ଭୁବନେଶ୍ୱର ୨୬।୦୯ : ଶନିବାର ରାଜ୍ୟସ୍ତରୀୟ ନିଯୁକ୍ତି ମେଳା । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୧୧୦୧ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । OUAT କ୍ୟାମ୍ପସରେ ଅନୁଷ୍ଠିତ ହେବ ନିଯୁକ୍ତି ମେଳା ।

ଆଜି ନିଯୁକ୍ତି ମେଳା ଅନୁଷ୍ଠିତ ହେବ । ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ୧୧୦୧ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ସ୍ଥିତ କୃଷି ଶିକ୍ଷା ସଦନଠାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ନିଯୁକ୍ତ ୯୦୬ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ ।

Also Read:-MP: ଗଣେଶ ବିସର୍ଜନ ବେଳେ ବଡ଼ ଅଘଟଣ; ପୋଖରୀରେ ବୁଡ଼ି ୪ ମୃତ, ଅନେକ ନିଖୋଜ

ସେହିପରି ସମବାୟ ବିଭାଗରେ ୧୭ଜଣ, ଅର୍ଥ ବିଭାଗରେ ୧୦୬ଜଣ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ୭୨ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ । ଏହି ଅବସରରେ ଶିଶୁ, କିଶୋର ଓ ଯୁବବର୍ଗଙ୍କ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ସଂପର୍କିତ ‘ମାନସିକ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀ’ ପୁସ୍ତକ ଲୋକାର୍ପିତ କରାଯିବ ।