ଭୁବନେଶ୍ବର: ଓଡ଼ିଶାରେ ଗାର୍ମେଣ୍ଟ ମାର୍କେଟର ଏବେ ବଡ଼ ସୁଯୋଗ ରହିଛି । ଏହାକୁ ଆଧାର କରି ଏହି ସେକ୍ଟରରେ ଅନେକ ନୁଯିକ୍ତି ସୃଷ୍ଟି ହୋଇପାରିବ । ସେଥିପାଇଁ କେବଳ ବଡ଼ ସହର ନୁହେଁ, ଛୋଟ ସହରର ଯୁବକଙ୍କୁ ବି ବ୍ୟବସାୟୀ କରିବ କୋବ୍ ଇଟାଲୀ (COBB Italy) । ଭୁବନେଶ୍ୱରରେ ଓଡ଼ିଶାର ଗାର୍ମେଣ୍ଟ ସେକ୍ଟରରେ ବ୍ୟବସାୟ ଏବଂ ନିଯୁକ୍ତି ସୁଯୋଗକୁ ନେଇ କୋବ୍ ଇଟାଲୀ ପକ୍ଷରୁ ଆୟୋଜିତ ସେମିନାର ଏବଂ ଅଲ୍ ଓଡ଼ିଶା ଫ୍ରାଞ୍ଚାଇଜ୍ ମିଟରେ ଏହା କହିଛନ୍ତି କୋବ୍‌ର ଅଧ୍ୟକ୍ଷ ରାମ ନିୱାସ ସିଂଲାଜି।

ଭୁବନେଶ୍ୱରରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଗାର୍ମେଣ୍ଟ ବ୍ୟବସାୟୀ, ରିଟେଲର୍ ଏବଂ ଆଶାୟୀ ଉଦ୍ୟୋଗୀ ଯୋଗ ଦେଇଥିଲେ। ଓଡ଼ିଶାରେ ଗାର୍ମେଣ୍ଟ ମାର୍କେଟ୍ କେମିତି ଦ୍ରୁତ ଗତିରେ ବଢ଼ୁଛି, ସେ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ‘‘ଓଡ଼ିଶା ଆମ ପାଇଁ କେବଳ ଏକ ମାର୍କେଟ୍ ନୁହେଁ, ଏହା ଆମର ଭବିଷ୍ୟତ ବୋଲି କହିଛନ୍ତି । କୋବ୍‌ର Vision ହେଲା - ଓଡ଼ିଶାର ପ୍ରତି ଜିଲ୍ଲାରେ, ପ୍ରତି ଛୋଟ ସହରରେ COBBର ଫ୍ରାଞ୍ଚାଇଜ୍ ଷ୍ଟୋର୍ ପହଞ୍ଚାଇବା। ସ୍ଥାନୀୟ ଯୁବକଙ୍କୁ ଚାକିରି ଖୋଜିବା ବଦଳରେ ଚାକିରି ଦେବା ଭଳି ଉଦ୍ୟୋଗୀ କରିବା ବୋଲି ସେ କହିଛନ୍ତି । ଓଡ଼ିଶାର ଲୋକେ ଦିଲ୍ଲୀ, ମୁମ୍ବାଇ ଭଳି ଇଣ୍ଟରନ୍ୟାସନାଲ୍ ଫ୍ୟାସନ୍ ନିଜ ସହରରେ ପାଆନ୍ତୁ।"

ଓଡ଼ିଶାରେ ଫ୍ରାଞ୍ଚାଇଜ୍ ମାଧ୍ୟମରେ ଆତ୍ମନିଯୁକ୍ତି ବଢ଼ାଇବା, ସ୍ଥାନୀୟ ରିଟେଲରଙ୍କୁ ସପ୍ଲାଏ ଚେନ୍ ଓ ବ୍ରାଣ୍ଡ ସପୋର୍ଟ ଦେବା ହିଁ ମୁଖ୍ୟ ଟାର୍ଗେଟ୍। ଆଗାମୀ ଦିନରେ ଟିଅର୍-୨ ଏବଂ ଟିଅର୍-୩ ସହରରେ ଫୋକସ୍ କରାଯିବ । ଓଡ଼ିଶାରେ ଭୁବନେଶ୍ୱର କଟକ ସମେତ ୨୧ ଟି ସ୍ଥାନରେ ଏକ୍ସକ୍ଲୁସିଭ ଷ୍ଟୋର ରହିଛି। ଖୁବ୍ ଶୀଘ୍ର ଓଡ଼ିଶାରେ ଶହେ ଷ୍ଟୋର ଏବଂ ସାରା ଦେଶରେ ୧ ହଜାର ଷ୍ଟୋର ଖୋଲିବା ଲକ୍ଷ୍ୟ ରହିଥିବା କୋବର ଡିଜିଏମ ମୋହସିନ ଶେଖ୍ କହିଛନ୍ତି ।