୩।୧୦: ବଡ଼ବିଲରେ ଅଭାବନୀୟ ଘଟଣା । ପାରିବାରିକ କଳହରୁ ଭିଣୋଇକୁ ପିଟି ପିଟି ମାରିଦେଲା ଶାଳକ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଉଲିବୁରୁ ବୁରୁସାହିରେ ଘଟିଛି ଏଭଳି ଏକ ଚାଞ୍ଚଲ୍ୟକର ଘଟଣା । ମୃତର ହେଲେ ବନମାଳୀ ମୁଣ୍ଡା ।

ସୂଚନା ଅନୁଯାୟୀ, ମୃତ ବନମାଳୀ ବିଭିନ୍ନ ସମୟରେ ତାଙ୍କ ପତ୍ନୀ ଶୁକମତିଙ୍କୁ ମାରଧର କରୁଥିଲେ । ଗତ ମଙ୍ଗଳବାର ଏକ ଟାଙ୍ଗିଆରେ ବନମାଳୀ ପତ୍ନୀଙ୍କ ମୁଣ୍ଡକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏନେଇ ଶୁକମତି ନିଜ ବାପଘର ଲୋକଙ୍କୁ ଜଣାଇବା ସହ ସ୍ୱାମୀଙ୍କୁ ବୁଝାସୁଝା କରିବା ପାଇଁ ସେମାନଙ୍କୁ ଡାକିଥିଲେ ।

ଖବର ପାଇ ଶୁକ୍ରବାର ସନ୍ଧ୍ୟାରେ ଯୋଡ଼ା ଥାନା ଦଣ୍ଡାଗୁଟୁ ଅଞ୍ଚଳରୁ ଶୁକମତିଙ୍କ ଭାଇ ଅଜୟ ତିରିଆ ଏବଂ ମାଆ ସରସ୍ୱତୀ ତିରିଆ ଉଲିବୁରୁ ବୁରୁସାହିରେ ପହଞ୍ଚିଥିଲେ । ରାତି ପ୍ରାୟ ୧୦ଟା ସମୟରେ ଅଜୟ ନିଜ ଭିଣୋଇ ବନମାଳୀଙ୍କୁ ବୁଝାଉଥିବା ବେଳେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଅଜୟ ଭିଣୋଇଙ୍କୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳେ ଭିଣୋଇଙ୍କ ମୃତ୍ୟୁ ଘଟିଥିଲା ।

Also Read:- ଠକ ସ୍ୱାମୀ-ସ୍ତ୍ରୀ ଗିରଫ : ନିଜକୁ ସିଭିଲ ଇଞ୍ଜିନିୟର କହି ଖଣି ବ୍ୟବସାୟୀଙ୍କଠୁ ଲୁଟିଥିଲେ ଲକ୍ଷ ଲକ୍ଷ ଟଙ୍କା

ଘଟଣା ପରେ ଅଭିଯୁକ୍ତ ଶାଳକ ଅଜୟ ସେଠାରୁ ଫେରାର ହୋଇଯାଇଛି । ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଅଜୟକୁ ଧରିବାକୁ ଛାନଭିନ୍ ଜାରି ରଖିଛି ।

Watch Video: