Bloomberg Billionaires Index: ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଏସିଆର ନମ୍ବର ୱାନ ଧନୀ ହେଲେ ଆଦାନୀ ଗ୍ରୁପ ଚେୟାରମ୍ୟାନ୍ ଗୌତମ ଆଦାନୀ। ବ୍ଲୁମବର୍ଗ ବିଲିୟନେୟର୍ସ ଇଣ୍ଡେକ୍ସ ଅନୁଯାୟୀ, ଆଦାନୀଙ୍କ ସମ୍ପତ୍ତି ୯୨.୬ ଅରବ ଡଲାର ପ୍ରାୟ ୮.୫୯ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଥିଲେ। ତାଙ୍କର ସମ୍ପତ୍ତି ୯୦.୮ ଅରବ ଡଲାର କିମ୍ବା ପ୍ରାୟ ₹୮.୪୨ ଲକ୍ଷ କୋଟି ଥିଲା। ହେଲେ ଏଥର ଗୌତମ ଆଦାନୀ ତାଙ୍କ ଠାରୁ ଆଗେଇ ଯାଇଛନ୍ତି।

ଆଦାନୀଙ୍କ ନେଟୱର୍ଥରେ ୭୫ ହଜାର କୋଟି ବୃଦ୍ଧି

• ଗୌତମ ଆଦାନୀ: ଚଳିତ ବର୍ଷ ବର୍ଷ ଗୌତମ ଆଦାନୀଙ୍କ ସମ୍ପତ୍ତିରେ ୮.୧ ଅରବ ଡଲାର ବା ପ୍ରାୟ ₹୭୫.୧୧ ହଜାର କୋଟି ଟଙ୍କା ବୃଦ୍ଧି ପାଇଛି। ଆଦାନୀ ଗ୍ରୁପର ଶେୟାରରେ ବୃଦ୍ଧି ଯୋଗୁ ତାଙ୍କ ସମ୍ପତ୍ତି ବଢ଼ିଛି।

• ମୁକେଶ ଅମ୍ବାନୀ:ଏହି ବର୍ଷ ତାଙ୍କର ମୁକେଶଙ୍କ ସମ୍ପତ୍ତି ୧୬.୯ ବିଲିୟନ ଡଲାର ପ୍ରାୟ ୧.୫୭ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ହ୍ରାସ ଏହାର ମୁଖ୍ୟ କାରଣ ଥିଲା।

Also Read- India Top Exports FY26: ରେକର୍ଡ ସ୍ତରରେ ଭାରତର ରପ୍ତାନି, ଦେଖନ୍ତୁ ଟପ୍-୧୦ ତାଲିକା

ଦିନକରେ ଆଦାନୀ ନେଟୱର୍ଥ ୩୩ ହଜାର କୋଟି ବଢ଼ିଲା
ଗୌତମ ଆଦାନୀଙ୍କ ସମ୍ପତ୍ତି ଗୋଟିଏ ଦିନରେ ୩.୫୬ ବିଲିୟନ ଡଲାର, ଭାରତୀୟ ମୁଦ୍ରାରେ ପ୍ରାୟ ₹୩୩.୦୧ ହଜାର କୋଟି ଟଙ୍କା ବୃଦ୍ଧି ପାଇଛି। ଏହି ବଡ଼ ବୃଦ୍ଧି ଯୋଗୁ ସେ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇବାରେ ସଫଳ ହୋଇଛନ୍ତି। ଯଦିଓ ଅମ୍ବାନୀଙ୍କ ସମ୍ପତ୍ତି ମଧ୍ୟ $୭୬.୭ କୋଟି ଡଲାର ବା ୭୧୨ କୋଟି ଟଙ୍କା ବୃଦ୍ଧି ପାଇଛି, ତେବେ ଆଦାନୀଙ୍କ ସମ୍ପତ୍ତି ବୃଦ୍ଧି ଗତିଠାରୁ ଏହା ବହୁତ କମ।

ଏଲନ ମସ୍କ ବିଶ୍ୱର ନମ୍ବର-୧

ଏଲନ୍ ମସ୍କ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ୬୫୬ ବିଲିୟନ ଡଲାର ବା ପ୍ରାୟ ₹୬୦ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ସହିତ ଶୀର୍ଷରେ ରହିଛନ୍ତି। ତାଙ୍କ ପରେ ଲାରି ପେଜ୍ ଦ୍ୱିତୀୟ ସ୍ଥାନରେ ଏବଂ ଜେଫ୍ ବେଜୋସ୍ ତୃତୀୟ ସ୍ଥାନରେ ଅଛନ୍ତି। ଶ୍ରେଷ୍ଠ ଦଶ ଧନୀଙ୍କ ତାଲିକାରେ କୌଣସି ଭାରତୀୟଙ୍କ ନାଁ ସାମିଲ ନାହିଁ।

ବ୍ଲୁମବର୍ଗ ବିଲିୟୋନେୟର୍ସ ଇଣ୍ଡେକ୍ସ କ’ଣ ?

