ନୂଆଦିଲ୍ଲୀ: କମନ ଲ’ ଆଡମିସନ୍ ଟେଷ୍ଟ (CLAT)ରେ ସାରା ଦେଶରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି ୧୭ ବର୍ଷୀୟା ଗୀତାଲି ଗୁପ୍ତା । ରାଜସ୍ଥାନର ଗଙ୍ଗାନଗର ଜିଲ୍ଲାର ଗୀତାଲି ୧୧୯ ମାର୍କରୁ ୧୧୨.୭୫ ମାର୍କ ରଖି ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । କଠିନ ପରିଶ୍ରମ, ଶୃଙ୍ଖଳା ଏବଂ ଅଧ୍ୟୟନରେ ସ୍ଥିରତା ଯୋଗୁଁ ଆଜି ଗୀତାଲି ଗୁପ୍ତା ଏତେ ବଡ଼ ସଫଳତା ହାସଲ କରିଛନ୍ତି । ଗୀତାଲିଙ୍କ ଏହି ସଫଳତା କେବଳ ତାଙ୍କ ପାଇଁ ନୁହେଁ, ବରଂ ପରିବାର ପାଇଁ ଖୁସି ଆଣିଦେଇଛି ।

ଗୀତାଲି ନିଜର ଏହି ସଫଳତା ପାଇଁ ତାଙ୍କ ପରିବାରକୁ ଶ୍ରେୟ ଦେଇଛନ୍ତି । ଏହା ସହ ତାଙ୍କର କଠିନ ପରିଶ୍ରମ ହିଁ ତାଙ୍କୁ ସଫଳତା ପାଇବାରେ ସହାୟକ ହୋଇଛି ବୋଲି ସେ କହିଛନ୍ତି । ଜଣେ ଭଲ ଓକିଲ ହୋଇ ସମାଜର ସେବା କରିବାକୁ ଲକ୍ଷ ରଖିଛନ୍ତି ଗୀତାଲି । ତାଙ୍କର ଏହି ସଫଳତା, ଓକିଲାତି କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ଲକ୍ଷ ରଖିଥିବା ଛାତ୍ରୀଙ୍କୁ ପ୍ରେରଣା ଦେବ ।

ପରୀକ୍ଷା ଦେଇ ଆସିବା ପରେ ଗୀତାଲି ରାଙ୍କ -ଓ୍ବାନ ପାଇବେ ବୋଲି ଆଶା ରଖିନଥିଲେ । ପରୀକ୍ଷାରେ ବହୁତ କଷ୍ଟ ପ୍ରଶ୍ନ ଆସିଥିଲା ବୋଲି ସେ କହିଥିଲେ । କିନ୍ତୁ ଏବେ ଫଳାଫଳ ଘୋଷଣା ହୋଇଛି ଏବଂ ସେ ପ୍ରଥମ ସ୍ଥାନ ଅଧିକାରୀ କରିଛନ୍ତି । ଏହାକୁ ବିଶ୍ବାସ କରିହେଉନି ବୋଲି କହିଛନ୍ତି ଗୀତାଲି ଗୁପ୍ତା ।

କେହି ଜଣେ ଯାତ୍ରା ଆରମ୍ଭ କରିବା ବେଳେ, ଭାବିନଥାଏ ଏତେ ବଡ଼ ସର୍ପ୍ରାଇଜ୍ ମିଳିବ । ଅଲ୍ ଇଣ୍ଡିଆ ରାଙ୍କ-ଓ୍ବାନ ହାସଲ କରି ମୁଁ ବହୁତ ଖୁସି ଅନୁଭବ କରୁଛି ବୋଲି ସେ କହିଛନ୍ତି ।ରାଜନୀତି ବିଜ୍ଞାନ, ନଗର ବିଜ୍ଞାନ ପଢ଼ିବାକୁ ଏବଂ ଡିବେଟ୍ କରିବାକୁ ତାଙ୍କୁ ଖୁବ ଭଲ ଲାଗେ । ଆଉ ଏଥି ପାଇଁ ଲ’ ବା ଆଇନ୍ ପାଠ ପଢ଼ିବାକୁ ତାଙ୍କର ଆଗ୍ରହ ବଢ଼ିଥିଲା ବୋଲି କୁହନ୍ତି ଗୀତାଲି । ସେପଟେ ତାଙ୍କୁ ସାଇନ୍ସରେ ତାଙ୍କୁ କେବଳ ଗଣିତ ହିଁ ପସନ୍ଦ ବୋଲି ସେ କହିଛନ୍ତି । ଗୀତାଲିଙ୍କ ପୂର୍ବରୁ CLAT-2025ରେ ସକ୍ଷମ ଗୌତମ ସର୍ବାଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।