କଟକ : ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା। ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଛନ୍ତି କଟକ ଡିସିପି ଋଷିକେଶ ଡି. ଖିଲାରୀ। ଫେରାର୍ ଥିବା ଚନ୍ଦ୍ରିକାଙ୍କ ଓଏଏସ୍ ପ୍ରେମିକକୁ ଖୋଜିବା ପାଇଁ ପୁଲିସ ଉଦ୍ୟମ କରୁଛି । ଏଥିପାଇଁ ୨ଟି ଟିମ ଗଠନ କରାଯାଇଛି। ତେବେ ଏହା ମଧ୍ୟରେ ତଦନ୍ତକାରୀ ଟିମକୁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ସେ କହିଛନ୍ତି ଘଟଣା ଦିନ ଚନ୍ଦ୍ରିକା ଓଲାଗାଡି ଭଡା କରି ତ୍ରୀଶୁଳିଆ ଯାଏଁ ଆସିଥିଲେ। ଏକଥା ଜଣା ପଡ଼ିବା ପରେ ତ୍ରୀଶୁଳିଆ ବଜାରରେ ଲାଗିଥିବା ବିଭିନ୍ନ ସିସିଟିଭ ଯାଞ୍ଚ କରୁଛି ପୋଲିସ । ଘଟଣା ସହିତ କେଉଁମାନେ ପରୋକ୍ଷରେ ସମ୍ପୃକ୍ତ ଅଛନ୍ତି ତାକୁ ମଧ୍ୟ ତଦନ୍ତ କରୁଛି ପୋଲିସ୍। ସେପଟେ ଚନ୍ଦ୍ରିକାଙ୍କ ମୋବାଇଲ ଯାଞ୍ଚ ଚାଲିଛି । SMS ଏବଂ ଚାର୍ଟିଙ୍ଗରୁ କିଛି ପ୍ରମାଣ ମିଳିବାର ଆଶା କରାଯାଉଛି ବୋଲି କହିଛନ୍ତି କଟକ ଡିସିପି।

​​​​​​​Also Read-Chandrika Death Case : ସୁଇସାଇଡ୍ ପୂର୍ବରୁ ବୟଫ୍ରେଣ୍ଡ ସହ କଥା ହୋଇଥିଲେ ଚନ୍ଦ୍ରିକା, ପୋଲିସ ରାଡାରରେ OAS ପ୍ରେମିକଙ୍କ ନୂଆ ପ୍ରେମିକା !

ଅନ୍ୟପଟେ ଭୁବନେଶ୍ବରରେ ରହୁଥିବା ମାମୁଁ ପୁଅ ଭଗବାନ ହାଁସଦା ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ଭଉଣୀ ଚନ୍ଦ୍ରିକା ଭାରି ହସ ଖୁସିରେ ରୁହନ୍ତି । ଘଟଣା ପୂର୍ବରୁ ସେ ଭୁବନେଶ୍ୱର ଯାଇଥିବା ବେଳେ ସେଠାରେ  ଭାଇଙ୍କ ସହିତ ୪ ତାରିଖ ଫିଲ୍ମ ଦେଖିବାକୁ ଯିବେ ବୋଲି ପ୍ଲାନ କରିଥିଲେ। ଏହା ସହିତ ଚନ୍ଦ୍ରିକା ମୁହଁ ଶୁଖାଇ ବସିଥିବା ବେଳେ ଭାଇ କାରଣ ପଚାରିଥିଲେ। ଚନ୍ଦ୍ରିକା କହିଥିଲେ ଜୀବନରେ କାହାକୁ ସହଜରେ ବିଶ୍ୱାସ କରିବୁ ନାହିଁ । କେବଳ ସେତିକି ନୁହେଁ ନିଜ ବାହାଘରକୁ ନେଇ ବେଶ ଖୁସି ରହିବା ସହିତ କିଭଳି ବାହାଘର ହେବ ସେ ନେଇ ମଧ୍ୟ ତାଙ୍କ ମାମୁଁ ପୁଅଙ୍କ ସହିତ ଆଲୋଚନା କରୁଥିଲେ। ଏପରିକି ଅନେକ ଥର ଚନ୍ଦ୍ରିକା ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ଭୁବନେଶ୍ୱରରେ ବୁଲିବାକୁ ଯାଇଥିବା କଥା କହିଛନ୍ତି ତାଙ୍କ ମାମୁଁ ପୁଅ। ଏହା ସହିତ ଚନ୍ଦ୍ରିକାଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତାଙ୍କ ଭାଇ। କହିଛନ୍ତି ତାଙ୍କ ଭଉଣୀକୁ ମାରି ସେଠାରେ ଫୋପାଡ଼ି ଦିଆଯାଇଛି।

Also Read- ଭାଇକୁ ଚେତାଇଥିଲେ ଚନ୍ଦ୍ରିକା, କହିଥିଲେ- ଜୀବନରେ କାହାକୁ ବିଶ୍ୱାସ କରିବୁ ନାହିଁ

ସୂଚନାନୁସାରେ  ମୃତଦେହ ମିଳିବାର ପୂର୍ବ ରାତିରେ ଚନ୍ଦ୍ରିକା ତାଙ୍କ ଓଏଏସ୍ ପ୍ରେମିକଙ୍କ ସହିତ ଦୀର୍ଘ ୧୦ ମିନିଟ୍ ପର୍ଯ୍ୟନ୍ତ ଫୋନରେ କଥା ହୋଇଥିଲେ। ତ୍ରିଶୂଳିଆ ଅଞ୍ଚଳରେ ଥିବା ବେଳେ ସେ ଏହି କଲ୍ କରିଥିଲେ । ଏହା ଥିଲା ତାଙ୍କର ଶେଷ କଲ୍ । କଲ୍ କଟିବା ପରେ ଫୋନ୍ କଟି ଯାଇଥିଲା । ସମ୍ଭବତଃ ଏହି କଲ୍ ଶେଷ ପରେ ଚନ୍ଦ୍ରିକାଙ୍କ ଚନ୍ଦ୍ରିକାଙ୍କ ସହିତ କିଛି ଗୋଟେ ଅଘଟଣ ଘଟିଥିଲା। ପରଦିନ କାଠଯୋଡ଼ିରୁ ଚନ୍ଦ୍ରିକାଙ୍କର ମୃତଦେହକୁ ବାରଙ୍ଗ ପୁଲିସ ଠାବ କରିଥିଲା।ତେବେ ଏହି କଲ୍ ରାତି ୯ଟାରୁ ୧୦ ମଧ୍ୟରେ କରାଯାଇଥିଲା। ଗୁରୁତ୍ବପୂର୍ଣ ହେଉଛି ଚନ୍ଦ୍ରିକାଙ୍କ କଲ୍ ଶେଷ ପରେ ତାଙ୍କ ଓଏଏସ୍ ପ୍ରେମିକ ଅନ୍ୟ ଏକ କଲ୍ କରିଥିଲେ। ଏହି କଲ୍ ଟି ଥିଲା ଭୁବନେଶ୍ବରରେ ରହୁଥିବା ତାଙ୍କର ନୂଆ ପ୍ରେମିକାଙ୍କ ପାଖକୁ। ଦୁହେଁ ପ୍ରାୟ ୫ ମିନିଟ୍ ପର୍ଯ୍ୟନ୍ତ କଥା ହୋଇଥିବା ଜଣାପଡ଼ିଛି। ବାରଙ୍ଗ ଥାନା ପୋଲିସ ଚନ୍ଦ୍ରିକାଙ୍କ OAS ପ୍ରେମିକଙ୍କର ନୂଆ ପ୍ରେମିକାଙ୍କୁ ପଚରାଉଚୁରା କରିଛି। ଆମେ ଦୁହେଁ କେବଳ ସାଙ୍ଗ ବୋଲି ସେହି ଝିଅଟି ପୋଲିସକୁ କହିଛି। ମାତ୍ର ଫୋନ୍ କଲ୍ ରେକର୍ଡ କିଛି ଭିନ୍ନ କହୁଥିବା ପୁଲିସ ଜାଣିବାକୁ ପାଇଛି। ଅନ୍ୟପଟେ ଚନ୍ଦ୍ରିକାଙ୍କ ଓ ଏଏସ୍ ପ୍ରେମିକ ଫେରାର୍ ଥିବାରୁ ତାଙ୍କ ବାପାଙ୍କୁ ପୋଲିସ ପଚରାଉଚରା କରିଛି । ପ୍ରେମିକଙ୍କ ବାପା ଜଣେ ପୁଲିସ କନଷ୍ଟେବଲ୍ । ସେ ମୟୂରଭଞ୍ଜର ଏକ ଥାନାରେ ଚାକିରି କରିଛନ୍ତି।