ସୋସିଆଲ ମିଡିଆରେ ବ୍ୟଙ୍ଗାତ୍ମକ ପେଜ୍ ଭାବେ ଆରମ୍ଭ ହୋଇଥିବା 'କକରୋଚ୍ ଜନତା ପାର୍ଟି' (CJP) ବର୍ତ୍ତମାନ ଭାରତୀୟ ରାଜନୀତି ଓ ଡିଜିଟାଲ୍ ଦୁନିଆରେ ଏକ ବଡ଼ ଆନ୍ଦୋଳନର ରୂପ ନେଇଛି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କ ବିବାଦୀୟ "କକରୋଚ୍" (ଅସରପା) ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଥିବା ଏହି ପାରୋଡି ପେଜକୁ ବର୍ତ୍ତମାନ ଅନେକ ବିରୋଧୀ ଦଳର ନେତା ସମର୍ଥନ ଜଣାଇଛନ୍ତି।

ଇଣ୍ଟରନେଟରେ ଲଞ୍ଚ ହେବାର ମାତ୍ର ୪ ଦିନରେ କକରୋଚ ପାର୍ଟି ଇନଷ୍ଟାଗ୍ରାମ ଫଲୋଅର୍ସ ସଂଖ୍ୟାରେ ବିଜେପିକୁ ମଧ୍ୟ ପଛରେ ପକାଇ ଦେଇଛି। ତେବେ ଏହି ସୋସିଆଲ୍ ମିଡିଆ ଦଳର ଏତେ ଲୋକପ୍ରିୟତା ସତ୍ତ୍ୱେ ଏହାକୁ ବ୍ଲକ କରଦିଆଯାଇଛି। ବ୍ଲକ୍ ହେବାର କିଛି ଘଣ୍ଟା ମଧ୍ୟରେ ଏହାର ସଂସ୍ଥାପକ ଅଭିଜିତ ଦୀପକେ ପୁଣିଥରେ ସେହି ପାର୍ଟି ନାଁରେ ଏକ ନୂଆ ଆକାଉଣ୍ଟ ଖୋଲି ଲୋକଙ୍କୁ ଫଲୋ କରିବାକୁ ଆହ୍ୱାନ ଦେଇଛନ୍ତି। ଅଭିଜିତଙ୍କ ଆହ୍ୱାନରେ ଲୋକେ ପ୍ରତି ମିନିଟରେ କକରୋଚ ପାର୍ଟି ନୂଆ ଆକାଉଣ୍ଟକୁ ଫଲୋ କରୁଛନ୍ତି।

ସୋସିଆଲ୍ ମିଡିଆରେ ଏହି ପାର୍ଟିକୁ ନେଇ ବର୍ତ୍ତମାନ ପ୍ରବଳ ହୋହଲ୍ଲା ଚାଲିଥିବା ବେଳେ ଏହାର ସଂସ୍ଥାପକ ଅଭିଜିତ ଦୀପକେ, ଗିରଫ ହେବାର ଆଶଙ୍କା ପ୍ରକାଶ କରିଛନ୍ତି। ଗଣମାଧ୍ୟମକୁ ସାକ୍ଷାତ୍କାର ଦେଇ ଅଭିଜିତ ଏହି ଆଶଙ୍କା ପ୍ରକାଶ କରିଛନ୍ତି।

"ଦିଲ୍ଲୀ ବିମାନବନ୍ଦରରେ ଓହ୍ଲାଇବା ମାତ୍ରେ ଗିରଫ ହେବି"

ଅଭିଜିତ ବର୍ତ୍ତମାନ ଆମେରିକାରେ ଅଛନ୍ତି। ସେ ଭାରତରେ ପହଞ୍ଚିବା ପରେ ତାଙ୍କୁ ହୁଏତ ଗିରଫ କରାଯାଇପାରେ ବୋଲି ସେ କହିଛନ୍ତି। 'ଦି ରେଡ୍ ମାଇକ୍' (The Red Mike) କୁ ଦେଇଥିବା ଏକ ସାକ୍ଷାତକାରରେ ଅଭିଜିତ କହିଛନ୍ତି, "ମୁଁ ଭାବୁଛି, ମୁଁ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ଦିଲ୍ଲୀ ପୋଲିସର ଏକ ଗାଡ଼ି ମତେ ସିଧା ତିହାର ଜେଲ୍କୁ ନେଇଯିବ।" ସିଜେଆଇଙ୍କ ମନ୍ତବ୍ୟକୁ ନେଇ ସେ କହିଛନ୍ତି ଯେ, "ଶେଷରେ ଆମେ ଏହି ଦେଶରେ ଆମର ପରିଚୟ ଜାଣିବାକୁ ପାଇଲୁ। ଆମକୁ ଏଠି ଅସରପା ଭଳି ଦେଖାଯାଉଛି।"

