ନୂଆଦିଲ୍ଲୀ: ସରକାରୀ ଠିକାରେ ଆନୁମାନିକ ବ୍ୟୟରୁ ୩୦ ପ୍ରତିଶତରୁ ଅଧିକ କମ ମୂଲ୍ୟରେ ବୋଲି ଲଗାଉଥିବା କମ୍ପାନୀଙ୍କର ଏବେ ଅନିବାର୍ଯ୍ୟ ରୂପେ ଯାଞ୍ଚ ହେବ। ଅର୍ଥମନ୍ତ୍ରାଳୟ ସରକାରୀ କ୍ରୟ ପ୍ରକ୍ରିୟାରେ ଅସାଧାରଣ ରୂପେ କମ ବୋଲି ଚିହ୍ନଟ ପାଇଁ ୩୦ ପ୍ରତିଶତର ସୀମା ନିର୍ଦ୍ଧାରଣ କରିଛନ୍ତି। ଏହାର ଉଦ୍ଦେଶ୍ୟ କମ୍ ମୂଲ୍ୟରେ ଠିକା ହାସଲ କରିବାର ପ୍ରତିଯୋଗୀତାରେ କାମର କ୍ୱାଲିଟି ଓ ସମୟବଦ୍ଧତା ଯେପରି ପ୍ରଭାବିତ ନ ହୁଏ ତାହା ସୁନିଶ୍ଚିତ କରିବା। ଅର୍ଥମନ୍ତ୍ରାଳୟଙ୍କ ବ୍ୟୟ ବିଭାଗ ଏ ସମ୍ପର୍କରେ ନୂଆ ଗାଇଡଲାଇନ ଜାରି କରିଛନ୍ତି।

ଗାଇଡଲାଇନ ଅନୁସାରେ ଯଦି କୌଣସି କମ୍ପାନୀ କୌଣସି ସରକାରୀ ଟେଣ୍ଡରରେ ଆନୁମାନିକ ବ୍ୟୟରୁ ୩୦ ପ୍ରତିଶତରୁ ଅଧିକ କମ ମୂଲ୍ୟ ବୋଲି ଲଗାଏ ତେବେ ସମ୍ବଦ୍ଧିତ ସରକାରୀ ଏଜେନ୍ସୀକୁ ଏହାର ଯାଞ୍ଚ କରିବାକୁ ପଡିବ। ଏପରି ବୋଲିକୁ ସମ୍ଭାବିତ ରୂପେ ଅସାଧାରଣ ରୂପେ କମ (ଏଏଲବି) ବୋଲି ମନେ କରାଯିବ। ଏପରି ମାମଲାରେ ସମ୍ପର୍କିତ ବିଭାଗ ବୋଲି ଲଗାଇଥିବା କମ୍ପାନୀକୁ ଲିଖିତ ସ୍ପଷ୍ଟିକରଣ ମାଗିପାରନ୍ତି। କମ୍ପାନୀକୁ ନିଜ ପ୍ରସ୍ତାବିତ ମୂଲ୍ୟର ବିସ୍ତୃତ ବିବରଣୀ ଦେବାକୁ ପଡିବ ଓ କମ୍ପାନୀକୁ ଜଣାଇବାକୁ ପଡିବ ନିର୍ଦ୍ଧାରିତ ଦରରୁ ଏତେ କମ ମୂଲ୍ୟରେ କାମକୁ କିପରି ପୁରା କରିପାରିବ?

