ଭୁବନେଶ୍ୱର ୩୦।୦୭ : ଆନାସ୍ଥେସିଆ ଦେଇ ସ୍ତ୍ରୀକୁ ହତ୍ୟା କରିବା ମାମଲା । ଦୀର୍ଘ ଦିନ ପରେ ପ୍ରକାଶ ପାଇଲା ରାୟ । ଭୁବନେଶ୍ୱର ଏଡିଜି-୨ କୋର୍ଟ ପକ୍ଷରୁ ପ୍ରକାଶ ପାଇଛି ରାୟ । ଯେଉଁଥିରେ ଅଭିଯୁକ୍ତ ସ୍ୱାମୀ ଏବଂ ଜଣେ ବାନ୍ଧବୀଙ୍କୁ ମିଳିଛି ଦଣ୍ଡାଦେଶ । ଉଭୟଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ସହ ୫୦ ହଜାର ଟଙ୍କାର ଜରିମାନା ଶୁଣାଇଛନ୍ତି ମାନ୍ୟବର କୋର୍ଟ । ଯଦି ଜରିମାନା ଅନାଦେୟ ହେଲା, ତେବେ ଆଉ ବର୍ଷକ ପାଇଁ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବାକି ଅନ୍ୟ ଜଣେ ବାନ୍ଧବୀଙ୍କୁ କୋର୍ଟ ନିର୍ଦ୍ଦୋଶରେ ଖଲାସ କରିଛନ୍ତି ।

ଖବର ଅନୁଯାୟୀ, ଘଟଣାଟି ରାଜଧାନୀ ଭରତପୁରରେ । ସ୍ତ୍ରୀକୁ ବିଷ ଇଞ୍ଜେକ୍ସନ ଦେଇ ମାରିଦେଇଥିଲା ସ୍ୱାମୀ । ଘର ଭିତରେ ଦୁଇ ପ୍ରେମିକାଙ୍କ ସହ ମିଶି ପତ୍ନୀଙ୍କୁ ଜୋରଜବରଦସ୍ତ ତିନି ତିନିଟି ଆନାସ୍ଥେସିଆ ଇଞ୍ଜେସନ ଦେଇ ମାରିଥିଲା ଜହ୍ଲାଦ ସ୍ବାମୀ । ତେବେ ସବୁଠୁ ଆହୁରି ସାଂଘାତିକ କଥା ଥିଲା କି, ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୂପ ଦେବାକୁ ମୃତ ସ୍ତ୍ରୀକୁ ନେଇ ହସ୍ପିଟାଲ ଯାଇଥିଲେ ସ୍ବାମୀ । କିନ୍ତୁ ପୋଲିସର ସନ୍ଦେହୀ ଆଖିରୁ ବର୍ତ୍ତି ପାରି ନ ଥିଲେ ଅଭିଯୁକ୍ତ ସ୍ବାମୀ । ମୃତ ମହିଳାଙ୍କ ବେକର ଦାଗ ଓ ହାତର ଚିହ୍ନ ପୋଲିସକୁ ଦେଇଥିଲା ବଡ଼ ସୁରାକ । ଜେରା ହେବା ପରେ ପୋଲିସ ଆଗରେ ବିଷ କାହାଣୀର ଫର୍ଦ୍ଦ ଖୋଲିଥିଲେ ସ୍ବାମୀ ଓ ଦୁଇ ପ୍ରେମିକା । ଆଉ ଏବେ ହତ୍ୟା ଘଟଣାରେ ରାୟ ପ୍ରକାଶ କରିଛନ୍ତି ଭୁବନେଶ୍ୱର ଏଡିଜେ-୨ କୋର୍ଟ । ଅଭିଯୁକ୍ତ ସ୍ୱାମୀ ଏବଂ ଜଣେ ବାନ୍ଧବୀଙ୍କୁ ମିଳିଛି ଦଣ୍ଡାଦେଶ । ଉଭୟଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ସହ ୫୦ ହଜାର ଟଙ୍କାର ଜରିମାନା ଶୁଣାଇଛନ୍ତି ମାନ୍ୟବର କୋର୍ଟ । ଯଦି ଜରିମାନା ଅନାଦେୟ ହେଲା, ତେବେ ଆଉ ବର୍ଷକ ପାଇଁ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବାକି ଅନ୍ୟ ଜଣେ ବାନ୍ଧବୀଙ୍କୁ କୋର୍ଟ ନିର୍ଦ୍ଦୋଶରେ ଖଲାସ କରିଛନ୍ତି ।

Also Read:-ଆଗାମୀ ୨୪ ଘଣ୍ଟା ଅତି ଭୟଙ୍କର ! ମହାନଦୀରେ ମାଡିଆସୁଛି ବନ୍ୟା, ୪ ଜିଲ୍ଲାକୁ ଆଲର୍ଟ