ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ପୂର୍ବରୁ ଗୁରୁବାର ରାଜ୍ୟ ସରକାର ବିଧାନସଭାରେ ଅର୍ଥନୀତିକ ସର୍ଭ ଉପସ୍ଥାପନ କରିଥିଲେ । ଅର୍ଥନୈତିକ ସର୍ଭରେ ବିକାଶର ଗୋଲାପୀ ଚିତ୍ର ରଖିଥିଲେ ସରକାର । ବଜେଟର ଅର୍ଥନୀତିକ ସର୍ଭରେ କରାଯାଇଥିବା ଆଗୁଆ ଆକଳନକୁ ବାସ୍ତବ ରୂପ ଦେବା ପାଇଁ ପ୍ରୟାସ କରାଯାଇଛି । ରାଜ୍ୟ ସରକାରଙ୍କ ଭିଜନ୍ ୨୦୩୬ ଓ ୨୦୪୮ ଦୃଷ୍ଟିରେ ରଖି ଏହି ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରିଛନ୍ତି । ଗତବର୍ଷ ତୁଳନାରେ ବଜେଟ ଆକାରରେ ୬.୯ ପ୍ରତିଶତ ବୃଦ୍ଧି କରାଯାଇଛି । ପ୍ରଶାସନିକ ଖର୍ଚ୍ଚ ପାଇଁ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।​​​​​​​

ଆୟ

ରାଜ୍ୟର ନିଜସ୍ୱ ଟିକସ-୭୦୦୦୦.୦୦

ରାଜ୍ୟର ନିଜସ୍ୱ ଅଣ-ଟିକସ- ୭୧୦୦୦.୦୦

ଟିକସ ଭାଗ - ୬୭୪୬୦.୪୬

କେନ୍ଦ୍ରରୁ ସହାୟତାରୁ ଅନୁଦାନ-୪୦୦୩୯.୫୪

ଋଣ ଏବଂ ଅଗ୍ରୀମ ଆଦାୟ- ୭୦୦.୦୦

ବିଭିନ୍ନ ଉତ୍ସରୁ ଋଣ- ୪୭୮୦୦.୦୦

ପ୍ରଭିଡେଣ୍ଟ ପାଣ୍ଠି ଏବଂ ଅନ୍ୟାନ୍ୟ ପାଣ୍ଠି ଓ ଜମା (ନେଟ୍)- ୧୩୦୦୦.୦୦

ବ୍ୟୟ

​​​​​​​ଦରମା, ପେନସନ ଏବଂ ଅନ୍ୟାନ୍ୟ ରାଜସ୍ୱ ଖର୍ଚ୍ଚ- ୧୯୧୩୦୦.୦୦

ପୁଞ୍ଜି କ୍ଷେତ୍ରରେ ଖର୍ଚ୍ଚ (ଋଣ ପରିଶୋଧ ବ୍ୟତୀତ)- ୭୨୧୦୦.୦୦

ଋଣ ସେବା (ସୁଧ ପରିଶୋଧ)-୮୨୦୦.୦୦

ଋଣ ସେବା (ଋଣ ପରିଶୋଧ)-୨୨୦୦୦.୦୦

ଋଣ ବଣ୍ଟନ (ପ୍ରଶାସନିକ)-୪୦୦.୦୦

ବିପର୍ଯ୍ୟୟ ବିପଦ ପରିଚାଳନା ପାଣ୍ଠି-୫୩୭୫.୦୦

ରାଜ୍ୟରୁ ସ୍ଥାନାନ୍ତର୧୦୬୨୫.୦୦

ବଜେଟ୍ ଉପସ୍ଥାନ କରି ମୁଖ୍ୟମନ୍ତ୍ରୀ ଘୋଷଣା କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ଅନନ୍ତ ଐତିହ୍ୟର ସଂରକ୍ଷଣ ଆମର ପବିତ୍ର କର୍ତ୍ତବ୍ୟ । ଏହି ପ୍ରତିବଦ୍ଧତା ସହ ରାଜ୍ୟ ସରକାର ପ୍ରାୟ  ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ବିଶ୍ୱସ୍ତରୀୟ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଏବଂ ଲାଇବ୍ରେରୀ କେନ୍ଦ୍ର ପ୍ରତିଷ୍ଠା କରିବା ସହ ଗୁଣ୍ଡିଚା ମନ୍ଦିର, ଏମାର ମଠ ଓ ଐତିହାସିକ ରଘୁନନ୍ଦନ ମଠର ଆଧ୍ୟାତ୍ମିକ ଗୌରବକୁ ପୁନରୁଦ୍ଧାର କରିବେ ।

ଶ୍ରୀଜଗନ୍ନାଥ ମନ୍ଦିର ପୁରୀ ପାଇଁ 'ସମର୍ପଣ' ପ୍ଲାଟଫର୍ମ​​​​​​​

ମୁଖ୍ୟମନ୍ତ୍ରୀ କହିଛନ୍ତି, ସମଗ୍ର ବିଶ୍ୱର ଭକ୍ତମାନେ ପ୍ରଭୁ ଜଗନ୍ନାଥଙ୍କୁ କୌଣସି ବସ୍ତୁ କିମ୍ୱା ରାଶି ଦାନ କରି କାର୍ଯ୍ୟ କରିବାରୁ ଶୁଭ ମନେ କରିଥାନ୍ତି । ଆମେ ଶ୍ରୀଜଗନ୍ନାଥ ମନ୍ଦିର ପୁରୀ ପାଇଁ ସମର୍ପଣ ନାମରେ ଏକ ସୁରକ୍ଷିତ ଅନଲାଇନ୍ ଦାନ ପ୍ଲାଟଫର୍ମ ଡିଜିଟାଲ୍ ହୁଣ୍ଡି ପ୍ରଚଳନ କରିଛୁ । ଏହି ପ୍ଲାଟଫର୍ମ ଶ୍ରୀମନ୍ଦିର ପ୍ରଶାସନର ସରକାରୀ ପୋର୍ଟାଲ ସହ ସମନ୍ୱିତ ଏକୀକୃତ ପ୍ରବେଶ ପଥ ମାଧ୍ୟମରେ ଭାରତ ତଥା ବିଦେଶର ଭକ୍ତମାନଙ୍କୁ ଶ୍ରୀମନ୍ଦିର ସହ ସଂଯୋଗ କରିବ । ସହଜ ସବୁଧା ପାଇଁ ଏଥିରେ ବହୁବିଧ ଦେୟ ସୁବିଧା ରହିଛି । ଏହା ସହିତ ରତ୍ନ ଭଣ୍ଡାର ଅଳଙ୍କାର ଗଣତିମଣତି ପାଇଁ ୫ କୋଟି ଟଙ୍କ ବ୍ୟୟ ବରାଦ କରାଯାଇଛି ।