ଏହା ବିଶ୍ୱର ସବୁଠାରୁ ଧନୀ ଲୋକଙ୍କ ନେଟ୍ ସମ୍ପତ୍ତିକୁ ଟ୍ରାକ୍ କରୁଥିବା ଏକ ଡେଲି ଇଣ୍ଡେକ୍ସ। ନ୍ୟୁୟର୍କରେ ପ୍ରତ୍ୟେକ ବ୍ୟବସାୟିକ ଦିନର ଶେଷ ସମୟରେ ତଥ୍ୟ ଅପଡେଟ୍ କରାଯାଏ। କମ୍ପାନୀ ଏବଂ ଅନ୍ୟାନ୍ୟ ସାର୍ବଜନୀନ ହୋଲ୍ଡିଂଗୁଡ଼ିକର ଷ୍ଟକ୍ ମୂଲ୍ୟ ଉପରେ ଆଧାର କରି ନେଟ୍ ମୂଲ୍ୟ ଗଣନା କରାଯାଏ। କାରଣ ଏହା ବଜାର ଦ୍ୱାରା ଚାଳିତ ହୋଇଥାଏ। ଷ୍ଟକ୍ ମୂଲ୍ୟ ହ୍ରାସ ସହିତ ରାଙ୍କିଂ ପରିବର୍ତ୍ତନ ହୋଇପାରେ।

Also Read- ​​​​​​​India’s Household Debt: ବିକାଶ ପଥରେ ଚାଲୁ ଚାଲୁ ଋଣ ଗାଡ଼ିଆରେ ବୁଡ଼ି ଯାଉଛି ଭାରତ; ୧୦ ବର୍ଷର ରେକର୍ଡ ଭାଙ୍ଗିଲା ଘରୋଇ ଋଣ

ବ୍ଲୁମବର୍ଗ ବିଲିୟନିୟର୍ସ ଇଣ୍ଡେକ୍ସ: ବିଶ୍ୱର ଶ୍ରେଷ୍ଠ ୧୦ ଜଣ ଧନୀ ବ୍ୟକ୍ତି​​​​​​

ରାଙ୍କ

ନାଁ

ମୋଟ ନେଟୱର୍ଥ (ଡଲାରରେ)

ଦେଶ

ଇଣ୍ଡଷ୍ଟ୍ରୀ

୧.

ଏଲନ ମସ୍କ

୬୫୬ ବିଲିଅନ

ଆମେରିକା

ଟେକ୍ନୋଲୋଜୀ

୨.

ଲାରି ପେଜ୍

୨୮୬ ବିଲିଅନ

ଆମେରିକା

ଟେକ୍ନୋଲୋଜୀ

୩.

ଜେଫ୍ ବେଜୋସ୍

୨୬୯ ବିଲିଅନ

ଆମେରିକା

ଟେକ୍ନୋଲୋଜୀ

୪.

ସର୍ଗେ ବ୍ରିନ୍

୨୬୬ ବିଲିଅନ

ଆମେରିକା

ଟେକ୍ନୋଲୋଜୀ

୫.

ମାର୍କ ଜୁକରବର୍ଗ

୨୩୯ ବିଲିଅନ

ଆମେରିକା

ଟେକ୍ନୋଲୋଜୀ

୬.

ଲାରି ଏଲିସନ

୨୩୦ ବିଲିଅନ

ଆମେରିକା

ଟେକ୍ନୋଲୋଜୀ

୭.

 ମାଇକେଲ ଡେଲ୍

୧୭୦ ବିଲିଅନ

ଆମେରିକା

ଟେକ୍ନୋଲୋଜୀ

୮.

ଜେନସେନ୍ ହୁଆଙ୍ଗ

୧୬୪ ବିଲିଅନ

ଆମେରିକା

ଟେକ୍ନୋଲୋଜୀ

୯.

ବର୍ନାର୍ଡ ଆର୍ନାଲ୍ଟ

୧୬୪ ବିଲିଅନ

ଫ୍ରାନ୍ସ

କଞ୍ଜ୍ୟୁମର

୧୦.

ଜିମ୍ ୱାଲଟନ୍

୧୫୦ ବିଲିଅନ

ଆମେରିକା

ରିଟେଲ