ନୂଆଦିଲ୍ଲୀ: ଦେଶରେ ବେକାରୀ ସମସ୍ୟା ବୃଦ୍ଧି ଏବଂ ସରକାରୀ ଚାକିରି ପାଇଁ ଲକ୍ଷ ଲକ୍ଷ ଭାରତୀୟ ଯୁବକ ଯୁବତୀ ସଂଘର୍ଷ କରୁଥିବାବେଳେ ଏକ ଆରଟିଆଇ ତଥ୍ୟରୁ ଆଶ୍ଚର୍ଯ୍ୟ କଳା ଭଳି ତଥ୍ୟ ସାମ୍ନାକୁ ଆସିଛି । ଗତ ୧୦ ବର୍ଷରେ କେନ୍ଦ୍ର ସରକାରରେ ଖାଲି ପଦବୀ ସଂଖ୍ୟା ଦୁଇ ଗୁଣା ବଢ଼ିଛି । ୨୦୧୫ରେ ୪ ଲକ୍ଷ ୨୧ ହଜାର ପଦ ଖାଲିଥିବାବେଳେ ୨୦୨୪ରେ ତାହା ବଢ଼ି ୮ ଲକ୍ଷ ୨୪ ହଜାର ହୋଇଛି । ଏହି ପରିସଂଖ୍ୟାନରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ କିମ୍ବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରେ ଖାଲି ପଡ଼ିଥିବା ପଦବୀ ଅନ୍ତର୍ଭୂକ୍ତ ନାହିଁ । ରେଳପଥ, ପ୍ରତିରକ୍ଷା, ଗୃହ ମନ୍ତ୍ରଣାଳୟ ପ୍ରତିଷ୍ଠାନଠାରୁ ଆରମ୍ଭ କରି ରାଷ୍ଟ୍ରପତି ସଚିବାଳୟ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯାଳୟ ପର୍ଯ୍ୟନ୍ତ ଲକ୍ଷାଧିକ ପଦବୀ ଖାଲି ପଡ଼ିଛି ।

ମୋଟ ମଞ୍ଜୁର ହୋଇଥିବା ୩୯ ଲକ୍ଷ ୨୩ ହଜାର ୨୧୨ ପଦବୀ ମଧ୍ୟରୁ ୨୦୨୪ ମାର୍ଚ୍ଚ ୧ ସୁଦ୍ଧା କେବଳ ୩୦ ଲକ୍ଷ ୯୯ ହଜାର ୫୫୬ ଜଣ କର୍ମଚାରୀ କାର୍ଯ୍ୟରତ ଥିଲେ। ଫଳରେ ୮ ଲକ୍ଷ ୨୩ ହଜାର ୬୫୬ ପଦଟି ଖାଲି ରହିଛି । ଫଳରେ ମଞ୍ଜୁରିପ୍ରାପ୍ତ ପଦବୀରେ ଖାଲି ପଦବୀ ଅନୁପାତ ୧୧.୫%ରୁ ବୃଦ୍ଧି ପାଇଁ ୨୧% ହୋଇଛି । ୧୦ ବର୍ଷରେ କେନ୍ଦ୍ରର ବିଭିନ୍ନ ବିଭାଗରେ ମୋଟ ମଞ୍ଜୁରିପ୍ରାପ୍ତ ପଦବୀ ସଂଖ୍ୟା ୨.୭୪ ଲକ୍ଷ ବଢ଼ିଥିଲେ ବି ପୂରଣ ହୋଇଥିବା ପଦବୀ ସଂଖ୍ୟା ୧.୨୯ ଲକ୍ଷ କମିଛି ।

