ନୂଆଦିଲ୍ଲୀ, ୦୯/୧୦ : ଗୁରୁବାର ସାରା ଦେଶରେ ପ୍ରଦର୍ଶନ କରିଥିଲା ଇଣ୍ଡି ମେଣ୍ଟ । ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କଂଗ୍ରେସ ସମେତ ବାମଦଳ ଏବଂ ଅନ୍ୟ ବିରୋଧ ଦଳ ଆନ୍ଦୋଳନ କରିଥିଲେ । ତେବେ ହରିୟାଣାରେ ବିରୋଧ ପ୍ରଦର୍ଶନ ବେଳେ ଏକ ଭିନ୍ନ ଦୃଶ୍ୟ ସାମ୍ନାକୁ ଆସିଛି । ଦୃଶ୍ୟରେ ଦୁଇ ଜଣ କଂଗ୍ରେସ ନେତା ପରସ୍ପରକୁ ଚାପୁଡା଼ ମାରୁଥିବା ଦେଖିବାକୁ ମିଳିଛି ।

Also Read :- ସଞ୍ଜୁଙ୍କ ପାଇଁ ଦଳରେ ମିଳୁନି ଜାଗା ! ସିଲେକ୍ଟରଙ୍କୁ ବଡ଼ ମେସେଜ୍ ଦେଲେ ବୈଭବ ସୂର୍ଯ୍ୟବଂଶୀ

ରିପୋର୍ଟ ଅନୁସାରେ, ଫରିଦାବାଦରେ ପ୍ରଦର୍ଶନ ବେଳେ କଂଗ୍ରେସର ଦୁଇ ନେତ୍ରୀ ମୁହାଁମୁହିଁ ହୋଇଥିଲେ । ପରସ୍ପରକୁ ଚାପୁଡା ମଧ୍ୟ ମାରିଥିଲେ । ଆଖପାଖରେ ଥିବା କଂଗ୍ରେସର ଅନ୍ୟ ନେତା ଏବଂ କର୍ମୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ବୁଝାସୁଝା କରିତିଲେ । ଯାହା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

କୁହାଯାଉଛି ଯେ, କଂଗ୍ରେସ ନେତ୍ରୀ ପରାଗ ଶର୍ମା ଏବଂ ନେତ୍ରୀ ଗଜନା ଲାମ୍ବାଙ୍କ ମଧ୍ୟରେ କୌଣସୀ କାରଣରୁ କଥା କଟାକଟି ହୋଇଥିଲା । ଉଭୟ ପ୍ରଦର୍ଶନରେ ସାମିଲ ଥିଲେ । ପରେ ସେମାନଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଫଳରେ ସେମାନେ ହାତ ଉଠାଇବାକୁ ପଛାଇ ନଥିଲେ । ଅନ୍ୟ କର୍ମୀମାନେ ସେମାନଙ୍କ ଏପରି ଆଚରଣ ଦେଖି ଚକିତ ହୋଇଯାଇଥିଲେ । କେହି କିଛି ପ୍ରଥମେ ବୁଝିପାରିନଥିଲେ ।

କିଛି କର୍ମୀଙ୍କ ସୂଚନା ଅନୁସାରେ, ପଛକୁ ହଟିବା ନେଇ କଥାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ପରାଗଙ୍କୁ ପଛକୁ ଘୁଞ୍ଚିବାକୁ ଅନ୍ୟ ମହିଳା ନେତ୍ରୀ କହିଥିଲେ । ଯାହା ବିବାଦକୁ ବଢାଇଥିଲା । ଅନ୍ୟ ଦିଗରେ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନେିଜେନ୍ସ ଏହା ଉପରେ ରିଆକ୍ସନ ମଧ୍ୟ ଦେଉଛନ୍ତି ।