Rath Yatra Rath Yatra

Badbil family dispute: ବଡ଼ବିଲରେ ଚାଞ୍ଚଲ୍ୟ; ପତ୍ନୀଙ୍କୁ ଆକ୍ରମଣ ପରେ ପହଞ୍ଚିଲେ ଭାଇ, ଯୁକ୍ତିତର୍କରୁ ଭିଣୋଇଙ୍କ ମୃତ୍ୟୁ

କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁ ବୁରୁସାହିରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତ ବନମାଳୀ ମୁଣ୍ଡା ପତ୍ନୀଙ୍କୁ ମାରଧର କରୁଥିବା ଅଭିଯୋଗ ଥିଲା । ଏହାକୁ ନେଇ ତାଙ୍କ ଶାଳକ ଅଜୟ ତିରିଆ ଆସି ବୁଝାସୁଝା କରୁଥିବା ବେଳେ ଯୁକ୍ତିତର୍କ ହୋଇଥିଲା । ପରେ ଅଜୟଙ୍କ ଆକ୍ରମଣରେ ବନମାଳୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଘଟଣା ପରେ ଅଜୟ ଫେରାର ଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି ।
NEWS7
Badbil Murder