୍ଡର କରିଛି ଅନ୍ୟତମ ଅଭିଯୁକ୍ତ ଆଶିଷ ସାହୁ । ଗତକାଲି ବିଳମ୍ବିତ ରାତିରେ  ମୁକେଶକୁ ପୋଲିସ ଧରିବା ପରେ ତା’ର ଅନ୍ୟ ସହଯୋଗୀଙ୍କୁ ଧରିବା ପାଇଁ ଚକିଟି-ଟାମଣା ରାସ୍ତାରେ ନେଇ ଯାଉଥିବା ବେଳେ ଟାମଣା ନିକଟରେ ମୁକେଶ ଗାଡ଼ି ଭିତରେ ହଠାତ୍‌ ଜଣେ ASIଙ୍କ ବନ୍ଧୁକ ଛଡ଼ାଇ ପୋଲିସକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ଆଉ ପୋଲିସ ନିଜର ଆତ୍ମରକ୍ଷା ପାଇଁ ମୁକେଶ ଉପରକୁ ପାଲଟା ଗୁଳି ଚଳାଇଥିଲା । ମୁକେଶର ଦୁଇ ଗୋଡ଼ ଓ ହାତରେ ଗୁଳି ବାଜିଥିବା ବେଳେ ତାକୁ ଗୁରୁତର ଅବସ୍ଥାରେ MKCG ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୁକେଶକୁ ଏନକାଉଣ୍ଟର ପରେ ଦକ୍ଷିଣାଞ୍ଚଳ ଆଜି ନୀତି ଶେଖର କହିଛନ୍ତି ଅପରାଧୀମାନେ ସୁଧୁରି ଯାଆନ୍ତୁ ନହେଲେ ଏମିତି ହିଁ ଦଶା ଭୋଗିବାକୁ ପଡ଼ିବ ।

ମୁକେଶକୁ ଏନକାଉଣ୍ଟର କଲା ପୋଲିସ । ଏହାକୁ କିଛି ଘଣ୍ଟା ନପୁରୁଣୁ ଭୟରେ ଟାଉନ୍‌ ଥାନାରେ ସରେଣ୍ଡର କଲା ଅନ୍ୟତମ ଅଭିଯୁକ୍ତ ଆଶିଷ ସାହୁ । ଦେଖନ୍ତୁ ଏହି ଭିଜୁଆଲକୁ । କେମିତି ସ୍କୁଟରରେ ବସି ଟାଉନ୍‌ ଥାନାକୁ ଛୁଟିଥିଲା ଅଭିଯୁକ୍ତ ଆଶିଷ । ଆଗରେ ଓ ପଛରେ ଦୁଇ ଜଣ ଥିବା ବେଳେ ସେମାନଙ୍କ ମଝିରେ ବସିଥିଲା ଆଶିଷ । ଏଠି ଏନକାଉଣ୍ଟର ଭୟରେ ଆପେ ଆପେ ପୋଲିସ ପାଖକୁ ଆସି ସରେଣ୍ଡର କରିଛି ଅଭିଯୁକ୍ତ । ଏଥି ସହ ଘଟଣାରେ ଆଉ ଜଲେ ଅଭିଯୁକ୍ତ ଦୀନେଶକୁ ମଧ୍ୟ ଗିରଫ କରିଛି ପୋଲିସ । ପୂର୍ବରୁ ଏହି ଘଟଣାରେ ଲିଙ୍ଗରାଜ ଓରଫ୍‌ ରିଙ୍କୁ ସାମଲ ଏବଂ ରାଜ୍‌ ମାଲହୋତ୍ରାକୁ ପୋଲିସ ଗିରଫ କରିଥିଲା । ଫେରାର୍‌ ଥିଲେ ଫେରାର୍‌ ଥିଲେ ମୁକେଶ, ଆଶିଷ ଆଉ ଦୀନେଶ । ଏବେ ତିନି ଜଣଯାକ ପୋଲିସ ପଞ୍ଝାକୁ ଆସିଛନ୍ତି । ଅପରାଧୀଙ୍କୁ ପୋଲିସର ଏନକାଉଣ୍ଟରକୁ ସ୍ବାଗତ କରିଛନ୍ତି ସହରବାସୀ । ଅପରାଧୀଙ୍କ ପ୍ରତି ପୋଲିସ ଏଭଳି କଠୋର ଆଭିମୁଖ୍ୟ ପୋଷଣ କଲେ ଆମ ସମାଜରୁ ଅପରାଧ ହ୍ରାସ ପାଇବ ବୋଲି କହିଛନ୍ତି ସଚେତନ ମହଲ । 

Also Read:- ଶୋଇଥିବା ବେଳେ ଉପରେ ପଡ଼ିଲା ଟେଣ୍ଟ୍ ଜିନିଷ : ୩ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର

ଉତ୍ତର ପ୍ରଦେଶରେ ଯୋଗୀ ସରକାର ଆସିବା ପରେ ଠିକ୍‌ ଏହି ଢ଼ଙ୍ଗରେ ଅପରାଧୀମାନଙ୍କୁ ସାବାଡ଼ କରାଯାଇଥିଲା । ଗୋଟିକ ପରେ ଗୋଟିଏ  ଏନକାଉଣ୍ଟର ପରେ ଅପରାଧୀମାନେ ଆପଣା ଛାଏଁ ଥାନାକୁ ଆସି ସରେଣ୍ଡର କରୁଥିଲେ । ଓଡ଼ିଶାରେ ମଧ୍ୟ ମୋହନ ସରକାର  ଏବେ ସେହି ଫଣ୍ଡାକୁ ଆପଣାଇଛନ୍ତି । ଏଣିକି ଅପରାଧ କଲେ ଏନକାଉଣ୍ଟର ଥୟ ।