ନୂଆଦିଲ୍ଲୀ: CNG & Domestic PNG Prices to Drop: ଦେଶରେ ଶସ୍ତା ହେବ ସିଏନ୍‌ଜି ଓ ଘରୋଇ ପିଏନ୍‌ଜି। ପେଟ୍ରୋଲିୟମ୍ ଏବଂ ନ୍ୟାଚୁରାଲ ଗ୍ୟାସ ରେଗୁଲେଟରି ବୋର୍ଡ (PNGRB) ଗ୍ୟାସ ପରିବହନ ଶୁଳ୍କ ହ୍ରାସ ଏବଂ ବ୍ୟବସ୍ଥାର ସରଳୀକରଣ କରିବା ନେଇ ଘୋଷଣା କରିଛି। ଯାହା ୨୦୨୬ ଜାନୁଆରୀ ୧ ତାରିଖରୁ ଲାଗୁ ହେବ। ଏଥିରେ କଞ୍ଜ୍ୟୁମର୍ସଙ୍କର ୟୁନିଟ ପିଛା ୨-୩ ଟଙ୍କା ସଂଚୟ ହେବ। ସାରା ଦେଶର ଗ୍ରାହକମାନେ ଖୁବ୍ ଶୀଘ୍ର CNG ଏବଂ ଘରୋଇ ପାଇପ୍‌ଡ ନ୍ୟାଚୁରାଲ ଗ୍ୟାସ (PNG) ଶସ୍ତା ପାଇବେ। ନୂଆ ୟୁନିଫାଇଡ ଟାରିଫ ଷ୍ଟ୍ରକ୍ଚରର ଗଠନ ଫଳରେ ବିଭିନ୍ନ ରାଜ୍ୟର ଗ୍ରାହକଙ୍କୁ ୟୁନିଟ ପିଛା ୨-୩ ଟଙ୍କା ଶସ୍ତା ପଡ଼ିବ। ତେବେ ଏହା ରାଜ୍ୟ ଏବଂ ଟିକସ ଉପରେ ନିର୍ଭର କରେ ବୋଲି PNGRB ସଦସ୍ୟ ଏକେ ତିୱାରୀ କହିଛନ୍ତି।

ନୂଆ ଟାରିଫ ଷ୍ଟ୍ରକ୍ଚରରେ ୩ ବଦଳରେ ୨ଟି ଜୋନ କରାଯିବ। ୨୦୨୩ ମସିହାରେ କାର୍ଯ୍ୟକାରୀ ହୋଇଥିବା ସିଷ୍ଟମରେ, ଦୂରତା ଆଧାରରେ ଶୁଳ୍କକୁ ତିନୋଟି ଜୋନରେ ବିଭକ୍ତ କରାଯାଇଥିଲା। ୦ ରୁ ୨୦୦ କିଲୋମିଟର ପାଇଁ ଶୁଳ୍କ ₹୪୨ ଟଙ୍କା, ୩୦୦ ରୁ ୧,୨୦୦ କିଲୋମିଟର ଦୂରତା ପାଇଁ, ୮୦ ଟଙ୍କା,ସେହିପରି ୧,୨୦୦ କିଲୋମିଟରରୁ ଅଧିକ ଦୂରତା ପାଇଁ, ₹୧୦୭ ଦେୟ ଦେବାକୁ ପଡ଼ୁଥିଲା। ବର୍ତ୍ତମାନ, ଏହି ବ୍ୟବସ୍ଥାକୁ ସରଳୀକୃତ କରାଯାଇ ଦୁଇଟି ଜୋନରେ ବିଭକ୍ତ କରାଯାଇଛି। ଏ ନେଇ ତିୱାରୀ କହିଛନ୍ତି ଯେ ପ୍ରଥମ ଜୋନ୍ CNG ଏବଂ ଘରୋଇ PNG ଗ୍ରାହକଙ୍କ ପାଇଁ ସାରା ଦେଶରେ ସମାନ ହେବ। ଏହା ପରିବହନ ଖର୍ଚ୍ଚ ହ୍ରାସ କରିବ, ଯାହାର ଲାଭ ସିଧାସଳଖ ଗ୍ରାହକଙ୍କ ପାଖକୁ ପଠାଯିବ।

