ନୂଆପଡ଼ା ୨୬।୧୧: BDOଙ୍କୁ ମାଡ଼ ମାରି ଠିକାଦାର ଫେରାର । ଚାମ୍ବର ଭିତରେ ପଶି କୋମନା ବିଡିଓ ପବିତ୍ର କୁମାର ସାମଲଙ୍କୁ ମାଡ଼ ମାରିଲେ ଠିକାଦାର । ଠିକାଦାର ଜଣକ କୋମନା ବ୍ଲକ ବାଞ୍ଜିବହାଲ ଗାଁର ଅଶୋକ ଭୋଇ। ବାଞ୍ଜିବହାଲ ବିଦ୍ୟାଳୟ ମରାମତି ସହ ସ୍ମାର୍ଟ କ୍ଲାସ ବାବଦକୁ ଠିକା କାମ କରି ଟଙ୍କା ପାଇ ନଥିବା ଅଭିଯୋଗ ହୋଇଛି । ଏମିତି କି ପୂର୍ବରୁ ସ୍କୁଲରେ ମଧ୍ୟ ତାଲା ପକାଇ ଧାରଣାରେ ବସିଥିଲେ । ଜିଲ୍ଲାପାଳ ଅଭିଯୋଗ ଶୁଣାଣିରେ ମଧ୍ୟ ଅଭିଯୋଗ କରିଥିଲେ । ହେଲେ କିଠି ସୁଫଳ ମିଳିନଥିଲା ।

Also Read:- ମାଓବାଦୀଙ୍କୁ ଡବଲ୍ ଝଟକା : ଜଙ୍ଗଲରୁ ମିଳିଲା ବନ୍ଧୁକ, ମାଟି ତଳୁ ମିଳିଲା ୪୦ ଲକ୍ଷର ଗୁପ୍ତ ଭଣ୍ଡାର

ଆଜି ବିଡିଓ ନିଜ ଚାମ୍ବରରେ ବସିଥିବା ବେଳେ ଭିତରକୁ ପଶି ବିଲ୍ ପାଇଁ କହିଥିଲେ ଠିକାଦାର ଅଶୋକ । ତେବେ ଉତ୍ତରରେ ବିଡିଓ କହିଲେ ସେହି କାମର ବିଲ୍ ହୋଇ ସାରିଛି, ଯାହାର ରିପୋର୍ଟ ଜିଲ୍ଲାପାଳଙ୍କୁ ଦେଇଦେବି । ଏଥିରେ ଉତକ୍ଷିପ୍ତ ହୋଇ ବିଡିଓଙ୍କ ଉପରକୁ ଜୋତା ଫିଙ୍ଗିବା ସହ ମାଡ ମାରିଥିଲେ ଅଶୋକ । ଏହାପରେ ସେଠାରୁ ସେ ଫେରାର ହୋଇଯାଇଛନ୍ତି । ଅଭିଯୁକ୍ତକୁ ଗିରଫ ଦାବିରେ କଲମ ଛାଡ଼ ଆନ୍ଦୋଳନ ସହ ବ୍ଲକ୍ ଅଫିସ୍ ସାମ୍ନାରେ ଧାରଣାରେ ବସିଲେ ବ୍ଲକ କର୍ମଚାରୀ ।