ଭୁବନେଶ୍ୱର,|୦୬:ରାଜ୍ୟରେ ଜାରି ରହିଛି ବର୍ଷା । ବିଭିନ୍ନ ସ୍ଥାନରେ ଝଡବର୍ଷା ଲାଗି ରହିଛି । ଉପକୂଳରେ ତାତି ଏବେ ନାହିଁ । କିଛି ଦିନ ଯାଏଁ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ ବୋଲି ସିଇସି ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି ।

Also Read :-ମୌସୁମୀ ସକ୍ରିୟ, ବଢିବ ବର୍ଷା : ଏହି ସବୁ ଜିଲ୍ଲାରେ ୭୦ କିମି ବେଗରେ ବହିବ ପବନ

ସିଇସି ନିର୍ଦ୍ଦେଶକ କହିଛନ୍ତି ଯେ, ଏବେ ପଶ୍ଚିମାଞ୍ଚଳରେ ତାତି ଅଳ୍ପ ବହୁତ ରହିବ । ବର୍ଷା ସେତେ ରହିବ ନାହିଁ । ଜୁନ୩୦ରୁ ବର୍ଷାର ପରିମାଣ ବଢିବ । ଜୁନ୨୯ତାରିଖ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଯାହାର ପ୍ରଭାବରେ ରୁତାରିଖ ଯାଏଁ ବର୍ଷା ହେବ । ସେହିପରି ଆନ୍ଧ୍ର ଉପକୂଳ ନିକଟରେ ମଧ୍ୟ ଅନ୍ୟ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଯାହାର ପ୍ରଭାବରେ ଦକ୍ଷିଣ ଓଡିଶାରେ ବର୍ଷା ଅଧିକ ହେବ ।

ସୋମବାର ଏହି ସବୁ ଜିଲ୍ଲାରେ ବର୍ଷା

ପାଣିପାଗ ବିଭାଗର ଆକଳନ କହୁଛି, ସୋମବାର ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ଭାରି ବର୍ଷା ହୋଇପାରେ । ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ୫୦ରୁ ୬୦ କିମି ବେଗରେ ପବନ ବି ବହିପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର,କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ତେବେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗୁଳୁଗୁଳି ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି । ୨୩, ୨୪ ଓ ୨୫ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ।

ରବିବାର ସୋନପୁରରେ ୪୯.୨ ମିମି ବର୍ଷା ରେକର୍ଡ ହୋଇଛି । ନୟାଗଡ଼ରେ ୫ମିମି, ମାଲକାନଗିରିରେ ୩.୨, ସମ୍ବଲପୁରରେ ୨.୪, ବରଗଡ଼ରେ ୨.୨ ମିମି ବର୍ଷା ହୋଇଛି। ରବିବାର ଝାରସୁଗୁଡ଼ାକୁ ଛାଡି ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ତଳେ ଥିଲା । ସମ୍ବଲପୁରରେ ୩୯.୮, ହୀରାକୁଦରେ ୩୯.୩, ସୁନ୍ଦରଗଡ଼ରେ ୩୮.୫, ବଲାଙ୍ଗିରରେ ୩୮.୨, ଢେଙ୍କାନାଳରେ ୩୭.୬ ଓ ନୂଆପଡ଼ାରେ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଦାରିଙ୍ଗବାଡ଼ିର ଦିନ ତାପମାତ୍ରା ସବୁଠୁ କମ୍ ବା ୨୮.୫ ଡିଗ୍ରୀ ରେକର୍ଡ ହୋଇଥିଲା ।