TVK -AIADMK Coalitionଏଥର ତାମିଲନାଡୁରେ ବିଜୟ ଝଡ଼ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏପର୍ଯ୍ୟନ୍ତର ଟ୍ରେଣ୍ଡ ଅନୁସାରେ ଅଭିନେତାରୁ ରାଜନେତା ସାଜିଥିବା ବିଜୟଙ୍କ ତାମିଲଗା ଭେଟ୍ଟ୍ରି କାଝାଗମ (ଟିଭିକେ) ଦଳ ଦୃଢ଼ ପ୍ରଦର୍ଶନ କରିବା ସହିତ କାହାକୁ ବି ବହୁମତ ମିଳିବା ଭଳି ସ୍ଥିତି ଦେଖାଯାଉ ନାହିଁ। ତେଣୁ ତାମିଲନାଡୁର ପରବର୍ତ୍ତି ସରକାର ମେଣ୍ଟ ଉପରେ ନିର୍ଭର କରିପାରେ।

ପୂର୍ବରୁ ସବୁବେଳେ ତାମିଲନାଡୁରେ ଦୁଇ ଦଳ ମଧ୍ୟରେ ଲଢ଼େଇ ହୋଇଥାଏ। ହେଲେ ଏଥର ତ୍ରିକୋଣୀୟ ପ୍ରତିଯୋଗିତା ରାଜ୍ୟରେ ଦୀର୍ଘ ଦିନ ଧରି ରହିଆସିଥିବା ଦୁଇ ଦଳର ପ୍ରାଧାନ୍ୟକୁ ହ୍ରାସ କରିଛି। ବର୍ତ୍ତମାନ ଗଣନା ଜାରି ରହିଥିବା ବେଳେ ୨୩୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ କୌଣସି ଗୋଟିଏ ଦଳ ବହୁତମ ନମ୍ବର ୧୧୮ର ନିକଟତର ହୋଇପାରି ନାହାନ୍ତି। ତେଣୁ ମେଣ୍ଟ ଏହା ଅବଶ୍ୟମ୍ଭାବୀ।

ତାମିଲନାଡୁରେ ବର୍ତ୍ତମାନ ଦ୍ୱିତୀୟ ସ୍ଥାନରେ ଥିବା ଅଲ୍ ଇଣ୍ଡିଆ ଆନ୍ନା ଦ୍ରାବିଡ ମୁନେତ୍ର କାଝଗମ୍ ଦଳ ଟିଭିକେ ସହ ମେଣ୍ଟ କରିପାରେ ବୋଲି ଶୁଣିବାକୁ ମିଳୁଛି। ହେଲେ ଦଳ କିନ୍ତୁ ନାସ୍ତି ବଚନ ଶୁଣାଇଛି। ବରିଷ୍ଠ ଏଆଇଏଡିଏମକେ ନେତା ସି ପୋନାଇୟାନ୍ କହିଛନ୍ତି ଯେ ଦଳ ଏପରି ଯେକୌଣସି ପ୍ରସ୍ତାବକୁ ଗ୍ରହଣ କରିବ ନାହିଁ।

Also Read- MK Stalin has lost to VS Babu: ତାମିଲନାଡୁରେ ଡିଏମକେକୁ ବଡ଼ ଝଟକା: ଟିଭିକେ ପ୍ରାର୍ଥୀଙ୍କ ଠାରୁ ହାରିଲେ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍

ପୋନ୍ନାଇୟାନ କହିଛନ୍ତି "ସେମାନେ (TVK) ସହରାଞ୍ଚଳରେ ଭଲ କରୁଛନ୍ତି। ଆମେ ଗ୍ରାମାଞ୍ଚଳରେ ଭଲ କରିବୁ, ଯେତେବେଳେ ସେଠାରେ ଗଣନା ହେବ, ଆମେ ଅଧିକ ଜିତିବୁ ଏବଂ EPS (ଏଡାପ୍ପାଡି କେ. ପଲାନିସ୍ୱାମୀ) ମୁଖ୍ୟମନ୍ତ୍ରୀ ହେବେ। ଆମର ମେଣ୍ଟ ଦୃଢ଼ ଏବଂ ଏକତାବଦ୍ଧ, ଏବଂ ଆମେ TVK ସହିତ ହାତ ମିଳାଇବୁ ନାହିଁ। "

କଡ଼ା ପ୍ରତିଯୋଗିତା ସୂଚାଉଥିବା ଟ୍ରେଣ୍ଡ ସତ୍ତ୍ୱେ, ପୋନ୍ନାଇୟାନ କହିଛନ୍ତି ଯେ ଏଆଇଏଡିଏମକେ ନେତୃତ୍ୱାଧୀନ ମେଣ୍ଟ, ଯେଉଁଥିରେ ଭାରତୀୟ ଜନତା ପାର୍ଟି (ବିଜେପି) ଅନ୍ତର୍ଭୁକ୍ତ, ସ୍ପଷ୍ଟ ବହୁମତ ହାସଲ କରିବ। ଏବଂ ଡିଏମକେକୁ ସମାଲୋଚନା କରି ସେ କହିଛନ୍ତି ହତ୍ୟା, ବଳାତ୍କାର, ଅବୈଧ ନିଶା ପାଇଁ DMK ଦାୟୀ। ଶାସନ ବିରୋଧୀ କାରକ ମଧ୍ୟ ଦଳ ହାରିବା ପାଇଁ ଦାୟୀ ବୋଲି ସେ କହିଛନ୍ତି।

ତେବେ ଯଦି ଟିଭିକେ ଆସି ମେଣ୍ଟ ପାଇଁ ପ୍ରସ୍ତାବ ଦିଏ ତେବେ ଗ୍ରହଣ କରିବେ କି ନାହିଁ ପ୍ରଶ୍ନ କରିବାରୁ ପୋନ୍ନାଇୟାନ ସ୍ପଷ୍ଟ ମନା କରିଦେଇଛନ୍ତି।

ଟିଭିକେ କହିଲା ଆମେ ସରକାର ଗଢ଼ିବୁ

ଅପରପକ୍ଷରେ ଟିଭିକେ ନେତାମାନେ ସ୍ୱାଧୀନ ଭାବରେ ସରକାର ଗଠନ କରିବାର ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ଦଳର ନେତା ଫେଲିକ୍ସ ଜେରାଲ୍ଡ କହିଛନ୍ତି, "ଆମେ ଜିତିବୁ ବୋଲି ଆମେ ନିଶ୍ଚିତ। ଆମେ ବହୁତ ଖୁସି। ଆମେ କେବଳ ଏଭଳି ଫଳାଫଳ ଆଶା କରିଥିଲୁ। ତାମିଲନାଡୁର ଲୋକମାନେ ପରିବର୍ତ୍ତନ ଚାହୁଁଥିଲେ। ତାମିଲନାଡୁର ଲୋକମାନେ ଏଆଇଏଡିଏମତେ ଏବଂ ଡିଏମକେ ଉପରେ ଅଶନ୍ତୋଷ ଥିଲେ। ବିନା କୌଣସି ସମର୍ଥନରେ ଆମେ ସରକାର ଗଠନ କରିବୁ। ଆମର ବହୁମତ ରହିବ। ସରକାର ଆମର ହେବ।"