ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକରେ ୧୬ ପ୍ରସ୍ତାବକୁ ଅନୁମୋଦନ। ଶନିବାର ସନ୍ଧ୍ୟାରେ ବସିଥିବା ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଯେଉଁଥିରେ ଶିକ୍ଷାନୁଷ୍ଠାନରେ SC/ST, SEBC ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ନୀତିର ସଂଶୋଧନ। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଭଳି ବଡ଼ ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ରାସନକାର୍ଡ ହିତାଧିକାରୀଙ୍କୁ ମୁଣ୍ଡପିଛା ଆଉ ୫ କେଜି ଚାଉଳ ଦେବା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ସେହିଭଳି ରାଜ୍ୟରେ ମୁଖ୍ୟମନ୍ତ୍ରୀ ହସ୍ତତନ୍ତ ଯୋଜନା ଆରମ୍ଭ କରାଯିବା । ଏହା ଦ୍ବାରା ବୁଣାକାରମାନେ ଉପକୃତ ହେବେ। ଯୋଜନାରେ ୫ ବର୍ଷ ପାଇଁ ୯୦ କୋଟି ଟଙ୍କା ଅଟକଳ କରାଯାଇଛି।

Also Read: Odisha Tourism: ସରକାରଙ୍କ ମାଷ୍ଟରପ୍ଲାନ, 'ଥିଙ୍କ ଇଣ୍ଡିଆ ଥିଙ୍କ ଓଡିଶା' ଥିମରେ ଦୌଡ଼ିବ ପର୍ଯ୍ୟଟନ

ଉଲ୍ଲେଖଯୋଗ୍ୟ, ଲୋକସେବା ଭବନରେ ଆୟୋଜିତ ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ବିଭିନ୍ନ ବିଭାଗୀୟ ଅଧିକାରୀ, ରାଜ୍ୟ ସରକାରଙ୍କ ଦୁଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେ ଭି ସିଂ ଦେଓଙ୍କ ସମେତ ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ପ୍ରମୁଖ ସାମିଲ ଥିଲେ।