ବ୍ରହ୍ମପୁର ୨୪।୨: ଭିସି ମାଧ୍ୟମରେ ହେଲା ପୀତବାସ ପଣ୍ଡା ହତ୍ୟା ମାମଲାର ଶୁଣାଣି । ହାଜର ହେଲେ ୧୩ ଜଣ ଅଭିଯୁକ୍ତ । ସ୍ୱାସ୍ଥ୍ୟାବସ୍ଥା ଅସୁସ୍ଥ ଯୋଗୁଁ ୩ ଜଣ ଅନୁପସ୍ଥିତ ରହିଲେ । ଏଥିପାଇଁ ହୋଇପାରିଲା ନାହିଁ ଚାର୍ଜଫ୍ରେମ । ଆସନ୍ତା ୫ ତାରିଖରେ ପୁଣି ଥରେ କପି ଦାଖଲ ନେଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ମାର୍ଚ୍ଚ ୯ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ସରକାରୀ ସ୍ୱତନ୍ତ୍ର ପିପି କାଳୀ ଚରଣ ମିଶ୍ର କହିଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ୨୦୨୭ ଫେବ୍ରୁଆରୀ ପୂର୍ବରୁ ପଞ୍ଚାୟତ ନିର୍ବାଚନ କରିବା ନେଇ କୌଣସି ନିଷ୍ପତି ହୋଇନାହିଁ

ପୂର୍ବତନ ବିକ୍ରମ ପଣ୍ଡାଙ୍କ ସ୍ୱାସ୍ଥ୍ୟାବସ୍ଥା ଅସୁସ୍ଥ ଯୋଗୁଁ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମଦନ ଦଳେଇ ଓ ମଳୟ ବିଷୋୟୀ ମଧ୍ୟ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ତିନି ଜଣ କୋର୍ଟରେ ହାଜର ହୋଇପାରିଲେ ନାହିଁ । ପୋଲିସ ଦେଇଥିବା କେତେକ ଡକ୍ୟୁମେଣ୍ଟର କପି ଦେବାକୁ ବିକ୍ରମଙ୍କ ଓକିଲ କୋର୍ଟକୁ ନିବେଦନ କରିଥିଲେ । ହେଲେ ସେ ସବୁ ଡକ୍ୟୁମେଣ୍ଟକୁ କୋର୍ଟରେ ପ୍ରତିପକ୍ଷ ଦାଖଲ କରି ପାରିଲେ ନାହିଁ । ଯେଉଁଥି ପାଇଁ ଆସନ୍ତା ୫ ତାରିଖରେ ସେସବୁ ଡକ୍ୟୁମେଣ୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ବିକ୍ରମଙ୍କ ଓକିଲ ଦୀପକ ପଟ୍ଟନାୟକ ।

ଏ ଖବର ବି ପଢ଼ନ୍ତୁ:-ଭାଙ୍ଗିଲା ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସ୍ ପାଚେରୀ, ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି

ଗିରଫ ସୁନୀଲଙ୍କ ସମେତ ବିପିନ ସ୍ୱାଇଁ, ସୀମାଞ୍ଚଳ ନାଇକ, କୁନ୍ଦନ କୁମାର ଓ ଶିଶୁପାଳ କୁମାର ପାସୱାନ ୫ ଜଣଙ୍କ ଜାମିନ ଆବେଦନ ଉପରେ ମଧ୍ୟ ଆଜି ଶୁଣାଣି ହେବାର ଥିଲା । ଡକ୍ୟୁମେଣ୍ଟ ଦାଖଲ ହୋଇ ନଥିବାରୁ ତାହା ମଧ୍ୟ କୋର୍ଟ ସ୍ଥଗିତ ରଖିଥିବା ନେଇ ଓକିଲ କହିଛନ୍ତି । ସୁନୀଲ ହୋତା ଆବେଦନ କରିଥିବା ଜାମିନ ପତ୍ରକୁ ପ୍ରତ୍ୟାହାର କରି ପୁଣି ଥରେ ନୂତନ ଭାବେ ଜାମିନ ଆବେଦନ କରିଥିବା କହିଛନ୍ତି ସରକାରୀ ପିପି । ଅନ୍ୟପଟେ ନ୍ୟାୟିକ ପ୍ରକ୍ରିୟା ମଧ୍ୟରେ ତାରିଖ ପରେ ତାରିଖ ଗଡୁଥିବା ବେଳେ ନ୍ୟାୟ ଅପେକ୍ଷାରେ ଥିବା ମୃତକ ପୀତବାସ ପଣ୍ଡାଙ୍କ ଭାଇ କହିଛନ୍ତି ।