ମୋହନା ୩।୮: ବାଇକ୍‌କୁ ଧକ୍କା ଦେଇ ରାସ୍ତାକୁ ଖସିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି । ଗଜପତି ଜିଲ୍ଲା ଅଡବା ଥାନା ଅଞ୍ଚଳରେ ଘଟିଛି ଦୁର୍ଘଟଣା ।

ଗଜପତି ଜିଲ୍ଲା ଅଡବା ଥାନା ରାଇଗଣ୍ଡା ବୁଲାଣି ରାସ୍ତାରେ ଏକ ବାଇକ୍‌କୁ ଧକ୍କା ଦେଇ ରାସ୍ତା କଡ଼କୁ ଖସିଲା ଯାତ୍ରୀବାହୀ ବସ୍ l ଫଳରେ ବାଇକ୍‌ରେ ଥିବା ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ବସ୍‌ରେ ଥିବା ପ୍ରାୟ ୩୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି l ସମସ୍ତ ଆହତଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ୩ ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l

​​​​​​​

‘ବିକ୍ରାନ୍ତ’ ନାମକ ଘରୋଇ ଯାତ୍ରୀବାହୀ ବସ୍ ବ୍ରହ୍ମପୁରରୁ ଦାରିଙ୍ଗବାଡି ଯାଉଥିଲା l ଅଡବା ଥାନା ରାଇଗଣ୍ଡା ଗାଁ ନିକଟରେ ଏକ ବାଇକ୍‌କୁ ଧକ୍କା ଦେଇ ରାସ୍ତା କଡ଼କୁ ଖସି ପଡିଛି l ଖବର ପାଇ ଅଡବା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି l