ବାରିପଦା ୦୪।୦୮: ମୟୂରଭଞ୍ଜ ବୈଶିଙ୍ଗା ଥାନାରେ କାର୍ଯ୍ୟରତ କନେଷ୍ଟବଳ ବସନ୍ତ ମହାନ୍ତଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ସୋମବାର ରାତିରେ NH-୧୮ ପଦ୍ମନାଭପୁର ଛକ ନିକଟରେ ଏକ କାର ଭିତରୁ ଜଣେ ପୋଲିସ କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତ କନେଷ୍ଟବଳ ବସନ୍ତ ମହାନ୍ତଙ୍କ ଘର ମୟୂରଭଞ୍ଜ ଝାରପଖରିଆ ଅଞ୍ଚଳର ।

ଖବର ଅନୁଯାୟୀ, ସୋମବାର ରାତିରେ ଲାଲ ରଙ୍ଗର କାର ଦୀର୍ଘ ସମୟ ଧରି ଛିଡ଼ା ହୋଇଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଅପରାହ୍ନ ପର୍ଯ୍ୟନ୍ତ କାରଟି ସେହି ସ୍ଥାନରେ ରହିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା। ଖବର ପାଇ ବିଳମ୍ବିତ ଅପରାହ୍ନରେ ବୈଶିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଯାଞ୍ଚ ପରେ ମୃତ ବ୍ୟକ୍ତି ବୈଶିଙ୍ଗା ଥାନାରେ କାର୍ଯ୍ୟରତ କନେଷ୍ଟବଳ ବସନ୍ତ ମହାନ୍ତ ବୋଲି ଚିହ୍ନଟ ହୋଇଥିଲେ। ମୃତଦେହକୁ ବୈଶିଙ୍ଗା ଡାକ୍ତରଖାନାରେ ରଖାଯାଇଥିବାବେଳେ ପରିବାର ସଦସ୍ୟ ଓ ବୈଶିଙ୍ଗା ଥାନାର ଅଧିକାରୀ ଏବଂ କର୍ମଚାରୀମାନେ ସେଠାରେ ପହଞ୍ଚିଥିଲେ।

Also Read:-Divya Bharti: ଦିବ୍ୟା ଭାରତୀଙ୍କୁ ମନେପକାଇ ଇମୋସନାଲ ହେଲେ ଅନୀସ୍; ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ସରିଥିଲା ସୁଟିଂ

ସେପଟେ ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ। ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁ ସ୍ୱାଭାବିକ, ଦୁର୍ଘଟଣାଜନିତ କିମ୍ବା ଅନ୍ୟ କୌଣସି କାରଣରୁ ଘଟିଛି ସେଥିପାଇଁ ସ୍ପଷ୍ଟତା ଆସିବ।