ଭୁବନେଶ୍ବର ୧୪।୯: ପବିତ୍ର ନୂଆଁଖାଇ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ‘ସମ୍କୁ ମୋର ନୂଆଁଖାଇ ଜୁହାର୍’ କହି ସେ ନୂଆଁଖାଇକୁ ଓଡ଼ିଶାର ମାଟି, ସଂସ୍କୃତି, ପରମ୍ପରା ଓ ସାମାଜିକ ଏକତାର ପ୍ରତୀକ ବୋଲି ବର୍ଣ୍ଣନା କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି,

ଜୟ ଜଗନ୍ନାଥ

ଜୟ ମାଁ ସମ୍‌ଲେଇ

‘ସମ୍କୁ ମୋର ନୂଆଁଖାଇ ଜୁହାର୍’

ଓଡ଼ିଶାର ମହାନ୍ କୃଷିଭିତ୍ତିକ ଗଣ ପର୍ବ ନୂଆଁଖାଇର ଶୁଭ ଅବସରରେ, ସବୁ ରାଜ୍ୟବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣଉଛେଁ । ନୂଆଁଖାଇ, ଖାଲି ଗୁଟେ ପରବ୍ ନାଇଁସେ, ଇଟା ଆମର୍ ମାଟି, ସଂସ୍କୃତି, ଚାଲିଚଲନ୍ ଆର୍ ସାମାଜିକ ଏକତାର୍ ପ୍ରାଣସ୍ପନ୍ଦନ୍ ଆଏ ।

ଇ ଆନନ୍ଦମୟ ପରବ୍ନେ, ମନର୍ ସବୁ ଭେଦଭାବ, ତିକ୍ତତା ଆର୍ ଅହଂକାରକେ ପଛେ ପକେଇ କରି, ଆମେ ବଡ୍ ଗୁରୁ-ଗୁରୁଜନ୍ ମାନକର୍ ପାହାତଲେ "ଜୁହାର୍- ମୁଁଡିଆ" ଜନେଇଥିସୁଁ, ଆର୍ ସାନ ମାନଙ୍କୁ ଭଲପାଏବାର୍ ଆର୍ ଆଶୀର୍ବାଦ୍ ଦେଇଥିସୁଁ । ଇ ସୁନ୍ଦର୍ ପରମ୍ପରା ଆମର୍ ପରିବାର୍, ସମାଜ୍ ଆର୍ ଭାଇଚାରାର୍ ବନ୍ଧନ୍‌କେ ଆହୁରି ମଜବୁତ୍ କର୍‌ସି ।

୨୦୩୬ ତକ୍, ସମୃଦ୍ଧ ଓଡ଼ିଶା ଆଉ ୨୦୪୭ ତକ୍, ବିକ୍‌ଶିତ୍ ଭାରତ ଗଠନ୍ ଲାଗି ସମସ୍ତେ ନିଜର୍ ନିଜର୍ କର୍ତ୍ତବ୍ୟ ପାଲନ୍ କରୁନ୍ ବଲି, ଆଜି ଇ ଶୁଭ୍ ଦିନ୍ ରେ ଛାତ୍ର ଛାତ୍ରୀ, ଯୁବକ୍ ଯୁବତୀ, ଶ୍ରମିକ୍ କିଶାନ୍ ଜୱାନ୍, ସମ୍କୁ ଅନୁରୋଧ୍ କରୁଛେଁ ।

ନୂଆଁଖାଇ ସମସ୍ତଙ୍କର ଜୀବନରେ, ନୂଆଁ ଆଶା ଆନି ଦେଉ । ମାଁ ସମଲେଇ, ସମସ୍ତଙ୍କର୍ ଜୀବନ ଥି ହସ୍ ଖୁସି, ସୁଖ୍ ଶାନ୍ତି, ଉନ୍ନତି ପ୍ରଗତି ସଫଳତା ଭରି ଦେଉଁନ୍ ବୋଲି, ପ୍ରାର୍ଥନା କରୁଛେଁ । ସମ୍‌ଙ୍କୁ ଫେର୍ ଥରେ, ମୋର ନୂଆଁଖାଇ ଜୁହାର୍ । ଜୟ ମାଁ ସମ୍‌ଲେଇ ।