ଭୁବନେଶ୍ବର ୭।୯: ଚାଷୀ ପଞ୍ଜୀକରଣ ପାଇଁ ଅବଧି ବଢାଯିବ ନାହିଁ । ଚଳିତ ଥର ରେକର୍ଡ ସଂଖ୍ୟକ ଚାଷୀ ଧାନ ପଞ୍ଜୀକରଣ କରିଛନ୍ତି । ଗତକାଲି ସୁଦ୍ଧା ୨୧ ଲକ୍ଷ ୪୨ ହଜାର ୭୨୩ ଚାଷୀ ଧାନ ପଞ୍ଜୀକରଣ କରିସାରିଛନ୍ତି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି ।

ମନ୍ତ୍ରୀଙ୍କ ସୂଚନା ଅନୁସାରେ ଏଥର ରେକର୍ଡ ସଂଖ୍ୟକ ଚାଷୀଙ୍କ ପଞ୍ଜୀକରଣ ହୋଇଛି । ଠିକ୍ ସମସ୍ୟାରେ ସମସ୍ତଙ୍କ ପଞ୍ଜୀକରଣ ନହେଲେ ତାହା ବଢ଼ିବ ବୋଲି ପୂର୍ବରୁ ମନ୍ତ୍ରୀ କହିଥିଲେ । ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଧିକ ୭ ଦିନ ପର୍ଯ୍ୟନ୍ତ ପଞ୍ଜୀକରଣ ସମୟ ବୃଦ୍ଧି କରିଥିଲେ । ଗତକାଲି ଯାଏ ୨୧ ଲକ୍ଷ ୪୨ ଜାର ଚାଷୀ ପଞ୍ଜୀକରଣ କରିଛନ୍ତି । ଗତବର୍ଷ ରାଜ୍ୟରେ ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜୀକରଣ କରିଥିଲେ । ଆଜି ରାତି ଗୋଟାଏ ଯାଏ ଚାଷୀ ଚାହିଁଲେ ପଞ୍ଜୀକରଣ କରିପାରିବେ ।

Also Read:- ରାଜ୍ୟ କାର୍ଯ୍ୟକାରିଣୀ ପରେ ଦିଲ୍ଲୀ ଗଲେ ମନମୋହନ, କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ହୋଇପାରେ ଆଲୋଚନା

ଆମ ସରକାର ସବୁବେଳେ ଚାଷୀଙ୍କ ହିତରେ । ବିରୋଧୀ କ’ଣ ପାଇଁ ପଞ୍ଜୀକରଣ ନାଁରେ ଆନ୍ଦୋଳନ ପାଇଁ ଧମକ ଦେଉଛନ୍ତି ତାର ଉତ୍ତର ସେମାନଙ୍କ ପାଖରେ ଥିବ । କେବଳ ଧାନ ନୁହେଁ ସାର ମଧ୍ୟ ଆମ ସରକାର ଚାଷୀଙ୍କୁ ଯୋଗାଇ ଦେବାରେ ଅବହେଳା କରିନାହାନ୍ତି । ଏବେବି ଆମ ପାଖରେ ୨୪ ହଜାର ୪୦୦ ଟନ୍ ସାର ଆମର ଗଚ୍ଛିତ ଅଛି । ଟିକେ ଅବହେଳା ହେଲେ ଡିଲରଙ୍କୁ ନିଲମ୍ବନ କରାଯାଉଛି । ଲାଇସେନ୍ସ ରବ୍ଦ କରାଯାଉଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି ।

Watch Video: