ଡେରାଡୁନ୍,୧୪/୦୮: ପ୍ରବଳ ବର୍ଷା ମଧ୍ୟରେ ଉତ୍ତରାଖଣ୍ଡର ଚମୋଲିରେ ତେହରି ହାଇଡ୍ରୋ ଡେଭେଲପମେଣ୍ଟ କର୍ପୋରେସନ (ଟିଏଚଡିସି)ର ଏକ ନିର୍ମାଣାଧୀନ ସୁଡ଼ଙ୍ଗ ଭିତରେ ଗୁରୁବାର ଅଚାନକ ପାଣି ଧସେଇ ପଶିଛି। ଏଥିଯୋଗୁ ଟନେଲରେ କାମ କରୁଥିବାଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ବେଳେ ଜଣେ ନିଖୋଜ ଅଛନ୍ତି। ଏହାସହ୧୪ଜଣ ଆହତ ହୋଇଛନ୍ତି ।

ଦୁର୍ଘଟଣା ପରେ ସେଠାରେ ୨୨ ଶ୍ରମିକ ଫସି ରହିଥିଲେ। ପ୍ରଥମେ ୧୪ ଜଣଙ୍କୁ ଉଦ୍ଧାର କରାଯାଇଛି। ନିଖୋଜ ଥିବା ଜଣେ ଶ୍ରମିକଙ୍କୁ ଖୋଜି ବାହାର କରିବା ଲାଗି ଉଦ୍ୟମ ଜାରି ରହିଛି। ସୂଚନା ଅନୁସାରେ,ଏହି ଏହି ଦୁର୍ଘଟଣା ସନ୍ଧ୍ୟା ପ୍ରାୟ ୭ଟାରେ ଘଟିଥିଲା । ହଠାତ୍ ଆବର୍ଜନା ଭର୍ତ୍ତି ପାଣି ସୁଡ଼ଙ୍ଗ ଭିତରକୁ ମାଡ଼ି ଯାଇଥିଲା। ଏ ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଚିନ୍ତା ପ୍ରକଟ କରିବା ସହ ଏନଡିଆରଏଫ୍,ଏସଡିଆରଏଫ୍ ଟିମକୁ ତ୍ବରିତ ଭିତ୍ତିରେ ଉଦ୍ଧାରକାର୍ଯ୍ୟ କରିବାକୁ କହିଛନ୍ତି। ଏଥିସହ ପ୍ରଶାସନିକ ଅଧିକାରୀ ତୁରନ୍ତ ଘଟଣାସ୍ଥଳକୁ ଯାଇ ପୀଡ଼ିତ ଶ୍ରମିକଙ୍କ ସହାୟତା ଲାଗି ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ ।

Also Read :- Uttarakhand Chamoli Tunnel Collapse: ଉତ୍ତରାଖଣ୍ଡରେ ନିର୍ମାଣାଧୀନ ଟନେଲ୍ ଭୁଶୁଡିଲା, ଫସିଲେ ୧୫ ଶ୍ରମିକ; ୧୦ ଉଦ୍ଧାର

ପ୍ରତ୍ୟେକ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ମୁଖ୍ୟ ଲକ୍ଷ୍ୟ

ଟନେଲ୍ ଭିତରେ ଫସିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିବା ସରକାରର ସର୍ବୋଚ୍ଚ ପ୍ରାଥମିକତା ବୋଲି ଧାମୀ କହିଛନ୍ତି। ଉଦ୍ଧାର କାର୍ଯ୍ୟରେ କୌଣସି ପ୍ରକାର ବିଳମ୍ବ କିମ୍ବା ଅବହେଳା ନହେବାକୁ ସେ ଅଧିକାରୀଙ୍କୁ ସତର୍କ କରିଛନ୍ତି। ଏହା ସହ ଉଦ୍ଧାର ଅଭିଯାନରେ ଆବଶ୍ୟକ ସମସ୍ତ ସମ୍ବଳ ନିୟୋଜିତ କରାଯାଇଥିବା ଏବଂ ପ୍ରଭାବିତ ଶ୍ରମିକ ଓ ସେମାନଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।