ନୂଆଦିଲ୍ଲୀ: ତାମିଲନାଡୁରେ ତାମିଲଗା ଭେଟ୍ଟ୍ରି କାଝାଗମ (TVK) ସରକାରର ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇଛି। ସରକାରକୁ ଆସିବାର ପ୍ରାୟ ସପ୍ତାହେ ପରେ ଗୁରୁବାର ଏହି ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରାଯାଇଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜ ସରକାରରେ କଂଗ୍ରେସର ଦୁଇ ବିଧାୟକଙ୍କ ସହ ୨୩ ନୂଆ ସଦସ୍ୟଙ୍କୁ ସାମିଲ କରିଛନ୍ତି।

ଶପଥ ଗ୍ରହଣରେ କଂଗ୍ରେସକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା

ଶପଥ ଗ୍ରହଣ ସମାରୋହ ସକାଳ ୧୦ଟାରେ ଲୋକ ଭବନରେ ହୋଇଥିଲା। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର ମନ୍ତ୍ରୀ ପଦ ପାଇଁ ଟିଭିକେ ବିଧାୟକ ଶ୍ରୀନାଥ, ଏସ. କମାଲୀ, ସି. ବିଜୟଲକ୍ଷ୍ମୀ ଏବଂ ଆର. ଭି. ରଞ୍ଜିତକୁମାର, କଂଗ୍ରେସର ଏସ. ରାଜେଶ କୁମାର ଏବଂ ପି. ବିଶ୍ବନାଥନଙ୍କୁ ମନ୍ତ୍ରୀ ପଦ ପାଇଁ ଶପଥ କରାଇଥିଲେ। ସୂଚନାଥାଉକି, କଂଗ୍ରେସ ରାଜ୍ୟରେ ଦ୍ରାବିଡ଼ ମୁନେତ୍ରା କାଝାଗମ ଠାରୁ ସମ୍ପର୍କ ଛିନ୍ନ କରି ଟିଭିକେ ସହ ମେଣ୍ଟ କରିଛି।

Also Read: ମଦ ଦୋକାନ ବନ୍ଦ ନିଷ୍ପତ୍ତିରେ କମଲ ହାସନ ଖୁସି, ବିଜୟଙ୍କୁ ପ୍ରଶଂସା କରି କହିଲେ-'ଭାଇ ତାଙ୍କ ପ୍ରତିଶ୍ରୁତି ରଖିଲେ'

​​​​​​କଂଗ୍ରେସର ରିଟର୍ଣ୍ଣ

ସୂଚନାଯୋଗ୍ୟ, ଅନେକ ଦଶନ୍ଧି ପରେ କଂଗ୍ରେସ ତାମିଲନାଡୁରେ ସରକାରକୁ ଫେରିଛି। କାରଣ ଦ୍ରାବିଡ଼ ଦଳ ଦ୍ରାବିଡ଼ ମୁନେତ୍ରା କାଝାଗମ (DMK) ଏବଂ ଅଖିଳ ଭାରତୀୟ ଅନ୍ନା ଦ୍ରାବିଡ଼ ମୁନେତ୍ରା କାଝାଗମ (AIADMK) କେବେବି ସେମାନଙ୍କ ସହଯୋଗୁ ଦଳକୁ ଶାସନରେ ଅଂଶୀଦାର କରିନାହାନ୍ତି। ଯେଉଁଥିରେ କଂଗ୍ରେସ ବି ସାମିଲ ରହିଛି। ଦଳ ଭିନ୍ନ ଭିନ୍ନ ସମୟରେ ଦୁଇ ଦଳ ସହ ମେଣ୍ଟ କରିଥିଲା। କିନ୍ତୁ ଏହା ସତ୍ତ୍ବେ କେବେବି ସରକାରରେ ସାମିଲ ହୋଇପାରିନଥିଲା।

ପ୍ରଥମ ଥର କେବେ ଆସିଥିଲା କଂଗ୍ରେସ ?

ସ୍ବାଧୀନତା ପରେ ପ୍ରଥମ ଥର ଅଣ- କଂଗ୍ରେସ ସରକାର ୧୯୬୭ରେ ଦ୍ରାବିଡ଼ ନେତା ଏବଂ ଡିଏମକେ ସଂସ୍ଥାପକ ସି. ଏନ. ଅନ୍ନାଦୁରାଇ ଗଠନ କରିଥିଲେ। ସେ ତତ୍କାଳୀନ କଂଗ୍ରେସ ସରକାରଙ୍କ ବିରୋଧରେ ବିପୁଳ ବିଜୟ ହାସଲ କରିଥିଲେ।

IUML ଏବଂ VCKର ଜଣେ ଲେଖାଏଁ ହୋଇପାରନ୍ତି ମନ୍ତ୍ରୀ

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, IUML ଏବଂ VCKକୁ ମଧ୍ୟ ଗୋଟିଏ ଲେଖାଏଁ ସିଟ୍ ଦିଆଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ମନ୍ତ୍ରୀଙ୍କ ନାଁ ସ୍ପଷ୍ଟ ହୋଇନାହିଁ। କୁହାଯାଉଛି ଏହି ଦୁଇ ସହଯୋଗୀ ଦଳକୁ ପରେ ସରକାରରେ ସାମିଲ କରାଯିବ।

Also Read: Vijay Thalapathy : ୫୧ ବର୍ଷରେ ବି ସୁପରଫିଟ୍ ବିଜୟ ଥାଲାପତି, ଜାଣନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଫିଟନେସର ରାଜ୍

ମେ ୧୦ରେ ଶପଥ ନେଇଥିଲେ ବିଜୟ

ଉଲ୍ଲେଖଯୋଗ୍ୟ, ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ବିଜୟ ମେ ୧୦ରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେଇଥିଲେ। ସେ ତାମିଲନାଡୁର ୯ମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତାଙ୍କ ସହ ୯ ବିଧାୟକଙ୍କ ମଧ୍ୟ ମନ୍ତ୍ରୀ ପଦ ପାଇଁ ଶପଥ ନେଇଥିଲେ। ତାଙ୍କ କ୍ୟାବିନେଟରେ ପ୍ରାୟ ୩୬ ମନ୍ତ୍ରୀ ରହିପାରନ୍ତି। ଗୁରୁବାର ୨୩ ନୂଆ ମନ୍ତ୍ରୀ ସାମିଲ ହେବା ପରେ ବିଜୟ ସରକାରେ ମନ୍ତ୍ରୀଙ୍କ ସଂଖ୍ୟା ବଢ଼ି ୩୩ ହୋଇଛି। ଏବେବି ୩ ପଦ ଖାଲି ରହିଛି।