ବୌଦ୍ଧ: ନିଖୋଜର ୫ ଦିନ ପରେ ଯୁବ ବ୍ୟବସାୟୀ ବିରୂପାକ୍ଷ ଅଗ୍ରୱାଲଙ୍କ ମୃତଦେହ ଉଦ୍ଧାର ହୋଇଛି। ବୌଦ୍ଧ-ରେଢ଼ାଖୋଲ ରାସ୍ତାର କଦଳୀଗଡ଼ି ନିକଟସ୍ଥ ତନ୍ତଗାଡ଼ ଜଙ୍ଗଲରୁ ତାଙ୍କ ମୃତଦେହ ମିଳିଛି। ଏହି ହତ୍ୟାକାଣ୍ଡ ଘଟଣାରେ ବୌଦ୍ଧ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ଶିକ୍ଷକ ସ୍ୱାଧୀନ ପ୍ରଧାନ ଏବେ ବି ଫେରାର ଅଛନ୍ତି।

ଗିରଫ ଅଭିଯୁକ୍ତମାନେ ହେଲେ ପଦ୍ମନ୍ ମହାନନ୍ଦିଆ, ପ୍ରମୋଦ କହଁର ଓ ଅବିନାଶ ସ୍ୱାଇଁ। ପୋଲିସର ସୂଚନା ଅନୁସାରେ, ମୋଟ ୪ ଜଣ ଅଭିଯୁକ୍ତ ମିଶି ଠେଙ୍ଗାରେ ପିଟି ପିଟି ବିରୂପାକ୍ଷଙ୍କୁ ହତ୍ୟା କରିଥିଲେ।

ପ୍ରାଥମିକ ତଦନ୍ତରୁ ଟଙ୍କା ନେଣଦେଣକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ଗିରଫ ହୋଇଥିବା ୩ ଜଣଙ୍କୁ ୩୦ ହଜାର ଟଙ୍କା ଦେବାର ପ୍ରଲୋଭନ ଦେଖାଇ ଶିକ୍ଷକ ସ୍ୱାଧୀନ ପ୍ରଧାନ ଏହି ହତ୍ୟାକାଣ୍ଡ ଘଟାଇବାକୁ ଯୋଜନା କରିଥିବା ପୋଲିସ କହିଛି। ଏନେଇ ବୌଦ୍ଧ ଏସ୍ପି କୁଲଦୀପ ମୀନା ସୂଚନା ଦେଇଛନ୍ତି। ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ସ୍ୱାଧୀନ ପ୍ରଧାନଙ୍କୁ ଧରିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି।

Also Read: ବୌଦ୍ଧ ବ୍ୟବସାୟୀ ନିଖୋଜର ୪ ଦିନ ପରେ ବି ମିଳୁନି ପତ୍ତା, ଖୋଜିବାକୁ ବଣିକ ସଂଘ ଦାବି