ବ୍ରହ୍ମପୁର ୨୭।୦୪ : ବ୍ରହ୍ମପୁର ବ୍ୟବସାୟୀ ସୁଧିର ପାତ୍ର ହତ୍ୟା ମାମଲା । ସାମ୍ନାକୁ ଆସିଛି ଭୟଙ୍କର ଷଡ଼ଯନ୍ତ୍ରର ସାଂଘାତିକ ତଥ୍ୟା । ସାମ୍ନାକୁ ଆସିଛି କିଛି ନୂଆ ସିସିଟିଭି ଫୁଟେଜ୍। ସୁଧିର ପାତ୍ରଙ୍କୁ କିଭଳି  ଭାବେ ବୋଲେରୋରେ ପିଛା କରୁଥିଲେ ଅଭିଯୁକ୍ତ । ତାର ପୁରା ତଥ୍ୟ ସାମ୍ନାକୁ ଆସିଛି ।

ଖବର ଅନୁଯାୟୀ, ୧୫ ତାରିଖ ସଂଧ୍ୟାରେ ଭଲିବଲ୍ ପଡ଼ିଆରୁ ଘରକୁ ଫେରୁଥିଲେ ସୁଧିର ପାତ୍ର। ସଂଧ୍ୟା ଠିକ୍ ସାଢ଼େ ୬ଟା ବେଳେ ସୁଧିରଙ୍କୁ ପିଛା କରୁଥିଲା ଏକ ବୋଲେରୋ। ସିସିଟିଭିରେ କଏଦ ହୋଇଥିବା ଏହି ଚିତ୍ର । ପୁରା ବୟାନ କରୁଛି ସେଦିନର ଅପହରଣର ପୁରା କାହାଣୀ।  ବୋଲେରୋରେ ଝିଆରୀ ନିବେଦିତା ବୟଫ୍ରେଣ୍ଡ କାଳୁ ପ୍ରଧାନଙ୍କ ସମେତ ଅନେକ ଅପହରଣକାରୀ ଥିବାର ସୂଚନା ମିଳିଛି । ସୁଧିରଙ୍କୁ ବହୁ ସମୟ ଧରି ପିଛା କରିବା ପରେ ଅଧାରାସ୍ତାରେ ତାଙ୍କୁ ଅଟକାଇଥିଲେ । ଏହାପରେ ତାଙ୍କୁ ଅପହରଣ କରି  ଏକ ନିଛାଟିଆ ସ୍ଥାନକୁ ନେଇଥିଲେ । ସେଠାରେ ସୁଧିରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଏପିରିକି ହତ୍ୟା ପୂର୍ବର କିଛି ଭିଡ଼ିଓ ମଧ୍ୟ ସୁଧିରଙ୍କ ପରିବାରକୁ ପଠାଇଥିଲେ ।

Also Read:-ରାଜଧାନୀରେ ଦେହ ବେପାର ପାଇଁ ଡ଼ିଲ ! ୨ ନେପାଳୀ ଯୁବତୀ ଉଦ୍ଧାର, ପ୍ରଥମେ କୋଲକାତା ଓ ପରେ ଭୁବନେଶ୍ୱରରେ ବିକ୍ରି ପାଇଁ...

ସେପଟେ ହତ୍ୟା ଘଟଣା ପୋଲିସ ଅଭିଯୁକ୍ତଙ୍କୁ ଧରି ରାତିସାରା କ୍ରାଇମ ସିନ୍‌ ରିକ୍ରିଏସନ୍‌ କରିଛି । ସୁଧିରଙ୍କୁ କିପରି ବ୍ରହ୍ମପୁରରୁ କିଡ୍‌ନାପ କଲେ, ପରେ ଆସିକା, ବୁଗୁଡ଼ା ହୋଇ ସୋରଡ଼ା ରଶିପଙ୍କାଳ ଜଙ୍ଗଲକୁ ନେଇଯାଇଥିଲେ । ସେଠାରେ ତାଙ୍କୁ ନିର୍ଘାତ ମାଡ଼ ମାରିବା ସହ ହତ୍ୟା କରିଥିଲେ । ହତ୍ୟା ପରେ ସୁଧିରଙ୍କ ମୃତଦେହକୁ ଫିଙ୍ଗି ଚାଲିଯାଇଥିଲେ ।