ନୂଆଦିଲ୍ଲୀ ୧୧/୦୨: ଜନ ଗଣ ମନ ପୂର୍ବରୁ ବନ୍ଦେ ମାତରମ୍ । ଜାତୀୟ ସଙ୍ଗୀତ ଜନ ଗଣ ମନ ପୂର୍ବରୁ ବାଧ୍ୟତାମୂଳକ ବନ୍ଦେ ମାତରମ୍ । କେନ୍ଦ୍ର ସରକାରଙ୍କ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ନିର୍ଦ୍ଦେଶାବଳୀ । ଭାରତର ଜାତୀୟ ଗୀତ ‘ବନ୍ଦେ ମାତରମ୍’ ନେଇ ନୂଆ ବିଜ୍ଞପ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶାନାମା ।

​​​​​​​

ପଦ୍ମ ପୁରସ୍କାର ଓ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ବାଧ୍ୟତାମୂଳକ । ସିନେମା ହଲ୍ ଭଳି ସାର୍ବଜନୀନ ସ୍ଥାନରେ ବାଜିବ ବନ୍ଦେ ମାତରମ୍ । ସମସ୍ତ ସରକାରୀ ସ୍କୁଲ୍ ଓ କାର୍ଯ୍ୟକ୍ରମରେ ଗାନ ହେବ । ଅଫିସିଆଲ୍ କାର୍ଯ୍ୟକ୍ରମରେ ‘ବନ୍ଦେ ମାତରମ୍’ ବାଧ୍ୟତାମୂଳକ । ‘ବନ୍ଦେ ମାତରମ୍’ ଗାନ ବେଳେ ସାବଧାନ ଭଙ୍ଗୀରେ ରହିବାକୁ ନିର୍ଦ୍ଦେଶନାମା । ଯଦି କେହି ଅସମ୍ମାନ କରନ୍ତି ସର୍ବାଧିକ ୩ ବର୍ଷ ଜେଲଦଣ୍ଡ ନିର୍ଦ୍ଦେଶ ଜାରି ରହିଛି । 

ତେବେ ବନ୍ଦେ ମାତରମ୍ ଆଉ ୬୫ ସେକେଣ୍ଡ ଲମ୍ବା ହେବ ନାହିଁ । ବରଂ ୩ ମିନିଟ୍ ୧୦ ସେକେଣ୍ଡ ଲମ୍ବା ହେବ । ଏହାକୁ ବି ଜାତୀୟ ସଙ୍ଗୀତ ପରି ସମାନ ସମ୍ମାନ ଦେବାକୁ ପଡିବ। ଗୃହ ମନ୍ତ୍ରଣାଳୟ ଅନୁଯାୟୀ, ସ୍ୱତନ୍ତ୍ର ସରକାରୀ କାର୍ଯ୍ୟକ୍ରମରେ "ବନ୍ଦେ ମାତରମ୍"ର ସରକାରୀ ଛଅଟି ପଦ ଗାଇବା କିମ୍ବା ବଜାଇବା ବାଧ୍ୟତାମୂଳକ ହେବ । ସରକାର ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ସମସ୍ତ ସ୍କୁଲଗୁଡ଼ିକ ଜାତୀୟ ସଙ୍ଗୀତର ସାମୂହିକ ଗାନ ସହିତ ଦିନ ଆରମ୍ଭ କରିବା ଉଚିତ।

ଭାରତର ଜାତୀୟ ସଙ୍ଗୀତ ହେଉଛି "ବନ୍ଦେ ମାତରମ୍"। ଏହା ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଲିଖିତ ଏବଂ ତାଙ୍କ ଉପନ୍ୟାସ ଆନନ୍ଦ ମଠରୁ ନିଆଯାଇଛି। "ବନ୍ଦେ ମାତରମ୍" ପ୍ରଥମ ଥର ପାଇଁ ୧୮୯୬ ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ଅଧିବେଶନରେ ସାର୍ବଜନୀନ ଭାବରେ ଗାନ କରାଯାଇଥିଲା ଏବଂ ୨୬ ଜାନୁଆରୀ ୧୯୫୦ ମସିହାରେ ଏହାକୁ ଭାରତର ଜାତୀୟ ସଙ୍ଗୀତ ଭାବରେ ଘୋଷଣା କରାଯାଇଥିଲା।

ସ୍ୱାଧୀନତା ସଂଗ୍ରାମ ସମୟରେ ଦେଶପ୍ରେମ ଏବଂ ବଳିଦାନ ଜାଗ୍ରତ କରିବାର ଏହା ଏକ ପ୍ରମୁଖ ମାଧ୍ୟମ ଥିଲା। ଜାତୀୟ ସଙ୍ଗୀତର ପ୍ରଥମ ଦୁଇଟି ପଦ ପ୍ରାୟ ୬୫ ସେକେଣ୍ଡରେ ଗାନ କରାଯାଉଥିଲା। କିନ୍ତୁ, ବର୍ତ୍ତମାନର ଛଅ ପଦ ବିଶିଷ୍ଟ ଜାତୀୟ ସଙ୍ଗୀତର ଗାନ ସମୟ ୩ ମିନିଟ୍ ୧୦ ସେକେଣ୍ଡ।

also read..

SC-ST ସଂରକ୍ଷଣରେ କ୍ରିମି ଲେୟାର ପ୍ରସଙ୍ଗ : କେନ୍ଦ୍ର ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