ଭୁବନେଶ୍ବର ୭।୯: ବଦଳିବ ଦଶମ ପାଠ୍ୟକ୍ରମ । ଦ୍ଵାଦଶ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ । ବିଦ୍ୟାଳୟରେ ଯୁକ୍ତ ଦୁଇ ପାଠ୍ୟକ୍ରମ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଡ. ଏନ୍ ତିରୁମାଲା ନାୟକ ସୂଚନା ଦେଇଛନ୍ତି । 

ସେ ଆହୁରି ମଧ୍ୟ କହିଛନ୍ତି,  ୧୮ ବର୍ଷ ଯାଏଁ ମୁକ୍ତ ବିଦ୍ୟାଳୟରେ ମିଳିବ ମାଗଣା ଶିକ୍ଷା । ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି । ମାଗଣା ଡିଜିଟାଲ ଶିକ୍ଷା ପାଇଁ CHSEକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ CHSEକୁ ୧୦ କୋଟି ଟଙ୍କା ମଧ୍ୟ ଦିଆଯାଇଛି । ଓଡ଼ିଆରେ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପଢ଼ିବେ ଛାତ୍ରଛାତ୍ରୀ ।

Also Read:- ଚାଷୀଙ୍କ ପାଇଁ ବଡ଼ ଖବର : ଆଜି ରାତି ୧ଟା ଯାଏ ଧାନ ପଞ୍ଜୀକରଣ, ଆଉ ବଢ଼ିବନି ଅବଧି

ଦଶମ-ଦ୍ଵାଦଶ ହେବ ଗୋଟିଏ ବୋର୍ଡ । କେଉଁଠି ହେବ କାର୍ଯ୍ୟାଳୟ ଖୁବଶୀଘ୍ର ନିଷ୍ପତ୍ତି । ଯୁକ୍ତ ଦୁଇ ପଢ଼ିବା ଭିତରେ ଦକ୍ଷ ହେବେ ଛାତ୍ରଛାତ୍ରୀ । ଯୁକ୍ତ ଦୁଇ ପରେ ପାଇବେ କର୍ମ ନିଯୁକ୍ତି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୪୪ତମ ପ୍ରତିଷ୍ଠା ଦିବସରେ ଏଭଳି ସୂଚନା ଦେଇଛନ୍ତି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସଚିବ ଡ. ଏନ୍ ତିରୁମାଲା ନାୟକ ।

Watch Video: