ନୂଆଦିଲ୍ଲୀ / ବେଙ୍ଗାଲୁରୁ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଇତିହାସରେ କ୍ରିସ୍ ଗେଲ୍ (Chris Gayle) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ର କାହାଣୀ ସବୁଠାରୁ ରୋମାଞ୍ଚକର। ୨୦୧୧ ଆଇପିଏଲ୍ ମେଗା ନିଲାମରେ ଅବିକ୍ରିତ (Unsold) ରହିବା ପରେ ସେହି ବର୍ଷ ଆରସିବି ପାଇଁ ଖେଳି ଅରେଞ୍ଜ କ୍ୟାପ୍ (Orange Cap) ଜିତିବା, ଗେଲ୍ଙ୍କ କ୍ୟାରିୟରର ଏକ ଚମତ୍କାର ଅଧ୍ୟାୟ ଥିଲା। ତେବେ ଗେଲ୍ କିପରି ଆରସିବିରେ ସାମିଲ ହୋଇଥିଲେ, ସେ ନେଇ ଏବେ ଏକ ବଡ଼ ଖୁଲାସା ହୋଇଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ୱେଷ୍ଟଇଣ୍ଡିଜ୍ର ଏହି କିମ୍ବଦନ୍ତୀ କ୍ରିକେଟର ନିଜର ଧାରକରଜ ସୁଝିବା ପାଇଁ ଏକ ଦଳରେ ସାମିଲ ହେବାକୁ ନିବେଦନ କରିଥିଲେ।

Also Read: ପଦାକୁ ଆସିଲା IPL Ticketକୁ ନେଇ କାରନାମା, ୬୦୦ ଟଙ୍କିଆ ଟିକେଟର ଦାମ୍ ହୋଇଗଲା ୧୯ ହଜାର

ବିଲ୍ ଦେବାର ଅଛି, ସାହାଯ୍ୟ କରନ୍ତୁ

  • ଆଇପିଏଲ୍ର ପ୍ରଥମ ଅଧ୍ୟକ୍ଷ ଲଳିତ ମୋଦୀ ଏକ ପଡକାଷ୍ଟରେ ଏହି ରହସ୍ୟ ଉନ୍ମୋଚନ କରିଛନ୍ତି। ସେ କହିଛନ୍ତି ଯେ ୨୦୧୧ ନିଲାମରେ ଅବିକ୍ରିତ ରହିବା ପରେ ଗେଲ୍ ତାଙ୍କୁ ଯୋଗାଯୋଗ କରିଥିଲେ।
  • ଲଳିତ ମୋଦୀଙ୍କ କହିବା ଅନୁଯାୟୀ, "ସେତେବେଳେ ମୁଁ ଆଇପିଏଲ୍ ଛାଡି ଲଣ୍ଡନ ଫେରିଆସିଥାଏ। ନିଲାମରେ କୌଣସି ଦଳ ଗେଲ୍ଙ୍କୁ କିଣିନଥିଲେ। ମୋ ପାଖକୁ ତାଙ୍କର କଲ୍ ଆସିଲା। ସେ କହିଲେ- 'ନିଲାମରେ ମୋତେ କେହି ନେଲେନି।' କୋଲକାତା (KKR) ପାଇଁ ତାଙ୍କର ପ୍ରଦର୍ଶନ ଖରାପ ଥିଲା ଏବଂ ସେ ଟିକେ ଅଳସୁଆ ହୋଇଯାଇଥିଲେ।"
  • ଗେଲ୍ ତାଙ୍କୁ ଆହୁରି କହିଥିଲେ, "ମୋ ଉପରେ ବହୁତ ବଡ଼ ଧାର ଅଛି ଏବଂ ମୋତେ ମୋର ବିଲ୍ ପେମେଣ୍ଟ କରିବାର ଅଛି। ମୋତେ ଟଙ୍କାର ନିହାତି ଆବଶ୍ୟକତା ରହିଛି।"

Also Read: ମହିଳା ସଂରକ୍ଷଣ ବିଲ ସଂସଦରେ ଫେଲ, ଜାଣନ୍ତୁ ବିଧେୟକକୁ ନେଇ କିଏ କହିଲେ କ’ଣ?

ବିଜୟ ମାଲ୍ୟା ରଖିଥିଲେ ସର୍ତ୍ତ

  • ଏହା ଶୁଣିବା ପରେ ଲଳିତ ମୋଦୀ କିଛି ଫ୍ରାଞ୍ଚାଇଜି ମାଲିକଙ୍କୁ ଫୋନ୍ କରିଥିଲେ, କିନ୍ତୁ କେହି ବି ଗେଲ୍ଙ୍କୁ ନେବାକୁ ରାଜି ନଥିଲେ।
  • ଶେଷରେ ଲଳିତ ମୋଦୀ ତତ୍କାଳୀନ ଆରସିବି ମାଲିକ ବିଜୟ ମାଲ୍ୟାଙ୍କ ଘରକୁ ଯାଇ କହିଥିଲେ, "ବିଜୟ, ଏହି ଖେଳାଳିଙ୍କୁ ଥରେ ସୁଯୋଗ ଦିଅ।"
  • ବିଜୟ ମାଲ୍ୟା ଏଥିରେ ରାଜି ହୋଇଥିଲେ, କିନ୍ତୁ ଏକ ସର୍ତ୍ତ ରଖିଥିଲେ। ସେ କହିଥିଲେ, "ମୋ ପାଖରେ ଗୋଟିଏ ସ୍ଥାନ ଖାଲି ଅଛି, କିନ୍ତୁ ଯଦି ସେ ଭଲ ପ୍ରଦର୍ଶନ କରିବେ ତେବେ ଯାଇ ମୁଁ ତାଙ୍କୁ ଟଙ୍କା ଦେବି।" ଏହାପରେ ଲଳିତ ମୋଦୀ ଗେଲ୍ଙ୍କୁ ଯାଇ ଆରସିବି ପାଇଁ ଖେଳିବାକୁ କହିଥିଲେ।

Also Read: GT vs KKR, IPL 2026: ରୋମାଞ୍ଚକ ମୁକାବିଲାରେ କେକେଆରକୁ ହରାଇଲା ଗୁଜରାଟ ଟାଇଟନ୍ସ, ଗିଲ ଖେଳିଲେ ଦମଦାର ପାଳି

ଆରସିବିରେ ଏଣ୍ଟ୍ରି ଏବଂ ରଚିଲେ ଇତିହାସ

ସେତେବେଳେ ଆରସିବିର ଦ୍ରୁତ ବୋଲର ଡର୍କ ନାନେସ୍ (Dirk Nannes) ଆହତ ହୋଇଥିଲେ। ତାଙ୍କ ବଦଳ ଖେଳାଳି (Injury replacement) ଭାବେ ଗେଲ୍ ଆରସିବିରେ ସାମିଲ ହେଲେ ଏବଂ ତା'ପରେ ଯାହା ହେଲା ତାହା ଇତିହାସ।

ପ୍ରଥମ ୪ଟି ମ୍ୟାଚ୍ ଖେଳିନଥିବା ସତ୍ତ୍ୱେ ଗେଲ୍ ସେହି ସିଜିନ୍ରେ ମାତ୍ର ୧୮୩.୧୩ ଷ୍ଟ୍ରାଇକ୍ ରେଟ୍ ଏବଂ ୬୭.୫୫ ହାରରେ ସର୍ବାଧିକ ୬୦୮ ରନ୍ ସଂଗ୍ରହ କରିଥିଲେ।

ଏଥିରେ ୨ଟି ବିସ୍ଫୋରକ ଶତକ ଏବଂ ୩ଟି ଅର୍ଦ୍ଧଶତକ ସାମିଲ ଥିଲା। ଏହି ଚମତ୍କାର ପ୍ରଦର୍ଶନ ତାଙ୍କର ଆର୍ଥିକ ଅନାଟନ ଦୂର କରିବା ସହ ତାଙ୍କୁ ଆଇପିଏଲ୍ର ସବୁଠାରୁ ବିପଜ୍ଜନକ ବ୍ୟାଟରରେ ପରିଣତ କରିଥିଲା।

ସେ ୨୦୧୭ ପର୍ଯ୍ୟନ୍ତ ଆରସିବିରେ ରହିଥିଲେ ଏବଂ ୨୦୨୨ ରେ ଏବି ଡିଭିଲିୟର୍ସଙ୍କ ସହ ଆରସିବିର 'ହଲ୍ ଅଫ୍ ଫେମ୍' (Hall of Fame) ରେ ସାମିଲ ହୋଇଥିବା ପ୍ରଥମ ଖେଳାଳି ହୋଇଥିଲେ।

କୋଲକାତା (KKR) ରେ ଫ୍ଲପ୍ ଥିଲେ ଗେଲ୍

ସୂଚନାଯୋଗ୍ୟ ଯେ, ଆଇପିଏଲ୍ର ପ୍ରଥମ ୩ଟି ସିଜିନ୍ରେ ଗେଲ୍ ନିଜର ଦକ୍ଷତା ପ୍ରମାଣ କରିବାରେ ବିଫଳ ହୋଇଥିଲେ। ୨୦୦୮ ମସିହାରେ କେକେଆର୍ ତାଙ୍କୁ ପ୍ରାୟ ୩.୨ କୋଟି ଟଙ୍କାରେ କିଣିଥିଲା। ଆହତ ସମସ୍ୟା କାରଣରୁ ସେ ପ୍ରଥମ ସିଜିନ୍ ଖେଳିପାରିନଥିଲେ ଏବଂ ୨୦୦୯ ଓ ୨୦୧୦ ସିଜିନ୍ରେ ମୋଟ ୧୬ଟି ମ୍ୟାଚ୍ ଖେଳି ମାତ୍ର ୪୬୩ ରନ୍ ସଂଗ୍ରହ କରିଥିଲେ। ଫଳରେ ୨୦୧୧ ରେ ତାଙ୍କୁ କୌଣସି ଦଳ ନିଲାମରେ ନେଇନଥିଲେ।