ଶ୍ରୀନଗର, ୨୨।୧୧ : କାଶ୍ମୀର ଘାଟିରେ ଆଉ ସ୍ଥାନୀୟ ଆତଙ୍କୀ ସକ୍ରିୟ ନାହାନ୍ତି। ପୁଲଓ୍ବାମାରେ କାଶ୍ମୀର ପୁଲିସ ସହ ଗୁଳିବିନିମୟ ସମୟରେ ଲସ୍କର-ଇ-ତୋଇବା ସହ ଜଡ଼ିତ ଶେଷ ସ୍ଥାନୀୟ ଆତଙ୍କୀ ନିପାତ ହୋଇଛି। ଏପରିସ୍ଥଳେ ଘାଟିରେ ବର୍ଭମାନ ଯେଉଁ ଆତଙ୍କୀ ସକ୍ରିୟ ଅଛନ୍ତି ସେମାନେ ସମସ୍ତେ ପାକିସ୍ତାନୀ । ଅରୁଣାଚଳପ୍ରଦେଶର ବାନ୍ଦେରଦେବାରେ ରାଷ୍ଟ୍ରପତି ପୁଲିସ କଲର ସମାରୋହ ସମୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଶନିବାର ଏହି ବୟାନ ଦେଇଛନ୍ତି।

ଏଠାରେ ଶାହ ୧୯୯୦ ଦଶକର ଅସ୍ଥିରତାକୁ ବର୍ତ୍ତମାନର ସୁରକ୍ଷାସ୍ଥିତି ସହ ତୁଳନା କରିଥିଲେ। ସେ କହିଥିଲେ ଯେ, ୨୦୧୯ରେ ଧାରା-୩୭୦କୁ ହଟାଯିବା ସମୟରେ ପୂରା ବିରୋଧୀ ଏକାଠି ହୋଇ ଏହାର ଆତଙ୍କବାଦ ସହ କ'ଣ ସଂପର୍କ ରହିଛି ବୋଲି ପ୍ରଶ୍ନ କରିଥିଲେ। ଧାରା-୩୭୦ ହଟିବା ଦ୍ଵାରା କାଶ୍ମୀରର ଯୁବଗୋଷ୍ଠୀଙ୍କ ମଧ୍ୟରେ ବିଚ୍ଛିନ୍ନତାବାଦ ଭାବନା ଭାବନା ଶେଷ ହୋଇଯାଇଛି। ସେଥିଯୋଗୁ ଆଜି କାଶ୍ମୀର ଘାଟିରେ ଜଣେ ବି ସ୍ଥାନୀୟ ଆତଙ୍କୀ ସକ୍ରିୟ ନାହାନ୍ତି। ଏହା ଆମ ସମସ୍ତଙ୍କ ଲାଗି ଗର୍ବ ଏବଂ ସମ୍ମାନର କଥା ବୋଲି ଶାହ ଦର୍ଶାଇଛନ୍ତି।

Also Read :- ଜଳୁଛି ବାଂଲାଦେଶ : ସେଖ୍ ହସିନାଙ୍କ ସମର୍ଥକଙ୍କୁ ଟାର୍ଗେଟ୍, ଜାଳିଦେଲେ ୨୦୦ ଘର !

ସୂଚନାଥାଉକି, ବିଗତ ୫ ଦିନ ମଧ୍ୟରେ ଜମ୍ମୁ - କାଶ୍ମୀରର କୁଲଗାମ୍ ଜିଲ୍ଲାରେ ଦୁଇଟି ଭିନ୍ନ ଭିନ୍ନ ଏନକାଉଣ୍ଟରରେ ଲସ୍କର-ଇ-ତୋଇବାର ୨ ଜଣ ଆତଙ୍କୀଙ୍କୁ ନିପାତ କରାଯାଇଛି। ସେମାନେ ନଭେମ୍ବର ୧୧ରେ ଅଖରାନରେ ସିଆରପିଏଫ୍ ଚେକ୍ ପୋଷ୍ଟ ଉପରେ ହୋଇଥିବା ଆକ୍ରମଣରେ ସାମିଲ ଥିଲେ ।