ନୂଆଦିଲ୍ଲୀ ୩୧।୧୨; ୨୦୨୬ ବର୍ଷର ପ୍ରଥମ ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ ପାଇଛି । ଜାନୁଆରୀ ମାସରେ ପାଖାପାଖି ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ । ଏଥିରେ ରବିବାର ଓ ଦ୍ବିତୀୟ ଓ ଚତୁର୍ଥ ଶନିବାର ସାମିଲ ଅଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଛୁଟିଦିନ ବିଷୟରେ ବ୍ୟାଙ୍କ ଗ୍ରାହକମାନଙ୍କୁ ସୂଚନା ଦେବା ପାଇଁ ଏକ ମାସିକ ଛୁଟି ତାଲିକା ପ୍ରକାଶ କରିଛି । ତେବେ ନୂଆବର୍ଷର ପ୍ରଥମ ମାସରେ ପ୍ରାୟ ଅଧା ଦିନ ବ୍ୟାଙ୍କ ଛୁଟି ରହୁଥିବା ବେଳେ ବିଭିନ୍ନ ସହରରେ ଭିନ୍ନ ଭିନ୍ନ ତାରିଖରେ ବ୍ୟାଙ୍କ ଛୁଟି ରହିବ ।

ବ୍ୟାଙ୍କ ଛୁଟି ପ୍ରାୟତଃ ସ୍ଥାନୀୟ ଏବଂ ଆଞ୍ଚଳିକ ପର୍ବ ଉପରେ ଆଧାରିତ ହୋଇଥାଏ, ତେଣୁ ଛୁଟି ତାରିଖ ରାଜ୍ୟ ଅନୁସାରେ ଭିନ୍ନ ଭିନ୍ନ ହୋଇପାରେ । RBIର ଛୁଟି ଦିନ ତାଲିକା ଉପରେ ଆଧାରିତ ଏହି ଛୁଟି ଦିନଗୁଡ଼ିକ ରାଜ୍ୟ ଏବଂ ପର୍ବ ଅନୁସାରେ ଅଲଗା ହୋଇଥାଏ । ତେବେ ୨୦୨୬ ଜାନୁଆରୀ ମାସରେ କେଉଁ ରାଜ୍ୟ ଏବଂ ସହରରେ କେବେ ବ୍ୟାଙ୍କ ବନ୍ଦ ରହିବ ଓ ଓଡ଼ିଶାରେ କେତେ ଦିନ ବ୍ୟାଙ୍କ ବନ୍ଦ ରହିବ ତାହାର ସମ୍ପୂର୍ଣ୍ଣ ତାଲିକା ଜାଣନ୍ତୁ ।

ଜାନୁଆରୀ ବ୍ୟାଙ୍କ ଛୁଟି:

୨୦୨୬ ଜାନୁଆରୀ ମାସରେ ନୂଆବର୍ଷ, ସ୍ବାମୀ ବିବେକାନନ୍ଦ ଜୟନ୍ତୀ, ମକର ସଂକ୍ରାନ୍ତି, ପୋଙ୍ଗଲ, ବିହୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମବାର୍ଷିକୀ ଏବଂ ଗଣତନ୍ତ୍ର ଦିବସ ସମେତ ଅନେକ ପ୍ରମୁଖ ପର୍ବ ପାଳନ କରାଯିବ । ଏହି ଛୁଟିଗୁଡ଼ିକ ପାଇଁ ସମସ୍ତ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ ନାହିଁ । ପ୍ରତ୍ୟେକ ରାଜ୍ୟର ନିର୍ଦ୍ଦିଷ୍ଟ ପର୍ବପର୍ବାଣୀ କ୍ଷେତ୍ରରେ, କେବଳ ସେହି ରାଜ୍ୟଗୁଡ଼ିକରେ ବ୍ୟାଙ୍କ ସେବା ବନ୍ଦ ରହିବ ।

୧ ଜାନୁଆରୀ (ଗୁରୁବାର): ନୂଆବର୍ଷ ପାଇଁ ଆଇଜଲ (ମିଜୋରାମ), ଚେନ୍ନାଇ (ତାମିଲନାଡୁ), ଗାଙ୍ଗଟକ୍ (ସିକ୍କିମ), ଇମ୍ଫାଲ (ମଣିପୁର), ଇଟାନଗର (ଅରୁଣାଚଳପ୍ରଦେଶ), କୋହିମା (ନାଗାଲାଣ୍ଡ), କୋଲକାତା ( ପଶ୍ଚିମବଙ୍ଗ) ଓ ଶିଂଲ (ମେଘାଳୟ)ରେ ବ୍ଯାଙ୍କ ଛୁଟି ରହିବ ।

୨ ଜାନୁଆରୀ (ଶୁକ୍ରବାର): ଆଇଜଲ (ମିଜୋରାମ) ଓ କେରଳରେ ବ୍ୟାଙ୍କ ବନ୍ଦ ରହିବ ।

୩ ଜାନୁଆରୀ (ଶନିବାର): ହଜରତ ଅଲ୍ଲୀ ଜୟନ୍ତୀ ପାଇଁ ଉତ୍ତରପ୍ରଦେଶରେ ବ୍ୟାଙ୍କ ବନ୍ଦ ରହିବ ।

୧୨ ଜାନୁଆରୀ (ସୋମବାର): ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ବାର୍ଷିକ ପାଇଁ ପଶ୍ଚିମବଙ୍ଗରେ ବ୍ୟାଙ୍କ ବନ୍ଦ ରହିବ ।

୧୪ ଜାନୁଆରୀ (ବୁଧବାର): ମକର ସଙ୍କ୍ରାନ୍ତି / ମାଘ ବିହୁ ପାଇଁ ଅହମ୍ମଦାବାଦ (ଗୁଜୁରାଟ), ଭୁବନେଶ୍ୱର (ଓଡ଼ିଶା), ଗୌହାଟୀ (ଆସାମ), ଇଟାନଗର (ଅରୁଣାଚଳ ପ୍ରଦେଶ)ରେ ବ୍ୟାଙ୍କ ବନ୍ଦ ରହିବ ।

୧୫ ଜାନୁଆରୀ (ଗୁରୁବାର) : ବେଙ୍ଗାଲୁରୁ (କର୍ଣ୍ଣାଟକ), ଚେନ୍ନାଇ (ତାମିଲନାଡୁ), ଗାଙ୍ଗଟୋକ (ସିକ୍କିମ), ହାଇଦ୍ରାବାଦ (ତେଲେଙ୍ଗାନା), ବିଜୟୱାଡା (ଆନ୍ଧ୍ରପ୍ରଦେଶ)ରେ ପୋଙ୍ଗଲ ପାଇଁ ବ୍ୟାଙ୍କ ବନ୍ଦ ରହିବ ।

୧୬ ଓ ୧୭ ଜାନୁଆରୀ (ଶୁକ୍ରବାର ଓ ଶନିବାର): ଚେନ୍ନାଇ (ତାମିଲନାଡୁ)ରେ ବ୍ୟାଙ୍କ ବନ୍ଦ ରହିବ ।

୨୩ ଜାନୁଆରୀ (ଶୁକ୍ରବାର): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମବାର୍ଷିକୀ ପାଇଁ ତ୍ରୀପୁରା, ଓଡ଼ିଶା ଓ ପଶ୍ଚିମବଙ୍ଗରେ ବ୍ୟାଙ୍କ ବନ୍ଦ ରହିବ ।

୨୬ ଜାନୁଆରୀ (ସୋମବାର): ଗଣତନ୍ତ୍ର ଦିବସ ପାଇଁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ ।

ଜାନୁଆରୀ ୨୦୨୬ରେ ୱିକ୍ଏଣ୍ଡ ପାଇଁ ୬ ଦିନ ବ୍ୟାଙ୍କ ବନ୍ଦ

ଏସବୁ ଛୁଟି ବ୍ୟତୀତ ୪ଟି ରବିବାର ଏବଂ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଛୁଟି ମଧ୍ୟ ଅନ୍ତର୍ଭୁକ୍ତ। ଜାନୁଆରୀ ୪, ୧୦, ୧୧, ୧୮, ୨୪ ଏବଂ ୨୫ ତାରିଖ । ବ୍ୟାଙ୍କ ବନ୍ଦ ସତ୍ତ୍ୱେ, ଗ୍ରାହକମାନେ UPI, ATM, IMPS, NEFT, ଏବଂ RTGS ଭଳି ଅନଲାଇନ୍ ସେବାର ବ୍ୟବହାର କରିପାରିବେ । ଛୁଟିଦିନ ଦ୍ୱାରା ଏହି ସେବାଗୁଡ଼ିକ ପ୍ରଭାବିତ ହେବ ନାହିଁ। ଯାହା ଟଙ୍କା କାରବାରକୁ ସହଜ କରିବ