ନୂଆଦିଲ୍ଲୀ,୧୫/୦୯ : ବାଲୋଚ୍ ବିଦ୍ରୋହୀଙ୍କୁ ବଡ଼ ସଫଳତା । କବଜା କଲେ ପାକିସ୍ତାନର ଅନେକ ଅଞ୍ଚଳ । ମଙ୍ଗଳବାର ବାଲୋଚ୍ ଲିବରେସନ୍ ଆର୍ମୀ ଏକ ବଡ଼ ଦାବି କରିଛି । ସେମାନେ ଗତ ତିନି ମାସରେ ପାକିସ୍ତାନୀ ସେନାର୧୪ରୁ ଅଧିକ ପୋଷ୍ଟ୍ ଉପରେ କବଜା କରିଥିବା ଦାବି କରିଛନ୍ତି । କେବଳ ଏତିକି ନୁହେଁ ଏହି ସବୁ ପୋଷ୍ଟକୁ ସମ୍ପୂର୍ଣ୍ଣ ଧ୍ୱଂସ ମଧ୍ୟ କରିଦେଇଛନ୍ତି । ଏହାସହ ଅସ୍ତ୍ରଶସ୍ତ୍ର ମଧ୍ୟ ଲୁଟି ନେଇଛନ୍ତି ।

Also Read :- ବିଜୟ-ତ୍ରିଶାଙ୍କ ଲଭ୍ ଷ୍ଟୋରୀରେ ନୂଆ ଟ୍ୱିଷ୍ଟ ! ଲଣ୍ଡନ୍ ଭିଡିଓ ପୁଣି ବଢାଇଲା ଚର୍ଚ୍ଚା

ବିଏଲଏ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି । ଯେଉଁଥିରେ ବିଏଲଏର ଯୋଦ୍ଧାମାନେ ପାକ୍ ପୋଷ୍ଟରେ କବଜା କରୁଥିବା ଦେଖିବାକୁ ମିଳିଛି । କିପରି ଏସବୁ ପୋଷ୍ଟକୁ ଧ୍ୱଂସ କରାଯାଉଛି ତାହା ମଧ୍ୟ ଭିଡିଓରେ ରହିଛି । ଖୁବ୍ ଯୋଜନା ଏବଂ ସତର୍କତାର ସହ ଏପରି ଆକ୍ରମଣ କରାଯାଇଥିବା ବିଏଲଏ ପକ୍ଷରୁ ସୂଚନା ଦିଆଯାଇଛି ।

ବିଏଲଏର କହିବାନୁସାରେ, ଯୋଦ୍ଧାମାନେ ତିନି ମାସ ହେଲା ବାଲୋଚିସ୍ତାନର ବିଭିନ୍ନ ସ୍ଥାନରେ ପାକିସ୍ତାନୀ ସେନା ଉପରେ ଆକ୍ରମଣ କରିଛନ୍ତି ।୧୪ଟି ପୋଷ୍ଟ୍ କୁ କବଜା କରିଛନ୍ତି । ଏସବୁକୁ ନିୟନ୍ତ୍ରଣରେ ଅଣାଯାଇ ନଷ୍ଟ କରିଦିଆଯାଇଛି । ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ତେବେ କେତେ ପରିମାଣରେ ଅସ୍ତ୍ର ମିଳିଛି ତାହା ବିଏଲଏ ପ୍ରକାଶ କରିନି ।

ଯେଉଁ ସବୁ ସ୍ଥାନରେ ସୈନ୍ୟ ପୋଷ୍ଟକୁ କବଜା କରାଯାଇଛି ସେଥିରେ କ୍ୱେଟା, ତଫତାନ୍ ଭଳି ଅଞ୍ଚଳ ରହିଛି । ଏହି ଦାବିକୁ ସମର୍ଥନ କରି କିଛି ଫୁଟେଜ୍ ଜାରି କରିଛି ସଙ୍ଗଠନ । ଯେଉଁଥିରେ ପାକ୍ ସୈନ୍ୟ ଭୟରେ ପଳାଉଥିବା ନଜର ଆସିଛି । ଆଉ କିଛି ଫୁଟେଜରେ ପୋଷ୍ଟକୁ ଧ୍ୱଂସ କରାଯାଉଥିବା ଦେଖିବାକୁ ମିଳିଛି ।