ସୋନପୁର ୨୬।୦୯ : ସୁବର୍ଣ୍ଣପୁର ଯାତ୍ରା ପେଣ୍ଡାଲରେ ଉତ୍ତେଜନା। ‘ଲଭ୍ ଜିହାଦ୍’ ନାଟକ ଚାଲିଥିବା ବେଳେ କଳାକାରଙ୍କ ଉପରକୁ ଚେୟାର ଓ ବୋତଲ ମାଡ଼ । ଡୁଙ୍ଗୁରୀପାଲି ବ୍ଲକ ଅନ୍ତର୍ଗତ ଏସ୍. ରାମପୁରଠାରେ ଚାଲିଥିବା ଯାତ୍ରା ମଞ୍ଚରେ ଏକ ଅପ୍ରୀତିକର ଘଟଣା ଘଟିଯାଇଛି।

'ଧଉଳି ଅପେରା' ପକ୍ଷରୁ 'ଲଭ୍ ଜିହାଦ୍' ଶୀର୍ଷକ ନାଟକ ପରିବେଷଣ କରାଯାଉଥିବା ସମୟରେ ଅଚାନକ ଦର୍ଶକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ନାଟକର କୌଣସି ଏକ ଦୃଶ୍ୟକୁ ନେଇ କିଛି ଦର୍ଶକ ଅସନ୍ତୋଷ ପ୍ରକାଶ କରିବା ସହ ହଠାତ୍ ଉତ୍ତେଜିତ ହୋଇପଡ଼ିଥିଲେ। ଉତ୍ତେଜିତ ଦର୍ଶକମାନେ ଯାତ୍ରା ପେଣ୍ଡାଲ୍ ଆଡ଼କୁ ଚେୟାର, ପାଣି ବୋତଲ ଏବଂ ଅନ୍ୟାନ୍ୟ ଜିନିଷ ଫିଙ୍ଗିବା ଆରମ୍ଭ କରିଦେଇଥିଲେ।

Also Read:-ରାଜ୍ୟସ୍ତରୀୟ ନିଯୁକ୍ତି ମେଳା, ୧୧୦୧ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ତେବେ ଏହି ଆକ୍ରମଣ ଯୋଗୁଁ ମଞ୍ଚ ଉପରେ ଅଭିନୟ କରୁଥିବା କଳାକାରମାନେ କିଛି ସମୟ ପାଇଁ ଛାନିଆ ହୋଇପଡ଼ିଥିଲେ। କେତେକ ଉତ୍ତେଜିତ ଦର୍ଶକ ମଞ୍ଚ ଉପରକୁ ବି ଚଢ଼ିଯାଇଥିଲେ, ଯାହାଫଳରେ ପରିସ୍ଥିତି ଅଧିକ ସଂବେଦନଶୀଳ ହୋଇପଡ଼ିଥିଲା। ଘଟଣା ସମ୍ପର୍କରେ ଖବର ପାଇ ଅପେରା ଆୟୋଜକ କମିଟିର ସଦସ୍ୟମାନେ ତୁରନ୍ତ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ। କମିଟିର ବରିଷ୍ଠ ସଦସ୍ୟଙ୍କ ହସ୍ତକ୍ଷେପ ଏବଂ ମଧ୍ୟସ୍ଥତା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।