ମାୟାମୀ: ଫିଫା ବିଶ୍ୱକପ୍ ୨୦୨୬ ର ଗ୍ରୁପ୍ 'ସି' (Group C) ର ଅନ୍ତିମ ମ୍ୟାଚରେ ବ୍ରାଜିଲ୍ ନିଜର ଦବଦବା ବଜାୟ ରଖିଛି। ହାର୍ଡ ରକ୍ ଷ୍ଟାଡିୟମ୍‌ରେ ସ୍କଟଲ୍ୟାଣ୍ଡକୁ ଏକତରଫା ଭାବେ ୩-୦ ଗୋଲ୍‌ରେ ପରାସ୍ତ କରି ବ୍ରାଜିଲ୍ ଗ୍ରୁପ୍ ବିଜେତା ଭାବେ 'ରାଉଣ୍ଡ ଅଫ୍ ୩୨' କୁ ଯାଇଛି। ଏହି ମ୍ୟାଚରେ ଭିନିସିଅସ୍ ଜୁନିଅର ଦୁଇଟି ଗୋଲ୍ କରିଥିବା ବେଳେ ଦୀର୍ଘ ଦିନର ଆହତ ସମସ୍ୟା ପରେ ନେମାର ବିଶ୍ୱକପ୍ ମଞ୍ଚକୁ ଫେରିଛନ୍ତି।

୧. ଭିନିସିଅସ୍‌ଙ୍କ ଜାଦୁ

ପ୍ରଥମ ଗୋଲ୍ ମାତ୍ର ୭ମ ମିନିଟରେ ହୋଇଥିଲା  ସ୍କଟଲ୍ୟାଣ୍ଡର ଭୁଲ୍ ପାସ୍‌ର ସୁଯୋଗ ନେଇ ଭିନିସିଅସ୍ ଜୁନିଅର ଅତି ଚମତ୍କାର ଭାବେ ବଲ୍‌କୁ ନେଟ୍ ଭିତରକୁ ପଠାଇ ବ୍ରାଜିଲ୍‌କୁ ୧-୦ ରେ ଆଗୁଆ କରିଥିଲେ। ସେହିପରି ଦ୍ୱିତୀୟ ଗୋଲ୍ ୪୫+୩ ମିନିଟ୍ ପ୍ରଥମାର୍ଦ୍ଧ ଶେଷ ହେବାକୁ ମାତ୍ର କିଛି ମୁହୂର୍ତ୍ତ ବାକି ଥିବାବେଳେ ବ୍ରୁନୋ ଗୁଇମାରେସ୍‌ଙ୍କ ଏକ ନିଖୁଣ କ୍ରସ୍‌କୁ ହେଡର୍ ମାଧ୍ୟମରେ ଗୋଲ୍‌ରେ ପରିଣତ କରିଥିଲେ ଭିନିସିଅସ୍ । ଏହି ଦୁଇଟି ଗୋଲ୍ ସହିତ, ଭିନିସିଅସ୍ ଗତ ୨୪ ବର୍ଷ ମଧ୍ୟରେ ପ୍ରଥମ ବ୍ରାଜିଲୀୟ ଖେଳାଳି ଭାବେ ବିଶ୍ୱକପ୍‌ର ତିନୋଟି ଯାକ ଗ୍ରୁପ୍ ମ୍ୟାଚରେ ଗୋଲ୍ କରିବାର ରେକର୍ଡ କରିଛନ୍ତି। ସେ ରୋନାଲ୍ଡୋ, ରିଭାଲ୍ଡୋ ଏବଂ ରୋମାରିଓଙ୍କ ଭଳି କିମ୍ବଦନ୍ତୀ ଖେଳାଳିଙ୍କ ତାଲିକାରେ ସାମିଲ ହୋଇଛନ୍ତି।

୨. ନେମାରଙ୍କ ପ୍ରତ୍ୟାବର୍ତ୍ତନ

ମ୍ୟାଚର ୭୬ତମ ମିନିଟରେ ମାଥିୟସଙ୍କ ବଦଳରେ ନେମାର ପଡ଼ିଆକୁ ଓହ୍ଲାଇଥିଲେ। ୨୦୨୨ କତାର ବିଶ୍ୱକପ୍ କ୍ୱାର୍ଟର ଫାଇନାଲ୍ ପରେ ଏହା ଥିଲା ତାଙ୍କର ପ୍ରଥମ ବିଶ୍ୱକପ୍ ମ୍ୟାଚ୍। ୨୦୨୩ ଅକ୍ଟୋବରରେ ଆହତ ହେବା ପରେ ସେ ପ୍ରଥମ ଥର ପାଇଁ ଆନ୍ତର୍ଜାତୀୟ ଫୁଟବଲକୁ ଫେରିଛନ୍ତି। ଏହା ପାରେ ବ୍ରୁନୋ ଗୁଇମାରେସ୍‌ଙ୍କ ଦ୍ୱାରା ଦିଆଯାଇଥିବା ଏକ ସୁନ୍ଦର ପାସ୍‌କୁ ମାଥିୟସ୍ କୁନ୍ହା ବେଶ୍ ସହଜରେ ଗୋଲ୍‌ରେ ପରିଣତ କରି ବ୍ରାଜିଲ୍‌ର ବିଜୟ ସୁନିଶ୍ଚିତ କରିଥିଲେ। ସ୍କଟଲ୍ୟାଣ୍ଡ ପରାଜିତ ହୋଇଥିଲେ ମଧ୍ୟ ସ୍କଟ୍ ମ୍ୟାକ୍‌ଟୋମିନେ ଏବଂ ଜନ୍ ମ୍ୟାକଗିନ୍ ଭଲ ପ୍ରୟାସ କରିଥିଲେ, କିନ୍ତୁ ବ୍ରାଜିଲ୍ ଗୋଲକିପର ଆଲିସନ୍ ବେକର୍‌ଙ୍କ ପାଇଁ ସେମାନେ ଗୋଲ୍ କରିବାରେ ବିଫଳ ହୋଇଥିଲେ।

୪. ଗ୍ରୁପ୍ 'ସି' ର ଅନ୍ତିମ ସ୍ଥିତି

  • ବ୍ରାଜିଲ୍: ୭ ପଏଣ୍ଟ ସହିତ ଗ୍ରୁପ୍ ଚାମ୍ପିଅନ୍ ହୋଇ 'ରାଉଣ୍ଡ ଅଫ୍ ୩୨' କୁ ଯାଇଛି।
  • ମରୋକ୍କୋ: ୫ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହି କ୍ୱାଲିଫାଇ କରିଛି।
  • ସ୍କଟଲ୍ୟାଣ୍ଡ: ୩ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଛି ଏବଂ ବର୍ତ୍ତମାନ ଅନ୍ୟ ଗ୍ରୁପ୍‌ର ଫଳାଫଳ ଉପରେ ନିର୍ଭର କରି ନିଜର ଆଗାମୀ ଭାଗ୍ୟ ନିର୍ଦ୍ଧାରଣ କରିବ।

ବ୍ରାଜିଲ୍ ବର୍ତ୍ତମାନ ପୂର୍ଣ୍ଣ ଲୟରେ ଅଛି ଏବଂ ସମଗ୍ର ଗ୍ରୁପ୍ ପର୍ଯ୍ୟାୟରେ ମାତ୍ର ଗୋଟିଏ ଗୋଲ୍ ହୋଇଥିବା ବେଳେ ନକ୍-ଆଉଟ୍ ପର୍ଯ୍ୟାୟରେ ଏହି ଦଳକୁ ଦେଖିବା ବେଶ୍ ରୋମାଞ୍ଚକର ହେବ।