ମୁମ୍ବାଇ: ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠୀ କହିଛନ୍ତି ଯେ ଅପରେସନ ସିନ୍ଦୂର କାଳରେ ଭାରତୀୟ ନୌସେନା ଆଉ ମାତ୍ର ଅଳ୍ପ କିଛି ମିନିଟ୍ ପରେ ପାକିସ୍ତାନ ଆକ୍ରମଣ କରିଦେଇଥାନ୍ତା। ମୁମ୍ବାଇରେ ନୌସେନା ଅଳଙ୍କରଣ ସମାରୋହରେ ନୌସେନା କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ସେ ଏହା କହିଛନ୍ତି। ଏହା ଆମ ନୌସେନାର ଅନୁକରଣୀୟ ତତ୍ପରତା ଓ ଦୃଢ ସଂକଳ୍ପକୁ ପ୍ରତିପାଦନ କରୁଛି । ସେ କହିଛନ୍ତି ଯେ ଆମ ୟୁନିଟ୍ ତ୍ୱରତି ମୁତୟନ ସହିତ ପୁରା ଅବଧିରେ ଆକ୍ରମକ ଆଭିମୁଖ୍ୟରେ ଥିଲା। ତେବେ ଯେତେବେଳେ ଆମକୁ ଅଟକି ଯିବାକୁ କୁହାଗଲା ଆମେ ସମୁଦ୍ରରୁ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ମାତ୍ର କିଛି ମିନିଟ ଦୂରରେ ଥିଲୁ।

ନୌସେନା ମୁଖ୍ୟ କହିଛନ୍ତି ଯେ ସମୁଦ୍ର ଆଉ ଏବେ ଗୌଣ ଯୁଦ୍ଧ ହୋଇ ନାହିଁ। ହୋର୍ମୁଜ ପ୍ରଣାଳୀର ଘଟଣାକ୍ରମ ଏହି କଥାକୁ ରେଖାଙ୍କିତ କରୁଛି। ସେ କହିଛନ୍ତି ଯେ ଆମେ ଏକ ଏପରି ସମୟରେ ଏଠାରେ ଏକତ୍ରିତ ହୋଇଛେ ଯେତେବେଳେ ବୈଶ୍ୱିକ ବ୍ୟବସ୍ଥାରେ ଉତ୍ତେଜନା ବଢିବାରେ ଲାଗିଛି। ଏଭଳି ପରିସ୍ଥିତିରେ ସମୁଦ୍ର ଏବେ ଆଉ ଗୌଣ ଯୁଦ୍ଧକ୍ଷେତ୍ର ହୋଇ ରହି ନାହିଁ। ଯୁଦ୍ଧ ଆରମ୍ଭ ହେବାଠାରୁ ଏ ପର୍ଯ୍ୟନ୍ତ ହୋର୍ମୁଜ ପ୍ରଣାଳୀରେ ୨୩ରୁ ଅଧିକ ବାଣିଜ୍ୟିକ ଜାହାଜଙ୍କ ଉପରେ ଆକ୍ରମଣ ହେଲାଣି। ଏବେବି ୧,୯୦୦ ରୁ ଅଧିକ ଜାହାଜ ଫଶି ରହିଛନ୍ତି। ଏହା ଛଡା ଦୈନିକ ଯାତାୟାତ ହ୍ରାସ ହୋଇ ୬-୭ଟି ଜାହାଜରେ ସୀମିତ ହୋଇଯାଇଛି।

ଇରାନ ଯୁଦ୍ଧ ପୂର୍ବରୁ ହୋର୍ମୁଜ ଦେଇ ଦୈନିକ ୧୧୦ରୁ ୧୩୦ଟି ଜାହାଜ ଯାତାୟାତ ହେଉଥିଲେ। ନୌସେନା ମୁଖ୍ୟ କହିଛନ୍ତି ଯେ ଏବେକା ସଙ୍ଗଠନାତ୍ମକ ସ୍ତରରେ କାର୍ଯ୍ୟାତ୍ମକ ଚପଳତା ଓ ଦୂରଦର୍ଶିତା, ୟୁନିଟ ସ୍ତରରେ ଯୁଦ୍ଧ ତତ୍ପରତା ଓ ପରିଚାଳନାର ପ୍ରଭାବଶାଳିତା ସହ ବ୍ୟକ୍ତିଗସତ ସ୍ତରରେ ସାହସ ଓ ବିକେଶ ଆଧାରିତ ବ୍ୟବସାୟିକ ଉତ୍କୃଷ୍ଟତାର ସାବଧାନତା ପୂର୍ବକ ସମନ୍ୱୟ ଜରୁରି।

Also Read..ଯୁଦ୍ଧରେ ଥରହର ଇରାନ ଦେଲା ଭାରତକୁ ବିପୁଳ ତେଲ, ଡ୍ରୋନ-କ୍ଷେପଣାସ୍ତ୍ରକୁ ଏଡାଇ ଗୁଜରାଟ ମୁହାଁ ତେଲ ଜାହାଜ