ଭଦ୍ରକ ୩୧।୧୦: ଭଦ୍ରକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଉତ୍ତେଜନା । ନିକଟରେ ବିଜେପି ଦଳରେ ସାମିଲ ହୋଇଥିବା ଭଦ୍ରକ ବ୍ଲକ୍ ଅଧ୍ୟକ୍ଷାଙ୍କୁ ଦଳରୁ ବହିଷ୍କାର ଦାବି ଜୋର୍ ଧରିଲା ।

Also Read:- କନ୍ଧମାଳରେ ପ୍ରକୃତିର କରାଳ ରୂପ, ଭୂସ୍ଖଳନ ପରେ ନିଖୋଜଙ୍କୁ ଖୋଜୁଛନ୍ତି ଉଦ୍ଧାରକାରୀ ଦଳ

ଭଦ୍ରକ ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ କିଛି ମାସ ପୂର୍ବରୁ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । କିନ୍ତୁ ଏବେ ବ୍ଲକରେ ବିନା ଗ୍ରାମସଭା ଓ ପଲ୍ଲି ସଭା କରି କେତେକ କାର୍ଯ୍ୟ ହେଉଥିବା ଅଭିଯୋଗ ଆଣିବା ସହ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ଏହି ମାମଲା ପରେ ବିଜେପି ସମର୍ଥକ ମାନେ ରାସ୍ତାକୁ ଓହ୍ଲାଇଛନ୍ତି । ବ୍ଲକ୍ ସମ୍ମୁଖରେ ବିକ୍ଷୋଭ ସହ ବ୍ଲକ୍ ଅଧ୍ୟକ୍ଷାଙ୍କୁ ଦଳରୁ ବହିଷ୍କାର ଦାବି କରିଛନ୍ତି ବିଜେପି କର୍ମୀ । ଏଥିସହ ତାଙ୍କ କାର୍ଯ୍ୟଳୟରେ ତାଲା ପକାଇ ଦେଇଛନ୍ତି ।