ଶ୍ବର ୧୧।୧୨: ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାର ମାମଲାରେ ଦଲାଲ ବିରଞ୍ଚି ନାରାୟଣ ନାୟକ ଘରେ ସିବିଆଇ ରେଡ୍ କରିଛି । ବାଲେଶ୍ଵରରେ ସିବିଆଇ ଟିମ୍ ଅତର୍କିତ ଚଢ଼ାଉ କରିଛି । ବିରଞ୍ଚି ଘରୁ ଅନେକ ତଥ୍ୟ, ତଥ୍ୟ ଭିତ୍ତିକ ପ୍ରମାଣ ସହ ଦସ୍ତାବିଜ୍ ଜବତ ହୋଇଥିବା ସୂଚନା ମିଳିଛି ।

ଦିଘା ମଡ୍ୟୁଲରେ ଶତାଧିକ ପରୀକ୍ଷାର୍ଥୀଙ୍କ ଠାରୁ ଆଡ଼ଭାନ୍ସ ନେଇଥିଲେ ବିରଞ୍ଚି । ଏସବୁ କାଗଜପତ୍ର ଜବତ ପାଇଁ ଚଢ଼ାଉ କରିଥିଲା ସିବିଆଇ ଟିମ୍ । ବିରଞ୍ଚିକୁ ଗିରଫ କରିବା ପରେ ୪ ଦିନିଆ ରିମାଣ୍ଡରେ ନେଇଥିଲା ସିବିଆଇ । ଏବେ ଝାରପଡ଼ା ଜେଲ୍ରେ ଅଛି ବିରଞ୍ଚି I