BJP Win3 seatin Thiruvananthapuram: ୨୦୨୬ କେରଳ ବିଧାନସଭା ନିର୍ବାଚନରେ ବିଜେପି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ରାଜ୍ୟରେ କ୍ଷମତାକୁ ଆସିବା ପରେ ମଧ୍ୟ ତିନୋଟି ଆସନ - ନେମୋମ୍, କାଜାକ୍କୁଟ୍ଟମ୍ ଏବଂ ଚଥାନ୍ନୁର ଆସନ ଜିତି ନେଇଛି ବିଜେପି।

ବରିଷ୍ଠ ବିଜେପି ନେତା ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ନେମୋମରେ ବିଜୟ ହାସଲ କରିଛନ୍ତି। ଏହି ଆସନ କେରଳରେ ବିଜେପିର ସବୁଠାରୁ ଶକ୍ତିଶାଳୀ ଗଡ଼ ବୋଲି କୁହାଯାଏ। ଚନ୍ଦ୍ରଶେଖର ସିପିଆଇ(ଏମ୍)ର ବରିଷ୍ଠ ନେତା ଏବଂ ମନ୍ତ୍ରୀ ଭି ଶିବଙ୍କୁଟ୍ଟିଙ୍କୁ ୩,୫୯୦ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି। ଅନ୍ୟପଟେ ଏହି ଆସନରେ କଂଗ୍ରେସର ଯୁବ ନେତା କେଏସ୍ ସାବରିନାଥନ ତୃତୀୟ ସ୍ଥାନରେ ରହିଛନ୍ତି।

Also Read- ତାମିଲନାଡୁରେ ମେଣ୍ଟ ସମ୍ଭାବନା: ଏଆଇଏଡିଏମକେ କହିଲା ଟିଭିକେ ସହ ମେଣ୍ଟ କରିବୁ ନାହିଁ, ଜବାବରେ କ'ଣ କହିଲା ବିଜୟଙ୍କ ଦଳ ?

କାଜାକ୍କୁଟ୍ଟମରେ, ଆଉ ଜଣେ ପୂର୍ବତନ କେନ୍ଦ୍ରମନ୍ତ୍ରୀ, ଭି ମୁରଲୀଧରନ ମଧ୍ୟ ବିଜୟୀ ହୋଇଛନ୍ତି। ଥିରୁଅନନ୍ତପୁରମ ଅଞ୍ଚଳରେ ବିଜେପି ପାଇଁ ଏହା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ। ସେପଟେ ଚଥାନ୍ନୁରରେ, ବିଜେପି ପ୍ରାର୍ଥୀ ବିବି ଗୋପକୁମାର ଏକ କଡ଼ା ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ପ୍ରତିଯୋଗିତାରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସିପିଆଇର ଆର୍ ରାଜେନ୍ଦ୍ରନଙ୍କୁ ୪୩୯୮ ଭୋଟରେ ହରାଇ ବିଜୟୀ ହୋଇଛନ୍ତି।

ତେବେ ଏହି ବିଜୟ ବିଜେପି ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କାରଣ ଶଶିଥରୁରଙ୍କ ଗଡ଼ ହେଉଛି ଥିରୁଅନ୍ତପରୁମ। ଆଉ ଏଠାରୁ ବିଜେପିର ୩ ପ୍ରାର୍ଥୀ ବିଜୟୀ ହେବା ଏକ ବଡ଼ ପଲଟିକାଲ ପରିବର୍ତ୍ତନକୁ ଦର୍ଶାଉଛି।

Also Read- MK Stalin has lost to VS Babu: ତାମିଲନାଡୁରେ ଡିଏମକେକୁ ବଡ଼ ଝଟକା: ଟିଭିକେ ପ୍ରାର୍ଥୀଙ୍କ ଠାରୁ ହାରିଲେ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