ଏହି ପରିବର୍ତ୍ତନ ୩୧୨ଟି ଭୌଗଳିକ ଅଞ୍ଚଳ ପାଇଁ ଲାଭଦାୟକ ହେବ। ଯେଉଁଠାରେ ୪୦ଟି ସିଟି ଗ୍ୟାସ୍ ବଣ୍ଟନ (CGD) କମ୍ପାନୀ କାର୍ଯ୍ୟ କରନ୍ତି। ତିୱାରୀ କହିଛନ୍ତି ଯେ ଏହା CNG ବ୍ୟବହାର କରୁଥିବା ଯାନବାହନ ଏବଂ ରୋଷେଇ ପାଇଁ ପିଏନ୍‌ଜି ବ୍ୟବହାର କରୁଥିବା ପରିବାର ଉଭୟଙ୍କୁ ଲାଭ ହେବ।

CNG ଏବଂ PNG କିପରି ମାପ କରାଯାଏ?
ଭାରତରେ ସିଏନ୍‌ଜି କିଲୋଗ୍ରାମ (କେଜି)ରେ ମପାଯାଏ ଏବଂ ବିକ୍ରି କରାଯାଏ। ସିଏନ୍‌ଜି ବହୁତ ହାଇ ପ୍ରେସରରେ କମ୍ପ୍ରେସ କରାଯାଏ। ଏଥିପାଇଁ ଭଲ୍ୟୁମ (ଲିଟର କିମ୍ବା କ୍ୟୁବିକ ମିଟର) ରେ ମାପ କରିବା କଷ୍ଟକର। କାରଣ ତାପମାତ୍ରା ଏବଂ ଚାପ ସହିତ ଆୟତନ ଭିନ୍ନ ଭିନ୍ନ ହୋଇଥାଏ। ତଥାପି, ଓଜନ (କିଲୋଗ୍ରାମ) ସର୍ବଦା ସମାନ ରହିଥାଏ। ୧ କିଲୋଗ୍ରାମ ସିଏନଜି ପ୍ରାୟ ୧.୩୯ SCM (ଷ୍ଟାଣ୍ଡାର୍ଡ କ୍ୟୁବିକ ମିଟର) ସହିତ ସମାନ। ଆପଣ ଏହାକୁ ପମ୍ପରେ କିଲୋଗ୍ରାମରେ ମାପରେ ପୂରଣ କରନ୍ତି।

​​​​​​​

ପିଏନ୍‌ଜିକୁ ଷ୍ଟାଣ୍ଡାର୍ଡ କ୍ୟୁବିକ ମିଟରରେ ମାପ କରାଯାଏ। ଏହି ଗ୍ୟାସ ପାଇପ୍ଡ ମାଧ୍ୟମରେ ଘରେ ବଣ୍ଟନ କରାଯାଇଥାଏ। ଏହାର ପ୍ରେସର ନର୍ମାଲ ହୋଇଥାଏ। ତେଣୁ ଏହାକୁ ଆୟତନରେ ସହଜରେ ମାପ କରାଯାଏ। ବିଲ୍‌ରେ ଏସ୍‌ସିଏମ୍(ଷ୍ଟାଣ୍ଡାର୍ଡ କ୍ୟୁବିକ ମିଟର) ଦେଖାଯାଏ। ପିଏନ୍‌ଜି ବିଲ୍ ପ୍ରତି ଦୁଇ ମାସରେ ଜାରି କରାଯାଏ, ଏବଂ ଏସ୍‌ସିଏମ୍ ମିଟର ରିଡିଂରୁ ଗଣନା କରାଯାଏ।

also read- କର୍ମଚାରୀଙ୍କ ଲାଗି ଖୁସି ଖବର, ଆଗାମୀ ବର୍ଷ ବଢିପାରେ ଏତିକି % ବେତନ