MK Stalin has lostto VS Babu: ତାମିଲନାଡୁରେ ଶାସକ ଡିଏମକେକୁ ବଡ଼ ଝଟକା ଲାଗିଛି। ଯାହାଙ୍କ ଚେହେରାର ଡିଏମକେ ନିର୍ବାଚନ ଲଢ଼ୁଥିଲା, ସେହି ଚେହେରା ତଥା ରାଜ୍ୟର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ହାରି ଯାଇଛନ୍ତି। ତାଙ୍କୁ ହରାଇଛନ୍ତି ଟିଭିକେ ପ୍ରାର୍ଥୀ ଭିଏସ୍ ବାବୁ। କୋଲାଥୁର ଆସନରୁ ଟିଭିକେ ପ୍ରାର୍ଥୀ ଭିଏସ୍ ବାବୁଙ୍କ ଠାରୁ ୯ ହଜାର ଭୋଟ୍‌ରେ ହାରିଯାଇଛନ୍ତି ଡିଏମ୍‌କେ ସୁପ୍ରିମ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ।

ନୂଆ ଦଳ ଟିଭିକେ ତାମିଲନାଡୁରେ ଯେଉଁଭଳି ଭାବେ ଆଗ୍ରସର ହେଉଛି, ସେଥିରେ ସାରା ଦେଶ ଆଶ୍ଚର୍ଯ୍ୟ। ବିଜୟଙ୍କ ଲୋକପ୍ରିୟତା ବିପୁଳ ଜନମର୍ଥନରେ ପରିଣତ ହୋଇଛି। ବର୍ତ୍ତମାନ ଟିଭିକେ ଏକକ ସଂଖ୍ୟା ଗରିଷ୍ଠ ଦଳ ହେବା ଦିଗରେ ଅଗ୍ରସର ହେଉଛି।

ଅପରାହ୍ନ ୪.୧୫ ସୁଦ୍ଧା, ଟିଭିକେ ୧୧ଟି ଆସନ ବିଜୟୀ ହୋଇଥିବା ବେଳେ ୯୬ଟି ଅନ୍ୟ ନିର୍ବାଚନମଣ୍ଡଳୀରେ ଆଗୁଆ ରହିଛି। ଅପରପକ୍ଷରେ ଶାସକ ଡିଏମକେ ୪ଟି ଆସନରେ ବିଜୟୀ ହୋଇଛି ଏବଂ ୬୭ଟି ଆସନରେ ଆଗୁଆ ଅଛି। ତାମିଲନାଡୁରେ ସରକାର ଗଠନ ପାଇଁ ବହୁମତ ସଂଖ୍ୟା ୧୧୮ ହୋଇଥିବା ବେଳେ ଟିଭିକେ ସରକାର ଗଢ଼ିବା ନେଇ ଏକପ୍ରକାର ସ୍ଥିତି ସ୍ପଷ୍ଟ ହୋଇଛି।

​​​​​​​ଫିଲ୍ମରେ ଆଦର୍ଶ ରାଜନେତା ଭାବରେ ଅଭିନୟ କରି ତାମିଲନାଡୁ ଭୋଟରଙ୍କ ମନରେ ପୂର୍ବରୁ ହିଁ ଆଦର୍ଶ ଭାବେ ଘର କରି ରହିଥିବା ବିଜୟ, ଏଥର ନିର୍ବାଚନ ଆଦର୍ଶ ପ୍ରଦର୍ଶନ କରି ସମସ୍ତଙ୍କୁ ଚକ୍କିତ କରି ଦେଇଛନ୍ତି।   

ଯୁବ ଭୋଟରଙ୍କ ଦୃଢ଼ ସମର୍ଥନ, ଶାସନ ବିରୋଧୀ ଭାବନାର ଲାଭ ଏବଂ ଏକ ସୁଚିନ୍ତିତ ରଣନୀତି ସହ ତୃଣମୂଳ ସ୍ତରରେ ପହଞ୍ଚିବାରୁ ଟିଭିକେ ଭଲ ପ୍ରଦର୍ଶନ କରିପାରିଛି ଦାୟୀ କରାଯାଉଛି। ଫଳାଫଳ ତାମିଲନାଡୁର ଦୀର୍ଘକାଳୀନ ରାଜନୈତିକ ଦୃଶ୍ୟପଟରେ ଏକ ନିର୍ଣ୍ଣାୟକ ପରିବର୍ତ୍ତନର ସଙ୍କେତ ଦେଉଛି।