ଟରଣ୍ଟୋ,୧୨|୦୭: କାନାଡାରେ ଭୟଙ୍କର ଗୁଳିକାଣ୍ଡ । ଉତ୍ସବ ଚାଲୁଥିବା ବେଳେ ଫାୟାରିଂ କଲେ ଆକ୍ରମଣକାରୀ । ଦେଶର ଟରଣ୍ଟୋ ସହରରେ ଚାଲିଥିବା ପ୍ରସିଦ୍ଧ ଷ୍ଟ୍ରିଟ୍ ଫେଷ୍ଟିଭାଲରେ ଏହି ଅଘଟଣ ଘଟିଛି । ଶନିବାର ସମସ୍ତେ ଉତ୍ସବରେ ମସଗୁଲ ଥିବା ବେଳେ ଗୁଳିକାଣ୍ଡର ଶବ୍ଦ ଶୁଭିଥିଲା । ଯେଉଁଥିରେ ଦୁଇ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ଟରଣ୍ଟୋ ପୋଲିସର କହିବାନୁସାରେ, ଏହି ଘଟଣା ଶନିବାର ରାତି ୮ଟା ସମୟରେ ଘଟିଛି । ସେଣ୍ଟ୍ ବ୍ଲେୟର ଆଭେନ୍ୟୁ ଓ୍ୱେଷ୍ଟ୍ ଏବଂ ଆଲିଙ୍ଗଟନ୍ ଆଭେନ୍ୟୁ ପାଖରେ ଗୁଳିକାଣ୍ଡ ଘଟିଛି । ଫାୟାରିଂ ଶବ୍ଦ ଶୂଣିଲା ପରେ ଲୋକେ ଭୟରେ ଧାଇଁଥିଲେ । ଖବର ପାଇ ପୋଲିସ ଏବଂ ଅନ୍ୟ ଜରୁରୀକାଳିନ ଫୋର୍ସ ସେଠାରେ ପହଁଚିଥିଲେ । ସେତେବେଳକୁ ୫ ଡଣଙ୍କ ଶରୀରରେ ଗୁଳି ବାଜିଥିଲା । ସେମାନଙ୍କ ମଧ୍ୟରୁ ୨ ଜଣ ପ୍ରାଣ ହରାଇଛନ୍ତି । ଅନ୍ୟ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Also Read :- ଅଫେରା ରାଇଜରେ ‘ନେଇ ଯାରେ ମେଘ ମୋତେ’ ସିଙ୍ଗର, ଗାଇଛନ୍ତି ୬୦ରୁ ଅଧିକ ଓଡ଼ିଆ ଗୀତ

ପ୍ରାରମ୍ଭିକ ତଦନ୍ତରେ ଘଟଣା ପଛରେ କୌଣସି ସାର୍ପ ଶୁଟରର ହାତ ଥିବା ପୋଲିସ ସନ୍ଦେହ କରୁଛି । ସମସ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି । ଆତତାୟୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ମଧ୍ୟ ଜାରି ରହିଛି । ସୁରକ୍ଷା ଦୃଷ୍ଟିରୁ ଏହି ସ୍ଥାନରୁ ଦୂରରେ ରହିବାକୁ ପୋଲିସ ସାଧାରଣ ଜନତାଙ୍କୁ ଅପିଲ କରିଛି ।

ତେବେ କେଉଁ କାରଣରୁ ଆକ୍ରମଣ ହୋଇଛି ତାହାର କାରଣ ଜଣା ପଡି ନାହିଁ । ଏହାସହ କୌଣସି ସନ୍ଦିଗ୍ଧ ଗିରଫ ହୋଇ ନାହାଁନ୍ତି । ପୋଲିସ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚୁରା କରୁଛି । ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତକୁ ଧରିବାକୁ ପ୍ରୟାସ ଜାରି ରହିଛି ।