ଏଥିରେ ଯଦି ବୋଲିର ମୂଲ୍ୟ ଓ ଅନ୍ୟ ଦିଗକୁ ଦେଖି କମ୍ପାନୀର କାର୍ଯ୍ୟକ୍ଷମତା ଉପରେ ସନ୍ଦେହ ହୁଏ ତେବେ ବିଭାଗ କମ୍ପାନୀକୁ ବିସ୍ତୃତ ମୂଲ୍ୟ ବିଶ୍ଲେଷଣ ମଧ୍ୟ ମାଗି ପାରେ। ତେବେ ମନ୍ତ୍ରାଳୟ ସ୍ପଷ୍ଟ କରିଛି ଯେ ନିର୍ଦ୍ଧାରିତ ସୀମାରୁ କମ ମୂଲ୍ୟରେ ବୋଲି ଲଗାଇବାର ଅର୍ଥ ଏହା ନୁହେଁ ଯେ ଏହାକୁ ସିଧା ଖାରଜ କରିଦିଆଯିବ। ଯାଞ୍ଚ କାଳରେ ଯଦି କମ୍ପାନୀ ନିର୍ଦ୍ଧାରିତ ମୂଲ୍ୟରେ କାମ ଶେଷ କରିବାକୁ ସକ୍ଷମ ବୋଲି କମ୍ପାନୀ ସାବ୍ୟସ୍ତ କରିବାରେ ବିଫଳ ହୁଏ ତେବେ ତାର ବୋଲି ରଦ୍ଦ କରାଯିବ। ଏଭଳି ସ୍ଥିତିରେ ବିଭାଗ ପରବର୍ତ୍ତି ଅଧିକ ମୂଲ୍ୟର ବୋଲି ଉପରେ ବିଚାର କରିପାରେ। ତେବେ ତାର ଦର ଉଚିତ ହୋଇଥିବା ଆବଶ୍ୟକ।

ଏହା ପୂର୍ବରୁ ସରକାରୀ କ୍ରୟ ନିୟମରେ ଅସାଧାରଣ ରୂପେ କମ ବୋଲିକୁ ଚିହ୍ନଟ କରିବା ପାଇଁ କୌଣସି ନିଶ୍ଚିତ ପ୍ରତିଶତର ସୀମା ନଥିଲା। ସମ୍ବଦ୍ଧିତ ବିଭାଗ ନିଜର ବିବେକ ଓ ଅନୁବନ୍ଧ ପୂରଣ କରିବାର ସମ୍ଭାବିତ ରିସ୍କ ଆଧାରରେ ଟେଣ୍ଡର ଉପରେ ନିଷ୍ପତ୍ତି ନେଉଥିଲେ। ଏହି କାରଣରୁ ବିଭିନ୍ନ ବିଭାଗର ତଦନ୍ତ ପ୍ରକ୍ରିୟାରେ ଯାଞ୍ଚର ଭିନ୍ନତା ରହୁଥିଲା। ଅର୍ଥମନ୍ତ୍ରାଳୟ ସରକାରୀ ଏଜେନ୍ସୀଙ୍କୁ ଟେଣ୍ଡର ସର୍ତ୍ତ ସାବଧାନତା ପୂର୍ବକ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛି। ଯାହାଦ୍ୱାରା ଅବାସ୍ତବ ଭାବେ କମ ମୂଲ୍ୟରେ ନିଲାମ କରିବାର ପ୍ରବୃତ୍ତିକୁ ରୋକିବ।

ବିଭାଗ ବିଶ୍ୱାସ କରେ ଯେ ନୂତନ ବ୍ୟବସ୍ଥା ସରକାରୀ କ୍ରୟରେ ସ୍ୱଚ୍ଛତା ବୃଦ୍ଧି କରିବା ସହ ଗୁଣାତ୍ମକ ପ୍ରକଳ୍ପ, ସମୟାନୁବର୍ତ୍ତିତା ଓ ସେବାରେ ଉତ୍ତମ ବିତରଣ ସୁନିଶ୍ଚିତ କରିବ। ସରକାରଙ୍କ ଉଦ୍ଦେଶ୍ୟ କମ ମୂଲ୍ୟରେ କାମ ନିଲାମ ଦେବାର ପ୍ରତିଯୋଗୀତାକୁ ରୋକିବା ନୁହେଁ ବରଂ ଚୁକ୍ତିନାମା ହାସଲ କରିଥିବା କମ୍ପାନୀ ପ୍ରସ୍ତାବିତ ମୂଲ୍ୟରେ ନିର୍ଦ୍ଧାରିତ ଗୁଣବତ୍ତା ଅନୁସାରେ କାର୍ଯ୍ୟ ସମାପ୍ତ କରିବାରେ ସକ୍ଷମ ହେବା ନିଶ୍ଚିତ କରିବା।