ନୂଆଦିଲ୍ଲୀ, ୨୩।୦୭ : ଜିମ୍ବାଓ୍ୱେ ବିପକ୍ଷରେ ଭାରତୀୟ ଦଳ ଗୁରୁବାରଠୁ ଟି୨୦ ସିରିଜ୍ ଖେଳିବ । ମୁକାବିଲାର ପ୍ରଥମ ମ୍ୟାଚ୍ ପାଇଁ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଦଳ ପ୍ରସ୍ତୁତ ରହିଛି । ସବୁଠାରୁ ବଡ଼ କଥା ହେଉଛି ଯେ, ବୈଭବ ସୂର୍ଯ୍ୟବଂଶୀ ସିରିଜରେ ନଜର ଆସିବେ । ତାଙ୍କ ପାଖରେ ଇତିହାସ ରଚିବା ପାଇଁ ସୁଯୋଗ ରହିଛି । ଯଦି ସିରିଜରେ ବୈଭବ ଏବଂ ଅଭିଷେକ ଶର୍ମା ଭଲ ପ୍ରଦର୍ଶନ କରନ୍ତି ତାହାଲେ ଭାରତୀୟ ଦଳର ବିଜୟ ସମ୍ଭାବନା ବଢିଯିବ ।
ଭାରତୀୟ ଦଳ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜରେ ପରାସ୍ତ ହୋଇଛି । ଯାହାକୁ ନେଇ ଅନେକ ସମାଲୋଚନା କରାଯାଉଛି । ଦଳ ଗୋଟିଏ ହେଲେ ମୁକାବିଲା ଜିତିପାରିନଥିଲା ।
ଅଭିଷେକ ଶର୍ମାଙ୍କ ପାଖରେ ସୁଯୋଗ
ଅଭିଷେକଙ୍କ ପାଖରେ ଟି୨୦ ସିରିଜରେ ସର୍ବାଧିକ ରନ୍ କରିବାର ସୁଯୋଗ ରହିଛି । ସେ ଜିମ୍ବାଓ୍ୱେ ବିପକ୍ଷରେ ଗତ ୬ ମ୍ୟାଚରେ ୧୭୯ ରନ୍ କରିଛନ୍ତି । ତାଙ୍କୁ ଏକ ନମ୍ବର ବ୍ୟାଟସମ୍ୟାନ୍ ହେବା ପାଇଁ ୧୬ ରନର ଆବଶ୍ୟକତା ରହିଛି । ଭାରତ ବିପକ୍ଷରେ ,ସବୁଠାରୁ ଅଧିକ ରନ୍ ସ୍କୋର କରିବାର ରେକର୍ଡ ଜିମ୍ବାଓ୍ୱେ ଖେଳାଳି ସିକନ୍ଦର ରାଜାଙ୍କ ନାଁରେ ରହିଛି । ସେ ୧୧ଟି ମ୍ୟାଚରେ ୧୯୪ ରନ୍ କରିଛନ୍ତି ।
Also Read :- 'ରୋହିତ ସତରେ ଅବସର ନେଇଥାନ୍ତେ, ନିଆଁ ଜଳୁଥିଲା'... ଅଶ୍ୱୀନଙ୍କ ବୟାନକୁ ନେଇ ଚିନ୍ତାରେ BCCI
ବୈଭବଙ୍କ ଟାର୍ଗେଟରେ ବଡ଼ ରେକର୍ଡ
ଗତ ଇଂଲଣ୍ଡ ବିପକ୍ଷ ସିରିଜରେ ବୈଭବ ଫେଲ୍ ମାରିଥିଲେ । ସେ ଦମଦାର ପାଳି ଖେଳିପାରିନଥିଲେ । ଏଥର ତାଙ୍କ ପାଖରେ ସୁଯୋଗ ରହିଛି । କାରଣ ଜିମ୍ବାଓ୍ୱେ ଅପେକ୍ଷାକୃତ ଦୁର୍ବଳ ଦଳ । ତାଙ୍କ ପାଖରେ ଟି୨୦ କ୍ରିକେଟରେ ସବୁଠୁ ଦ୍ରୁତ ୧୫୦ ଛକା ଲଗାଇବା ରେକର୍ଡ ପ୍ରତିଷ୍ଠାର ସୁଯୋଗ ଅଛି । ଏଥିପାଇଁ ମାତ୍ର ୧୧ଟି ଛକାର ଆବଶ୍ୟକତା ରହିଛି । ଟି୨୦ କ୍ରିକେଟରେ ସବୁଠାରୁ ଦ୍ରୁତ ୧୫୦ ଲଗାଇବାର ରେକର୍ଡ ୟୁଏଇର ମହମ୍ମଦ ଓ୍ୱସିମଙ୍କ ନାଁରେ ରହିଛି । ସେ ୬୬ଟି ଇନିଂସରେ ୧୫୦ ଛକା ଲଗାଇଛନ୍ତି ।