BJP କୁ ପଛରେ ପକାଇବା ଉପରେ ପ୍ରତିକ୍ରିୟା

ଇନଷ୍ଟାଗ୍ରାମରେ 'କକରୋଚ୍ ଜନତା ପାର୍ଟି'ର ଫଲୋଅର୍ସ ସଂଖ୍ୟା ମାତ୍ର ୪ ଦିନରେ ୧୨ ମିଲିୟନ (୧.୨ କୋଟି) ଅତିକ୍ରମ କରିସାରିଛି, ଯାହା ବିଜେପିର ୮.୭ ମିଲିୟନ ଫଲୋଅର୍ସ ଠାରୁ ଯଥେଷ୍ଟ ଅଧିକ। କିନ୍ତୁ ଏହାକୁ ନେଇ ଅଭିଜିତ କହିଛନ୍ତି, "ଅଧିକ ଫଲୋଅର୍ସ ମିଳିଥିବାରୁ ମୁଁ ଖୁସି ନୁହେଁ। ଏହା ଦ୍ୱାରା କ’ଣ ହେବ? ଯୁବପିଢ଼ିଙ୍କ ଅସଲ ସମସ୍ୟା (ବେକାରୀ) ତ ଏବେ ବି ସେମିତି ରହିଛି।"

Also Read- ଅମିତ ଶାହଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ମାମଲା: ଅଭିଷେକ ବାନାର୍ଜୀଙ୍କୁ କଲିକତା ହାଇକୋର୍ଟଙ୍କ ସୁରକ୍ଷା, ଗିରଫ କରିପାରିବନି ପୁଲିସ

X (ଟ୍ୱିଟର) ଆକାଉଣ୍ଟ ବ୍ଲକ୍ ହେବା ଘଟଣା

ଏହି ସାକ୍ଷାତକାରର କିଛି ସମୟ ପୂର୍ବରୁ, ଭାରତରେ 'କକରୋଚ୍ ଜନତା ପାର୍ଟି'ର ଅଫିସିଆଲ୍ ଏକ୍ସ (ପୂର୍ବରୁ ଟ୍ୱିଟର) ଆକାଉଣ୍ଟକୁ ଆଇନଗତ ଦାବି (legal demand) କାରଣ ଦର୍ଶାଇ ବନ୍ଦ ବା 'withheld' କରିଦି ନିଆଯାଇଥିଲା। ଏହାକୁ ବିରୋଧ କରିଥିଲେ ଅଭିଜିତ। ଏବଂ ଏହାର ଏକ ସ୍କ୍ରିନସଟ୍ ଶେୟାର କରି ସେ ଲେଖିଥିଲେ, " ଯାହା ଆଶା କରାଯାଉଥିଲା ସେୟା ହେଲା। ଭାରତରେ କକରୋଚ୍ ଜନତା ପାର୍ଟିର ଆକାଉଣ୍ଟକୁ ବନ୍ଦ କରିଦିଆଯାଇଛି।"

କିଏ ଏହି ଅଭିଜିତ ଦୀପକେ?

ପରିଚୟ ଓ ଶିକ୍ଷା: ୩୦ ବର୍ଷୀୟ ଅଭିଜିତ ଜଣେ ପଲିଟିକାଲ୍ କମ୍ୟୁନିକେସନ ଷ୍ଟ୍ରାଟେଜିଷ୍ଟ (Political Communication Strategist)। ସେ ପୁଣେରୁ ସାମ୍ବାଦିକତାରେ ସ୍ନାତକ ହାସଲ କରିବା ପରେ ନିକଟରେ ଆମେରିକାର ବୋଷ୍ଟନ ୟୁନିଭର୍ସିଟିରୁ ପବ୍ଲିକ୍ ରିଲେସନ୍ସ (Public Relations) ରେ ମାଷ୍ଟର୍ସ ଶେଷ କରିଛନ୍ତି।

ଅଭିଜ୍ଞତା: ସେ ଡିଜିଟାଲ୍ ରାଜନୈତିକ ବାର୍ତ୍ତା ପ୍ରେରଣ ଏବଂ ଅନଲାଇନ୍ କ୍ୟାମ୍ପେନିଂରେ ପାରଙ୍ଗମ। ପୂର୍ବରୁ ସେ ଆମ ଆଦମୀ ପାର୍ଟି (AAP) ର ସୋସିଆଲ ମିଡିଆ ଟିମ୍ ସହିତ ମଧ୍ୟ କାମ କରିଛନ୍ତି।

ବିରୋଧୀ ଦଳର ବଡ଼ ସମର୍ଥନ

ଏହି ବ୍ୟଙ୍ଗାତ୍ମକ ଆନ୍ଦୋଳନକୁ ବର୍ତ୍ତମାନ ବିରୋଧୀ ଦଳର ଅନେକ ବଡ଼ ନେତା ସମର୍ଥନ ଦେଇଛନ୍ତି। ଟିଏମସି (TMC) ନେତ୍ରୀ ମହୁଆ ମୋଇତ୍ରା, କୀର୍ତ୍ତି ଆଜାଦ୍ ଏବଂ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କ ସମେତ ଅନେକ ନେତା, କମେଡିଆନ ଓ ସେଲିବ୍ରିଟି ଏହାକୁ ସମର୍ଥନ କରିଛନ୍ତି। ସୋସିଆଲ ମିଡିଆରେ ଏବେ ଏହାକୁ "BJP vs CJP" ବୋଲି କୁହାଯାଉଛି।

Also read- କକରୋଚ ଜନତା ପାର୍ଟିର ଏକ୍ସ ଆକାଉଣ୍ଟ ବ୍ୟାନ୍, ପ୍ରଧାନ ବିଚାରପତିଙ୍କ ବିବୃତ୍ତିରୁ ଆରମ୍ଭ ହୋଇଥିଲା ବିବାଦ