ସରକାରୀ କମ୍ପାନୀଗୁଡ଼ିକରେ ପ୍ରାୟ ଅଧା କର୍ମଚରା ଠିକାରେ ଅଛନ୍ତି । ୨୦୧୫ରେ ଏହି ସଂଖ୍ୟା ୧୮.୭% ଥିଲା । ୨୦୨୫ରେ ତାହା ୪୯.୧ ପ୍ରତିଶତକୁ ବୃଦ୍ଧି ପାଇଛି । ୨୦୧୫ରେ ରେଲୱେରେ କୌଣସି ପଦ ଖାଲି ନଥିଲା । ୨୦୨୪ରେ ୨.୪୦ ଲକ୍ଷ ପଦ ପାଲି ପଡ଼ିଛି । ସ୍ୱାସ୍ଥ୍ୟ ବିଭାଗରେ ବି ଖାଲି ପଦବୀ ସଂଖ୍ୟା ଶୂନରୁ ୬ ପ୍ରତିଶତକୁ ବଢ଼ିଛି । ପ୍ରତିରକ୍ଷା ମନ୍ତ୍ରଣାଳୟର ବେସାମରିକ ପ୍ରତିଷ୍ଠାନରେ ୫ ଲକ୍ଷ ୫୬ ହଜାର ୨୪୮ଟି ମଞ୍ଜୁରିପ୍ରାପ୍ତ ପଦବୀ ଥିବାବେଳେ କେବଳ ୩ଲକ୍ଷ ୧୪ ହଜାର ୫ ଜଣ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ଫଳରେ ୨ଲକ୍ଷ ୪୨ହଜାଇ ୨୪୩ଟି ପଦବୀ ଖଲି ରହିଛି । ଏହା ମଞ୍ଜୁରିପ୍ରାପ୍ତ ବେସାମରିକ କର୍ମଚାରୀ ସଂଖ୍ୟାର ପ୍ରାୟ ୪୩.୫ ପ୍ରତିଶତ । ଏଥିରେ ସ୍ଥଳସେନା, ନୌସେନା କିମ୍ବା ବାୟୁସେନାର ଖାଲି ପଦବୀ ଅନ୍ତର୍ଭୂକ୍ତ ନୁହେଁ । 

ଦୈନିକ ଭାସ୍କର ଇଂରାଜୀର ତଥ୍ୟ ଅନୁସାରେ ମନ୍ତ୍ରଣାଳୟ/ବିଭାଗଗୁଡ଼ିକରେ ଖାଲି ପଦବୀ

ମନ୍ତ୍ରଣାଳୟ / ବିଭାଗ ଖାଲି ପଦବୀ (୨୦୨୪) ଖାଲି ପଦବୀ (୨୦୧୫)
ରେଳବାଇ  ୨,୪୦,୧୨୫ (୧୬.୨%) ୦୦
ଗୃହ ମନ୍ତ୍ରଣାଳୟ  ୧,୧୦,୮୮୫ (୯.୯%) ୫୮,୭୭୪ (୫.୮%)
ପ୍ରତିରକ୍ଷା  ୨,୪୧,୬୪୩ (୪୩.୪%) ୧,୮୭,୦୫୪ (୩୧.୯%)
ଡାକ ବିଭାଗ  ୬୧,୫୪୬ (୨୪.୩%) ୭,୫୬୧ (୩.୮%)
ରାଜସ୍ୱ  ୬୯,୬୫୨ (୩୮.୮%) ୮୧,୦୩୨ (୪୫.୬%)
ଅଡିଟ୍/ଆକାଉଣ୍ଟ୍ସ ୨୧,୫୦୫ (୩୧.୭%) ୨୧,୪୫୭ (୩୧.୪%)
ପରମାଣୁ ଶକ୍ତି  ୧୦,୨୩୪ (୨୭.୫%) ୫,୩୬୮ (୧୪.୩%)
ସ୍ୱାସ୍ଥ୍ୟ  ୧,୫୮୨ (୫.୮%) ୦୦ (୦.୦%)
ମହାକାଶ  ୪,୧୨୬ (୨୧.୫%) ୩,୦୩୫ (୧୯.୭%)
ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର  ୪,୫୯୨ (୨୪.୦%) ୧୨,୦୬୭ (୩୯.୫%)
ବୈଦେଶିକ ବ୍ୟାପାର  ୨,୦୨୮ (୧୬.୧%) ୧,୮୫୦ (୨୧.୫%)
ଜଳ ସମ୍ପଦ  ୩,୧୯୧ (୨୭.୯%) ୪,୦୨୪ (୩୫.୩%)
କର୍ମସଂସ୍ଥାନ ଓ ପ୍ରଶିକ୍ଷଣ ବିଭାଗ  ୨,୪୨୯ (୨୧.୬%) ୧,୭୭୧ (୧୬.୬%)
ଖଣି  ୩,୫୦୧ (୩୩.୭%) ୫,୭୪୮ (୪୦.୭%)
ପୃଥିବୀ ବିଜ୍ଞାନ  ୨,୮୯୫ (୩୮.୬%) ୨,୫୨୬ (୩୩.୭%)
ଶ୍ରମ ୨,୬୧୮ (୪୧.୫%) ୨,୫୭୪ (୨୩.୮%)
ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା  ୧,୫୮୨ (୨୯.୪%) ୫,୧୦୪ (୪୧.୪%)
ବାଣିଜ୍ୟ  ୨,୪୩୫ (୫୫.୪%) ୮୬୩ (୩୭.୧%)
ଆଇନ ଏବଂନ୍ୟାୟ  ୧,୨୬୭ (୩୬.୪%) ୩୧୩ (୨୩.୦%)
ବେସାମରିକ ବିମାନ ଚଳାଚଳ  ୧,୨୪୭ (୪୫.୨%) ୯୦୩ (୪୬.୫%)
ଉଚ୍ଚଶିକ୍ଷା  ୫୨୨ (୩୬.୯%) ୪୭୪ (୩୪.୦%)
ମୋଟ ପଦବୀ  ୮,୨୩,୫୫୬ (୨୧%) ୪,୨୦,୫୪୭ (୧୧.୫%)

ଗୃହ ମନ୍ତ୍ରଣାଳୟରେ ପ୍ରାୟ ୧୧.୧୮ ଲକ୍ଷ ମଞ୍ଜୁରିପ୍ରାପ୍ତ ପଦବୀ ଥିବାବେଳେ ୨୦୨୪ ମାର୍ଚ୍ଚ ୧ ସୁଦ୍ଧା ୧୦.୭ ଲକ୍ଷ ପଦବୀ ପୂରଣ ଥିଲା ଫଳରେ ପ୍ରାୟ ୧.୧୦ ପଦବୀ ଖାଲି ରହିଛି । ଡାକ ବିଭାଗରେ ୨.୫୩ ଲକ୍ଷ ମଞ୍ଜୁରିପ୍ରାପ୍ତ ପଦ ମଧ୍ୟରୁ ୩୧,୫୪୬ଟି ଖାଲି ରହିଛି । ସରକାରଙ୍କ ଟିକସ ଏବଂ ରାଜସ୍ୱ ପ୍ରଶାସନ ପାଇଁ ଗୁରୁତ୍ବପୂର୍ଣ ରାଜସ୍ୱ ବିଭାଗରେ ୧,୭୯,୩୫୪ଟି ମଞ୍ଜୁରିପ୍ରାପ୍ତ ପଦବୀ ମଧ୍ୟରୁ ୭୯.୫୬୨ଟି ପଦ ଖାଲି ପଡ଼ିଛି । କୃଷି କ୍ଷେତ୍ର ମଧ୍ୟ ଅନ୍ୟ ଏକ ଉଲ୍ଲେଖନୀୟ କର୍ମଚାରୀ ଅଭାବର ସମ୍ମୁଖୀନ ହୋଇଛି । କୃଷି ଓ କୃଷକ କଲ୍ୟାଣ ବିଭାଗରେ ୫,୪୨୦ଟି ମଞ୍ଜୁରିପ୍ରାପ୍ତ ପଦବୀରୁ ୧,୮୫୫ଟି ପଦବୀ ଖାଲି ରହିଛି ।