ଭୁବନେଶ୍ୱର ୨୬।୧୧ : ମା’-ମାଟି ଆଗ, ପାର୍ଟି ପଛ। କୋଟିଆ ପ୍ରସଙ୍ଗରେ ନିଜ ଦାବିକୁ ନେଇ ଆତ୍ମାହୁତି ଧମକ ଦେଇଥିବା କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଶେଷରେ ନିଜ ନିଷ୍ପତ୍ତିରୁ ଓହରିଛନ୍ତି।

ବିଧାନସଭାରେ ଆତ୍ମାହୁତି ନିଷ୍ପତ୍ତିରୁ ଓହରିଲେ ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। କୋଟିଆ ପ୍ରସଙ୍ଗରେ ଆଲୋଚନା ପାଇଁ ବାଚସ୍ପତି ସୁଯୋଗ ଦେବା ପରେ ନିଜ ନିଷ୍ପତ୍ତି ବଦଳାଇଥିବା କହିଛନ୍ତି ତାରା। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚ ଦାବି ଆଲୋଚନା ସମୟରେ କୋଟିଆ ପ୍ରସଙ୍ଗ ଉଠାଇବାକୁ ତାଙ୍କୁ ସୁଯୋଗ ମିଳିଥିଲା। ଏଥିପାଇଁ ଅତିରିକ୍ତ ୪୫ ମିନିଟ୍‌ ସମୟ ମଧ୍ୟ ମିଳିଥିବା ସେ କହିଛନ୍ତି।

Also Read:-ତାରାଙ୍କ କଡ଼ା ଚେତାବନୀ : କହିଲେ- "ମା’ ମାଟି ଆଗ, ଦଳ ପଛ; ଆଲୋଚନା ନହେଲେ ବିଧାନସଭାରେ ଆତ୍ମାହୁତି ଦେବି"

ତାରାଙ୍କ କହିବା ଅନୁଯାୟୀ, ସର୍ବଦଳୀୟ ବୈଠକରେ କଂଗ୍ରେସ ବିଧାୟକ ଦଳ ନେତା ରାଜସ୍ୱ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ସମୟରେ କୋଟିଆ ପ୍ରସଙ୍ଗ ଉଠାଇବା ପାଇଁ ସମ୍ମତି ପାଇଥିଲେ। ଗତକାଲି ବାଚସ୍ପତି ସେହି ସମ୍ମତି ଅନୁଯାୟୀ ଆଲୋଚନାର ସୁଯୋଗ ଦେଇଥିବାରୁ ସେ ଆତ୍ମାହୁତି ନିଷ୍ପତ୍ତିରୁ ଓହରିଥିବା କହିଛନ୍ତି। ପୂର୍ବରୁ କୋଟିଆ ପ୍ରସଙ୍ଗରେ ତାରା ବାହିନୀପତି ଆତ୍ମାହୁତି କରିବାକୁ କହିଥିଲେ । ମା, ମାଟି ଆଗ ପାର୍ଟ ପଛ । କୋଟିଏ ଲଢେଇ ସେ ସରକାରଙ୍କ ସହ ଅଛନ୍ତି । ଯଦି କୋଟିଆ ପ୍ରସଙ୍ଗରେ କହିବାକୁ ସୁଯୋଗ ନମିଳିବ । ତେବେ ଆତ୍ମାହୁତି କରିବାକୁ ଧମକ ଦେଇଥିଲେ ତାରା ବାହିନୀପତି ।