ଭଦ୍ରକ ୨୭।୮: ସ୍ତ୍ରୀକୁ ହତ୍ୟା କରି ସ୍ବାମୀର ଆତ୍ମହତ୍ୟା । ଭଦ୍ରକ ଜିଲ୍ଲା ପୁରୁଣାବଜାର ନଙ୍ଗା ମହଲାରେ ଘଟିଛି ଅଭାବନୀୟ ଘଟଣା । ସ୍ତ୍ରୀକୁ ମାରଣାସ୍ତ୍ରରେ ହାଣିବା ପରେ ନିଜେ ଝୁଲିପଡ଼ିଲା ସ୍ବାମୀ । ଗୋଟିଏ ଘର ଭିତରେ ଉଭୟ ସ୍ବାମୀ, ସ୍ତ୍ରୀଙ୍କ ମୃତଦେହ ପଡିଛି । ସ୍ବାମୀ-ସ୍ତ୍ରୀ ମଧ୍ୟରେ ସର୍ବଦା କଳହ ଲାଗି ରହୁଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି ।