ଭୁବନେଶ୍ୱର ୦୬।୦୧: ମାର୍ଚ୍ଚ ୧ରୁ କାମ ବନ୍ଦ । ଓଡିଶା ସାରା କାମ ବନ୍ଦ ରଖିବେ ଠିକାଦାର ମହାସଂଘ । ପୂର୍ତ୍ତ ବିଭାଗ ପକ୍ଷରୁ ଜାନୁଆରୀ ୩ ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତିଙ୍କୁ ବିରୋଧ କରିଛି ଅଲ ଓଡିଶା ଠିକାଦାର ମହାସଂଘ। ବିଜ୍ଞପ୍ତିରେ ଧାର୍ଯ୍ୟ ଦରଠାରୁ ୧୪.୯ ପ୍ରତିଶତ କମରେ କାମ ନେବାର ନିୟମକୁ ଉଛେଦ କରାଯାଇଛି। ଏହାକୁ ୨୦.୩୦ ପ୍ରତିଶତ କରାଯାଇଛି। ଯାହାକୁ ସଂଘ ବିରୋଧ କରୁଛି।

ଠିକାଦାର ସଙ୍ଘ କହିଛି ଯେ, ଏଷ୍ଟିମେଟେଡ଼ ବା ବ୍ୟୟ ବରାଦ ଦାମରୁ ୩୦ ପ୍ରତିଶତ କମର କାମ ଅତ୍ୟନ୍ତ ନିମ୍ନଧରଣର ହେବ । ବିଜ୍ଞପ୍ତିରେ ଗୋଟେ ଦିଗରେ ୧୪.୯ ବ୍ୟବସ୍ଥା ହଟାଯାଇଛି । କିନ୍ତୁ ଏହା ନିମ୍ନ ଧରଣର କାମ ଦେଉଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଥିବା ବେଳେ ସେ ବିଜ୍ଞପ୍ତିର ଆଉ ଏକ ଜାଗାରେ ୨୦ରୁ ୩୦ ପ୍ରତିଶତ ଲେସ କାମ ଉଲେଖ ଥିବା ବିଜ୍ଞପ୍ତି ସ୍ପଷ୍ଟ ହେଉ ନଥିବା କହିଛି ସଂଘ। ତେବେ ୨୦ରୁ ୩୦ ପ୍ରତିଶତ କମରେ କାମ କିଭଳି ଭାବେ ଭଲ ହେବ ଏହାକୁ ପ୍ରଶ୍ନ କରିଛି ସଂଘ ।

ତେଣୁ ଏହି ବିଜ୍ଞପ୍ତିକୁ ବାତିଲ କରିବା ପାଇଁ ସଂଘ ଦାବି କରିଥିବା ବେଳେ , ଡିପ୍ଲୋମା ଇଞ୍ଜିନିୟର୍ସଙ୍କ ବର୍ଷକୁ କାମ ବିନା ଟେଣ୍ଡରରେ ୨୫ ଲକ୍ଷକୁ ବୃଦ୍ଧି କରିବା ପାଇଁ ଦାବି ହୋଇଛି। ପୂର୍ବରୁ ଡିପ୍ଲୋମା ଇଞ୍ଜିନିୟର୍ସ ୫ ଲକ୍ଷ ପର୍ଯ୍ୟନ୍ତ ବର୍ଷକୁ କାମ ପାଉଥିଲେ। ଏହି ନିୟମକୁ ମଧ୍ୟ ସରକାର ବନ୍ଦ କରିଥିବାରୁ ଏହାକୁ ଲାଗୁ କରି ବାର୍ଷିକ ୨୫ ଲକ୍ଷ କାମ ବୃଦ୍ଧି କରିବା ପାଇଁ ଅଲ ଓଡିଶା ଠିକାଦାର ମହାସଂଘ ଦାବି କରିଛି। ସରକାରଙ୍କ ଏହି ନିୟମ ଓଡ଼ିଆ ଠିକାଦାର ବିରୋଧୀ।ତେବେ ଅନ୍ୟ ରାଜ୍ୟର ଠିକାଦାରଙ୍କୁ କାମ ଦେବା ପାଇଁ ସରକାର ଏହି ନିୟମ କରିଥିବା ସଂଘ ଅଭିଯୋଗ କରିଛି।