ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିବ ଓଡ଼ିଶା । ରାଜ୍ୟର ପର୍ଯ୍ୟଟନ ପହଞ୍ଚିବ ବିଶ୍ୱ ସ୍ତରରେ । ପର୍ଯ୍ୟଟନକୁ ବିଶ୍ବସ୍ତରୀୟ କରିବାକୁ ହେଉଛି ଯୋଜନା । କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ସବୁ ବିଭାଗର ସଚିବଙ୍କ ସହ ଆଲୋଚନାରେ ପର୍ଯ୍ୟଟନକୁ ଦିଆଯାଇଛି ଫୋକସ୍ । ଶାସନ ସଚିବ କହିଛନ୍ତି ‘ଥିଙ୍କ୍ ଇଣ୍ଡିଆ ଥିଙ୍କ୍ ଓଡ଼ିଶା’ ଥିମରେ ଦୌଡ଼ିବ ଓଡ଼ିଶା ପର୍ଯ୍ୟଟନ ।

ପର୍ଯ୍ୟଟନର ବିକାଶ ପାଇଁ ସବୁ ବିଭାଗ ନିଜ ନିଜର ଯୋଗଦାନ ଦେବେ । ଯେପରି ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଓଡ଼ିଶା ହେବ ସେ ଦିଗରେ ଗୁରୁତ୍ବ ଦିଆଯିବ ବୋଲି ଦୋହରାଇଛନ୍ତି ମୁଖ୍ୟ ଶାସନ ସଚିବ।ସଚିବ ସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ସବୁ ବିଭାଗକୁ ପର୍ଯ୍ୟଟନକୁ ଫୋକସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପର୍ଯ୍ୟଟନ କ୍ଷେତ୍ରରେ କେଉଁ ବିଭାଗ କଣ ଯୋଗ ଦାନ କରିପାରିବ ସେନେଇ ସଚିବ ସ୍ତରୀୟ ବୈଠକର ଆଲୋଚନା କରିଛନ୍ତି ଅନୁ ଗର୍ଗ । ଯେଉଁ ପର୍ଯ୍ୟଟକ ଇଣ୍ଡିଆକୁ ଆସିବାକୁ ନିଷ୍ପତ୍ତି ନେଉଛନ୍ତି ସେମାନେ ଓଡିଶା ଆସିବା ଦରକାର. ଓଡିଶା ପ୍ରଥମ ପସନ୍ଦ ହେବା ଦରକାର । ଏନେଇ ସବୁ ବିଭାଗକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।