ନୂଆଦିଲ୍ଲୀ ୨୨।୦୫; ତ୍ବିଶା ଶର୍ମାଙ୍କ ମୃତ୍ୟୁ ମାମଲାରେ ମଧ୍ୟପ୍ରଦେଶ ସରକାରଙ୍କ ବଡ ନିଷ୍ପତ୍ତ। ପରିବାରର ଦାବି ପରେ ଶୁକ୍ରବାର ଏହାର ତଦନ୍ତ ଭାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)କୁ ହସ୍ତାନ୍ତର କରିବା ପାଇଁ ସୁପାରିଶ କରିଛନ୍ତି । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ମାମଲାର ସମ୍ପୂର୍ଣ୍ଣ ଅନୁସନ୍ଧାନ ଦାୟିତ୍ବ ଦେଶର ଏହି ଶୀର୍ଷ କେନ୍ଦ୍ରୀୟ ସଂସ୍ଥାକୁ ହସ୍ତାନ୍ତର କରିବା ପାଇଁ ନିଜର ସହମତି ପ୍ରଦାନ କରିଛନ୍ତି । 

ଦିଲ୍ଲୀ ସ୍ପେଶାଲ ପୋଲିସ ଏଷ୍ଟାବ୍ଲିସମେଣ୍ଟ୍ ଆକ୍ଟ, ୧୯୪୬’ର ଧାରା ୬ ଅଧୀନରେ ଥିବା କ୍ଷମତାର ପ୍ରୟୋଗ କରି ମଧ୍ୟପ୍ରଦେଶ ସରକାର ରାଜ୍ୟପାଳଙ୍କ ନାମରେ ଏହି ଆନୁଷ୍ଠାନିକ ମଞ୍ଜୁରୀ ପ୍ରଦାନ କରିଛନ୍ତି, ଯାହାଫଳରେ ସିବିଆଇ ଅଧିକାରୀମାନେ ଏହି ନିର୍ଦ୍ଦିଷ୍ଟ ମାମଲାର ତଦନ୍ତ ପାଇଁ ସମଗ୍ର ମଧ୍ୟପ୍ରଦେଶରେ ନିଜର ଆଇନଗତ ଅଧିକାର ପ୍ରୟୋଗ କରିପାରିବେ। ଏହି ସରକାରୀ ନିର୍ଦ୍ଦେଶନାମାରେ ମୂଳ ଅପରାଧ ସହିତ ଜଡ଼ିତ କୌଣସି ବି ପ୍ରକାରର ଅପରାଧିକ ଷଡ଼ଯନ୍ତ୍ର ଓ ପ୍ରରୋଚନାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ସିବିଆଇକୁ ସମ୍ପୂର୍ଣ୍ଣ କ୍ଷମତା ଦିଆଯାଇଛି । ଗୃହ ବିଭାଗର ସଚିବଙ୍କ ସ୍ୱାକ୍ଷର ସମ୍ବଳିତ ଏହି ସରକାରୀ ବିଜ୍ଞପ୍ତିକୁ ତୁରନ୍ତ କାର୍ଯ୍ୟକାରୀ କରିବା ଏବଂ ମାମଲା ସହ ଜଡ଼ିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ କରିବା ପାଇଁ କେନ୍ଦ୍ର ଓ ରାଜ୍ୟର ସମସ୍ତ ଶୀର୍ଷ ଅଧିକାରୀଙ୍କ ନିକଟକୁ ପଠାଯାଇଛି।

ଏହି ସମୟରେ,ତ୍ଵିଶାଙ୍କ ପରିବାର ଏବଂ ତାଙ୍କ ଓକିଲ ଏବେ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କଡ଼ାକଡ଼ି କରିବାକୁ ପ୍ରସ୍ତୁତ ହେଉଛନ୍ତି। ଓକିଲ ତ୍ୱିଶା ଓ ତାଙ୍କ ଶାଶୁ, ଗିରିବାଲା ସିଂହଙ୍କ ମଧ୍ୟରେ ହୋଇଥିବା ହ୍ୱାଟ୍ସଆପ୍ ଚାଟ୍ ବିଷୟରେ ଉଲ୍ଲେଖ କରିଛନ୍ତି। ଓକିଲ କହିଛନ୍ତି, "ଦୁହିଁଙ୍କ ମଧ୍ୟରେ ହୋଇଥିବା ହ୍ୱାଟସଆପ୍ ଚାଟ୍ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ତ୍ଵିଶାଙ୍କୁ ତାଙ୍କ ଶ୍ୱଶୁର ଘରେ ନିରନ୍ତର ମାନସିକ ଏବଂ ଶାରୀରିକ ନିର୍ଯାତନା ଦିଆଯାଉଥିଲା। ତାଙ୍କୁ ଗୁରୁତର ହଇରାଣ କରାଯାଉଥିଲା।