ନୂଆଦିଲ୍ଲୀ, ୧୨/୦୯ : ଦିଲ୍ଲୀରେ ପହଁଚିଲେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍ । ଏକ ସ୍ୱତନ୍ତ୍ର ବିମାନ ଯୋଗେ ସେ ନୂଆଦିଲ୍ଲୀର ପାଲମରେ ପହଁଚିଛନ୍ତି । ଏଠାରେ ସେ ବ୍ରିକ୍ସ ସମ୍ମିଳନୀରେ ସାମିଲ ହେବେ । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ।

ପହଁଚିବା ପୂର୍ବରୁ ବଡ ବୟାନ

ଜିନପିଙ୍ଗ ଭାରତରେ ପହଁଚିବାର କିଛି ସମୟ ପୂର୍ବରୁ ଚାଇନାର ପ୍ରତିକ୍ରିୟା ଆସିଥିଲା । ଚୀନ୍ କହିଥିଲା ଯେ, ଦୁଇ ଦେଶ ମଧ୍ୟରେ ମତଭେଦ ରହିଛି । ଏହାର ସମାଧାନ ହେବା ଆବଶ୍ୟକ । ଦୁଇ ପଡୋଶୀ ଦେଶ ଏକାଠି ହୋଇ ଆଗକୁ ବଢିବା ଦରକାର । ସାଙ୍ଗ ହୋଇ ଆଗକୁ ବଢିଲେ ଖୁବ୍ ଭଲ ହେବ । ଏହାସହ ଆଲୋଚନା ବଢାଇବା ପାଇଁ ମଧ୍ୟ ବେଜିଂ ଗୁରୁତ୍ୱ ଦେଇଛି ।

ଭାରତରେ ଅବସ୍ଥିତ ଚୀନ୍ ରାଷ୍ଟ୍ରଦୂତ ୟୁ ଫେଇହୋଙ୍ଗ୍ କହିଥିଲେ ଯେ, ବେଜିଂ ଏବଂ ନୂଆଦିଲ୍ଲୀ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହେବ । ଚୀନ୍ ଭାରତ ସହ ମଜବୁତ ସମ୍ପର୍କ ପ୍ରତିଷ୍ଠା କରିବାକୁ ଚାହୁଁଛି । ଉଭୟ ଦେଶ ପରସ୍ପରର ସହଯୋଗରେ ଆଗକୁ ବଢିବା ଦରକାର । ଚୀନ ମଧ୍ୟ ଏନେଇ ସକରାତ୍ମକ ରହିଛି । ରଣନୀତି ଦୃଷ୍ଟିକୋଣରୁ ବେଜିଂ ଭାରତ ସହ କାମ କରିବାକୁ ଆଗ୍ରହୀ ଅଛି ।

Also Read :- କିଛି ସମୟ ପରେ ଆସିବେ ଜିନପିଙ୍ଗ୍ : ଦିଲ୍ଲୀରେ ପହଁଚିବା ପୂର୍ବରୁ ଚୀନ୍ କହିଲା ବଡ କଥା

ସୂଚନାଯୋଗ୍ୟ, ଭାରତ ଚଳିତ ବର୍ଷ ବ୍ରିକ୍ସର ଅଧ୍ୟକ୍ଷତା କରୁଛି । ଏହି କାର୍ଯ୍ୟକ୍ରମରେ ବିଶ୍ୱର ବଡବଡ ନେତା ସାମିଲ ହେଉଛିନ୍ତି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଭାରତ ଆସିଛନ୍ତି । ଏହାସହ ଏସିଆର ମହାଶକ୍ତିମାନେ ୟୁରୋପକୁ ବଡ ବାର୍ତ୍ତା ଦେଉଛନ୍ତି ।