ଭୁବନେଶ୍ୱର: ଏପ୍ରିଲ ୧୬, ୨୦୨୬ । କାଲିଠୁ ଘର ଘର ବୁଲି ଜନଗଣନା । କହିବାକୁ ଗଲେ ରାଜ୍ୟରେ କାଲିଠୁ ଆରମ୍ଭ ହେବ ଜନଗଣନା ପ୍ରକ୍ରିୟା । ଏହି ଗଣନାରେ ତାଲିମପ୍ରାପ୍ତ ଅଧିକାରୀମାନେ ପ୍ରତି ଘରକୁ ଯାଇ ପରିବାର ଓ ସମ୍ପତ୍ତି ସମ୍ପର୍କିତ ୩୩ଟି ପ୍ରଶ୍ନ ପଚାରିବେ ତଥ୍ୟ ସଂଗ୍ରହ କରିବେ । ଏହି ଜନଗଣନା ମାସେ ବ୍ୟାପି ଚାଲିବ। ଅପ୍ରେଲ ୧୬ ରୁ ମେ ୧୫ ଯାଏଁ ଚାଲିବ ପ୍ରକ୍ରିୟା ।

ପ୍ରଥମ ତିନିଦିନ ଘର ନମ୍ବରିଙ୍ଗ କରିବେ ଅଧିକାରୀ । ଏଥିପାଇଁ ୮୦ ହଜାର ଜନ ଗଣନାକାରି ନିୟୋଜିତ ହୋଇଛନ୍ତି । ୮ ହଜାର ସୁପର ଭାଇଜର ଅଛନ୍ତି । ୧୦ ହଜାର ଜନ ଗଣନାକାରୀଙ୍କୁ ରିଜର୍ଭ ରଖାଯାଇଛି । ଜନଗଣନା କାରୀ ମାନେ ସମସ୍ତ ତଥ୍ୟ ଡିଜିଟାଲି ଆଣିବେ । ଜନଗଣନାକାରୀ ମାନେ ସମସ୍ତେ ନିଜ କିଜ ମୋବାଇଲ ଏଚଏଲଭି ଆପ ଡାଉନ ଲୋଡ଼ କରିଛନ୍ତି । ଏହି ଆପ ଜରିଆରେ ସମସ୍ତ ତଥ୍ୟ ଲୋଡ କରିବେ ।

ଘର ଘର ଜନଗଣନା କରିବାକୁ ଗଲାବେଳେ ସାଥିରେ ସମସ୍ତେ ଆଇ କାର୍ଡ ଏବଂ ନିଯୁକ୍ତି ପତ୍ର ନେବେ। ଲୋକଙ୍କୁ କୌଣସି ଡକ୍ୟୁମେଣ୍ଟ ଦେବେ ଭେରିଫିକେସନ କିମ୍ବା ପ୍ରୁଫ ଦେବାକୁ ପଡିବ ନହିଁ । କେବଳ ଯାହା ୩୩ ଟି ପ୍ରଶ୍ନ ର ତଥ୍ୟ କହିବେ । ଏହି ଜନଗଣନାରେ ସମସ୍ତେ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଜନଗଣନା ନିର୍ଦ୍ଦେଶକ ନିଖିଳ ପୱନ କଲ୍ୟାଣ ।

​​​​​​​